ETV Bharat / bharat

ବେଙ୍ଗାଲୁରୁରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

author img

By

Published : Jan 16, 2021, 5:54 PM IST

ବେଙ୍ଗାଲୁରୁର ହାଲ ବିମାନ ବନ୍ଦରରେ ପହଞ୍ଚିଲେ ଗୃହମନ୍ତ୍ରୀ ଅମିତ ଶାହ । ବିମାନ ବନ୍ଦରରେ ସେ ଅବତରଣ କଲା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ସ୍ବାଗତ କରିଛନ୍ତି । ପଢନ୍ତୁ ଅଧିକ....

ବେଙ୍ଗାଲୁରୁରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଶାହ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ହାଲ ବିମାନବନ୍ଦରରେ ପହଞ୍ଚିଲେ ଗୃହମନ୍ତ୍ରୀ ଅମିତ ଶାହ । ବିମାନବନ୍ଦରରେ ସେ ଅବତରଣ କଲା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ସ୍ବାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା ଓ ପ୍ରହ୍ଲାଦ ଯୋଶୀ ମଧ୍ୟ ଶାହଙ୍କ ସ୍ବାଗତ ପାଇଁ ବିମାନବନ୍ଦରରେ ଉପସ୍ଥିତ ରହିଥିବା ଦେଖାଯାଇଥିଲା । ଶାହ 2 ଦିନିଆ କର୍ଣ୍ଣାଟକ ଗସ୍ତରେ ଅଛନ୍ତି ।

ବିମାନବନ୍ଦରରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପରେ ସେ ତାଙ୍କ ଗନ୍ତବ୍ୟ ସ୍ଥଳକୁ ଭାରତୀୟ ବାୟୁ ସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଯାତ୍ରା କରିଛନ୍ତି । ସେ କର୍ଣ୍ଣାଟକର ଭଦ୍ରବାଟୀରେ ହେବାକୁ ଥିବା ରାପିଡ ଟାକ୍ସ ଫୋର୍ସର ଉଦ୍ଘାଟନରେ ଯୋଗ ଦେବେ ଶାହ । ପରେ ସେଠାରୁ ପୁଣି ସେ ବେଙ୍ଗାଲୁରୁ ବିମାନ ବନ୍ଦର ଅଭିମୁଖେ ପ୍ରସ୍ଥାନ କରିବେ ।

ସେଠାରୁ ତାଙ୍କୁ ଏକ ରାଲି ଯୋଗେ ରାଜ୍ୟ ବିଧାନସୌଧ ପରିସରକୁ ନିଆଯିବ । ସେଠାରେ ପ୍ରାୟ 4ଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । କର୍ଣ୍ଣାଟକ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଇ- ଏସଏସଆର ଯାନର ଶୁଭାରମ୍ଭ କରିବେ ଶାହ । ସେହିପରି ପୋଲିସ ରେସିଡେନ୍ସକୁ ମଧ୍ୟ ସେ ଭିସି ଯୋଗେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ତାହା ସହ ଭାରତୀୟ ରିଜର୍ଭ ବାଟାଲିୟନର ଉଦ୍ଘାଟନରେ ତାଙ୍କର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସମସ୍ତ କାର୍ଯ୍ୟ ଭିସି ଯୋଗେ ହେବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.