ETV Bharat / bharat

କ୍ୟାବିନେଟ ନିଷ୍ପତ୍ତି ପରେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଶାହ - କ୍ୟାବିନେଟ

କ୍ୟାବିନେଟରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ଗୃହମନ୍ତ୍ରୀ । ଟ୍ବିଟ କରି ଦେଲେ ସୂଚନା । ଅଧିକ ପଢନ୍ତୁ...

Amit Shah expresses gratitude to PM Modi for Cabinet decisions
କ୍ୟାବିନେଟ ନିଷ୍ପତି ପରେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଶାହା
author img

By

Published : Jul 15, 2021, 7:13 AM IST

ନୂଆଦିଲ୍ଲୀ: କ୍ୟାବିନେଟରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି ପାଇଁ କ୍ୟାବିନେଟରେ ଅନୁମୋଦନ ହୋଇଛି । ସେହିପରି ପେନସନଧାରୀ ମଧ୍ୟ ଏଥିରେ ବେଶ ଉପକୃତ ହେବେ । ପେନ୍‌ସନ୍‌ଭୋଗୀଙ୍କ ପାଇଁ ଡିଆର ବୃଦ୍ଧି କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏନେଇ ଗୃହମନ୍ତ୍ରୀ ଟ୍ବିଟ କରିଛନ୍ତି ।

କ୍ୟାବିନେଟ ବୈଠକରେ କେନ୍ଦ୍ର କର୍ମଚାରୀଙ୍କ ଭତ୍ତା 17% ରୁ 28%କୁ ବୃଦ୍ଧି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ବାରା ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ଶାହ । ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଟେକ୍ସଟାଇଲ ଏବଂ ପୋଷାକ ଉପରେ ଟିକସ ଛାଡ ଯୋଜନାର ଅବଧି ଜାନୁଆରୀ 1, 2021 ରୁ ମାର୍ଚ୍ଚ 31, 2024 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କ୍ୟାବିନେଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଭାରତୀୟ ଟେକ୍ସଟାଇଲ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ ।

ଶାହ କହିଛନ୍ତି ଯେ ଏପ୍ରିଲ 1, 2021 ରୁ ମାର୍ଚ୍ଚ 31, 2026 ପର୍ଯ୍ୟନ୍ତ 4607.30 କୋଟି ଟଙ୍କା ଆର୍ଥିକ କାରବାର ସହିତ କେନ୍ଦ୍ରୀୟ ଜାତୀୟ ପ୍ରାୟୋଜିତ ଯୋଜନା ଭାବରେ 'ଜାତୀୟ ଆୟୁଷ ମିଶନ'ର ଜାରି ରଖିବାକୁ କ୍ୟାବିନେଟ ଅନୁମୋଦନ କରିଛି । ଯାହା ଆୟୁଷ ଶିକ୍ଷାନୁଷ୍ଠାନକୁ ସୁଦୃଢ କରିବ । ଏବଂ ଆୟୁଷ ମିଶନ ଜରିଆରେ ଆୟୁଷ ମନ୍ତ୍ରଣାଳୟ ଆୟୁର୍ବେଦିକ ଔଷଧ ଦେଶରେ ମହଜୁଦ ରଖିଛି । ଆଗକୁ ଆବଶ୍ୟକତା ଅନୁସାରେ ଏହି ସେବା ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନ୍ୟାୟପାଳିକା ପାଇଁ ଭିତ୍ତିଭୂମି ବିକାଶ ପାଇଁ ମୋଦି କ୍ୟାବିନେଟ ସିଏସ୍ଏସ୍ ଜାରି ରଖିବାକୁ ଅନୁମୋଦନ କରିଛନ୍ତି । ଯାହା ଦ୍ବାରା ଡିଜିଟାଲ ନ୍ୟାୟାଳୟ ବଢିବ । ଯାହା ଦ୍ବାରା ଲୋକେ ଖୁବ ଶୀଘ୍ର ନ୍ୟାୟ ପାଇବେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.