ETV Bharat / bharat

BSF 57th Raising Dayରେ ଅମିତ ଶାହ, ସୁରକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା

author img

By

Published : Dec 5, 2021, 1:08 PM IST

Updated : Dec 5, 2021, 1:41 PM IST

ସୀମା ସୁରକ୍ଷା ବାହିନୀ(BSF)ର ୫୭ତମ ରାଇଜିଂ ଡେ' ରେ ଯୋଗଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ

BSF 57th Raising Day ରେ ଯୋଗଦେଲେ ଅମିତ ଶାହ

ଜୟପୁର: ସୀମା ସୁରକ୍ଷା ବାହିନୀ(BSF)ର ଆଜି ୫୭ତମ ରାଇଜିଂ ଡେ' । ରାଜସ୍ଥାନର ଜୈସଲମେର ପ୍ରଥମ କରି ପାଳନ ହେଉଛି BSF ର ରାଇଜିଂ ଡେ । ଦୁଇ ଦିନିଆ ରାଜସ୍ଥାନ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥିରେ ଯୋଗ ଦେଇଛନ୍ତି ।

BSF 57th Raising Dayରେ ଅମିତ ଶାହ, ସୁରକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, 'ସୀମା ସୁରକ୍ଷାରେ ଥିବା ଯବାନଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଉତ୍କୃଷ୍ଠମାନର ଜ୍ଞାନ କୌଶଳର ବନ୍ଦୋବସ୍ତ ପାଇଁ ପ୍ରତିଶୃତିବଦ୍ଧ ଅଛନ୍ତି । ୨୦୧୪ ରୁ ସରକାର ସୀମା ସୁରକ୍ଷା ଉପରେ ଗୁରୁତ୍ବାରୋପ କରୁଛନ୍ତି । ଦେଶର ସୁରକ୍ଷା ପାଇଁ ସେମାନଙ୍କ ବହୁମୂଲ୍ୟ ଜୀବନ ଦେଇଥିବା ଯବାନ ସବୁବେଳେ ମନେ ରହିବେ । BSF ଏବଂ CAPF ପୋଲିସର ଶହୀଦ ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।'

ଏହା ମଧ୍ୟ ପଢନ୍ତୁ:- ରାଜସ୍ଥାନ ସୀମାରେ ସ୍ଥିତି ପରଖିଲେ ଶାହ, BSF କ୍ୟାମ୍ପରେ କଲେ ରାତ୍ରି ଭୋଜନ

ସୂଚନା ଅନୁଯାୟୀ ଗତକାଲି(ଶନିବାର) ରାଜସ୍ଥାନର ଜୟସୈଲମର ନିକଟରେ ଆନ୍ତର୍ଜାତୀୟ ସୀମାରେ ଭାରତୀୟ ସୁରକ୍ଷାବଳର ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ଶାହ । ଏହାପରେ ସେ BSF କ୍ୟାମ୍ପରେ ସୀମା ସୁରକ୍ଷା ବଳର ଅଧିକାରୀଙ୍କ ସହ ରାତ୍ରିଭୋଜନ କରିଥିଲେ ।

ଭାରତ-ପାକ୍ ଆନ୍ତର୍ଜାତୀୟ ସୀମା ନିକଟରେ ଥିବା ସୀମା ସୁରକ୍ଷା ବଳ (BSF) ଶିବିରକୁ ଏହା କେନ୍ଦ୍ର ଗୃହମନ୍ତ୍ରୀ ଶାହାଙ୍କ ପ୍ରଥମ ଗସ୍ତ ।

@ANI

Last Updated : Dec 5, 2021, 1:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.