ETV Bharat / bharat

ଦକ୍ଷିଣ ଭାରତରେ ଶାହଙ୍କ ନିର୍ବାଚନୀ ଶଙ୍ଖନାଦ - ନିର୍ବାଚନୀ ଶଙ୍ଖନାଦ

ତାମିଲନାଡୁର କନ୍ୟାକୁମାରୀରେ ଏକ ରୋଡ ଶୋ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହା ପରେ ସେ କେରଳ ପହଞ୍ଚିଥିଲେ । ଏଠାରେ ତ୍ରିଭେନ୍ଦ୍ରମରେ ଆୟୋଜିତ ନିର୍ବାଚନୀ ରାଲିକୁ ମଧ୍ୟ ସମ୍ବୋଧିତ କରିଛନ୍ତି ଶାହ । ଅଧିକ ପଢନ୍ତୁ...

ଦକ୍ଷିଣ ଭାରତରେ ଶାହଙ୍କ ନିର୍ବାଚନୀ ଶଙ୍ଖନାଦ
ଦକ୍ଷିଣ ଭାରତରେ ଶାହଙ୍କ ନିର୍ବାଚନୀ ଶଙ୍ଖନାଦ
author img

By

Published : Mar 7, 2021, 10:37 PM IST

ଥିରୁଅନନ୍ତପୁରମ: ଦକ୍ଷିଣ ଭାରତର ରାଜ୍ୟ କେରଳ ଓ ତାମିଲନାଡୁରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାରି ମଧ୍ୟରେ ତାମିଲନାଡୁର କନ୍ୟାକୁମାରୀରେ ଏକ ରୋଡ ଶୋ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହା ପରେ ସେ କେରଳ ପହଞ୍ଚିଥିଲେ । ଏଠାରେ ତ୍ରିଭେନ୍ଦ୍ରମରେ ଆୟୋଜିତ ନିର୍ବାଚନୀ ରାଲିକୁ ମଧ୍ୟ ସମ୍ବୋଧିତ କରିଛନ୍ତି ଶାହ ।

ଶାହ କହିଛନ୍ତି, ବିଜେପିର ନିର୍ବାଚନୀ ପ୍ରଚାରର ନାରା ହେବ ମୋଦିଙ୍କ ସହିତ ନୂଆ କେରଳ । ସେପଟେ ଥିରୁଅନନ୍ତପୁରମର ଶ୍ରୀରାମକୃଷ୍ଣା ଆଶ୍ରମର ଗସ୍ତ କରିଛନ୍ତି ଗୃହମନ୍ତ୍ରୀ । ଏହି ଅବସରରେ ଶାହ ଆଶ୍ରମର ସନ୍ଥଙ୍କ ସହିତ ସାକ୍ଷାତ କରିଛନ୍ତି । ଏହା ପରେ ସେ ତ୍ରିଭେନ୍ଦ୍ରମରେ ଆୟୋଜିତ ରାଲିରେ ସାମିଲ ହୋଇଥିଲେ ।

ଥିରୁଅନନ୍ତପୁରମରେ ବିଜେପିର କେରଳ ବିଜୟ ଯାତ୍ରାରେ ଅମିତ ଶାହ କହିଛନ୍ତି, ଆଜିଠୁ ଆମେ ନିର୍ବାଚନୀ ଅଭିଯାନ ଆରମ୍ଭ କରୁଛୁ । ଏହା ଭଗବାନ ପଦ୍ମନାଭଙ୍କ ଭୂମି । ଏଠାକୁ ଆସି ମୁଁ ବହୁତ ଖୁସି । ହେଲେ ଏହି ମାଟି ଦୁର୍ନୀତି ଓ ରାଜନୈତିକ ହିଂସାର ମାଟି ହୋଇଯାଇଛି ।

ବିଜେପିର କେରଳ ବିଜୟ ଯାତ୍ରାକୁ ସମ୍ବୋଧିତ କରି ଅମିତ ଶାହ କହିଛନ୍ତି, କେରଳରେ ଆମ ବିଜୟ ଯାତ୍ରା ପାଫାପାଖି 950 କିଲୋମିଟରର ଯାତ୍ରା ପୁରା କରିଛି । ଏହି ଯାତ୍ରାରେ 65 ରାଲି ଓ ଅନେକ କାର୍ଯ୍ୟକ୍ରମ କରାଯାଇଛି । ଶାହଙ୍କ ଏହି ରାଲିରେ ବିଜେପିରେ ସାମିଲ ହୋଇଥିବା ମେଟ୍ରୋମ୍ୟାନ ଇ ଶ୍ରୀଧରନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.