ETV Bharat / bharat

ପଶ୍ଚିମବଙ୍ଗ ଦଖଲ ଲକ୍ଷ୍ୟରେ ବିଜେପି; ଆସନ୍ତା ମାସରେ ପୁଣି ଶାହଙ୍କ ଗସ୍ତ - West Bengal politics

ପଶ୍ଚିମବଙ୍ଗରେ ବିଜେପି 200 ସିଟ ସହ ସରକାର ଗଠନ କରିବାରେ ଲକ୍ଷ୍ୟ ରଖିଛି । ଯାହାକୁ ନେଇ ପୁଣି ଥରେ ଗୃହମନ୍ତ୍ରୀ ଅମିତ ଶାହ ବେଙ୍ଗଲ ଗସ୍ତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ଦଖଲ ଲକ୍ଷ୍ୟରେ ବିଜେପି
ପଶ୍ଚିମବଙ୍ଗ ଦଖଲ ଲକ୍ଷ୍ୟରେ ବିଜେପି
author img

By

Published : Dec 22, 2020, 1:16 PM IST

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ପଶ୍ଚିମବଙ୍ଗ ଗସ୍ତ କରିବେ ଗୃହମନ୍ତ୍ରୀ ତଥା ବିଜେପିର ପୂର୍ବତନ ସଭାପତି ଅମିତ ଶାହ। ପଶ୍ଚିମବଙ୍ଗ ଦଖଲ ଲକ୍ଷ୍ୟରେ ଆସନ୍ତା ମାସରେ ମମତାଙ୍କ ଗଡରେ ଭୋଟରଙ୍କୁ ଆକୃଷ୍ଟ କରିବେ ଶାହ। ନିକଟରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରି ସେ ବିଜେପିର ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ ।

ଜାନୁଆରୀ 12 ତାରିଖରେ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ହୋଇଥିବାରୁ ସେ ଏହି ଉତ୍ସବରେ ସାମିଲ ହେବ । ଏହା ସହ ହାୱାଡା ସ୍ଥିତ ଡୁମୁରଜଲା ପଡିଆରେ ଏକ ବୈଠକ କରିବେ ବୋଲି ବିଜେପି ପକ୍ଷରୁ ଜଣାପଡିଛି । ତେବେ ଏହି ବୈଠକରେ ପୁଣି କିଛି ତୃଣମୂଳ କଂଗ୍ରେସ କର୍ମୀ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଧରିଛି । ଏପରି ହେଲେ ମମତାଙ୍କୁ ପୁଣି ଏକ ଝଟକା ଲାଗିପାରେ ।

ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବାରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ନିଜର ପ୍ରଚାର ଆରମ୍ଭ କରିଦେଇଛି । ଡିସେମ୍ବର 19 ଓ 20 ରେ ଦୁଇ ଦିନିଆ ଗସ୍ତ କରି ଶାହ ମମତା ସରକାରଙ୍କୁ ଜୋରଦାର ଝଟକା ଦେଇଥିଲେ । ମେଦିନପୁରରେ ଜନସଭା କରି ଶାହ ଆଗାମୀ ନିର୍ବାଚନରେ 200 ସିଟ ସହ ସରକାର ଗଠନ କରିବେ ବୋଲି ଶାହ ଦୃଢୋକ୍ତି ପ୍ରକାଶ କରିଥିଲେ । ତୃଣମୂଳ କଂଗ୍ରେସର ପୂର୍ବତନ ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ସମେତ 11 ଜଣ ବିଜେପିରେ ସାମିଲ ହୋଇଥିଲେ । ନିର୍ବାଚନ ବେଳକୁ ମମତା ଏକା ହୋଇଯିବ ବୋଲି କହିଥିଲେ ଗୃହମନ୍ତ୍ରୀ । ଦ୍ବିତୀୟ ଦିନରେ ମୋଗା ରୋଡ ଶୋ’ କରି ମମତା ପୁଣି ଟାର୍ଗେଟ କରିଥିଲେ ।

ସେପଟେ, ନିର୍ବାଚନ ପର୍ଯ୍ୟନ୍ତ ଶାହ ପ୍ରତି ମାସରେ ପଶ୍ଚିମବଙ୍ଗ ଗସ୍ତ କରି 7 ଦିନ ରହିବେ ବୋଲି ରାଜ୍ୟ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡା ମଧ୍ୟ ପ୍ରତି ମାସ ବେଙ୍ଗଲ ଗସ୍ତ କରିବେ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.