ETV Bharat / bharat

ଅମିତ ଶାହଙ୍କୁ ଲାଲୁଙ୍କ ଜବାବ, କହିଲେ ବିଚଳିତ ହୋଇପଡ଼ିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ

author img

By

Published : Sep 24, 2022, 7:13 PM IST

ବିହାର ପୁର୍ଣ୍ଣିଆରେ ରାଲି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମନ୍ତବ୍ୟ ଉପରେ ଲାଲୁଙ୍କ କଡ଼ା ଜବାବ । ଶାହ ଅବସର ନେଇଥିବାବେଳେ ସେ ବିଚଳିତ ହୋଇପଡ଼ିଥିବା କହିଛନ୍ତି ଲାଲୁ । ଅଧିକ ପଢନ୍ତୁ

ଅମିତ ଶାହଙ୍କୁ ଲାଲୁଙ୍କ କଡା ଜବାବ, କହିଲେ କେନ୍ଦ୍ର ଗୃହମନ୍ତ୍ରୀ ହୋଇପଡ଼ିଛନ୍ତି ବିଚଳିତ

ପାଟନା: ୨୦୨୪ ନିର୍ବାଚନରେ ପୁଣି କେନ୍ଦ୍ରରେ ବିଜେପି ସରକାର ଶାସନ କରିବ ଓ ପରବର୍ତ୍ତୀ ବର୍ଷ ବିହାରରେ ବିଜେପି ଶାସନ କରିବ ବୋଲି କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହଙ୍କ ଏହି ମନ୍ତବ୍ୟ ଉପରେ କଡ଼ା ଜବାବ ରଖିଛନ୍ତି RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ (RJD Supremo Lalu Yadav) । କେନ୍ଦ୍ର ଗୃହମନ୍ତ୍ରୀ ବିଚଳିତ ହୋଇପଡ଼ିଛନ୍ତି । ୨୦୨୪ ନିର୍ବାଚନରେ ବିଜେପି ଧରାଶାୟୀ ହେବ । 'ଜଙ୍ଗଲ ରାଜ' କେବଳ ଗୁଜରାଟରେ ('Jungle Raj' only in Gujarat)ବୋଲି କହିଛନ୍ତି ଲାଲୁ । ପାଟନାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବାବେଳେ ଲାଲୁ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।

ଲାଲୁ ଆସନ୍ତାକାଲି ତଥା ରବିବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଦିଲ୍ଲୀ ଗସ୍ତ କରିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ତେଜସ୍ବୀ ଯାଦବ ମଧ୍ୟ ସାମିଲ ହେବେ । ଏୟାରପୋର୍ଟରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୟାନ ଉପରେ ତାଙ୍କର ପ୍ରତିକ୍ରିୟା ରଖିଥିଲେ । ଅମିତ ଶାହ ଏବେ ଅବସର ନେଇସାରିଥିବାବେଳେ, ସମ୍ପୂର୍ଣ୍ଣ ବିଜେପି ସରକାରକୁ ହଟାଇ ଦିଆଯିବ । ବିରୋଧୀ ଦଳ ଏକାଠି ହୋଇ ଆସନ୍ତା ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରିବେ ବୋଲି ଲାଲୁ କହିଛନ୍ତି ।

ଏହା ବି ପଢନ୍ତୁ- ଅକ୍ଟୋବର ୧ରେ 5G ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦି

ସେ ଆହୁରି କହିଛନ୍ତି, "ଅମିତ ଶାହ ବିଚଳିତ ହୋଇପଡ଼ିଛନ୍ତି । ବିହାରରେ ତାଙ୍କର ସରକାର ଶାସନ କ୍ଷମତାକୁ ହାତେଇ ପାରିଲା ନାହିଁ । ୨୦୨୪ ନିର୍ବାଚନରେ ବିଜେପି ଧରାଶାୟୀ ହେବ । ଏଥିଲାଗି ସେ ବିହାର ଯାଇ ଏପରି ଜଙ୍ଗଲ ରାଜ୍‌ କଥା କହୁଛନ୍ତି । ଗୁଜରାଟରେ ତାଙ୍କ ସରକାର ଥିବାବେଳେ ସେ କଣ କରିଛନ୍ତି ?" ଏଭଳି ପ୍ରଶ୍ନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ।

ସେପଟେ ବିଜେପି କହିଛି ଯେ ନୀତିଶ କୁମାର କ୍ଷମତା ହାତେଇବା ଆଳରେ RJDକୁ ମଧ୍ୟ ଧକ୍କା ଦେବ । ମାତ୍ର ଏହାର ଜବାବରେ ଲାଲୁ କହିଛନ୍ତି ଯେ ଏବେ ସେମାନେ ଏକାଠି ରହିଛନ୍ତି । ବିରୋଧୀ ଦଳକୁ ଆହୁରି ଦୃଢୀଭୂତ କରିବା ଲାଗି ସେ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି । ସେଥିଲାଗି ସୋନିଆଙ୍କୁ ଭେଟିବାକୁ ଯାଉଥିବା କହିଛନ୍ତି । ସୂଚନା ଥାଉ କି, ଗତ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁର୍ଣ୍ଣିଆରେ ରାଲିରେ ନୀତିଶ ଓ ଲାଲୁଙ୍କ ଟାର୍ଗେଟ କରିଥିଲେ । ନୀତିଶ କ୍ଷମତା ହାତେଇବା ଲାଗି RJDକୁ ମଧ୍ୟ ଧୋକା ଦେବ ବୋଲି ଶାହ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.