ETV Bharat / bharat

ପଶ୍ଚିମବଙ୍ଗରେ ସରକାର ଭାଙ୍ଗିବାକୁ ଶାହ କରୁଛନ୍ତି ଷଡଯନ୍ତ୍ର :ମମତା

author img

By

Published : Apr 17, 2023, 6:37 PM IST

ଶାହଙ୍କ ବିରୋଧରେ ବର୍ଷିଲେ ଦିଦି । କହିଲେ ପଶ୍ଚିମବଙ୍ଗରେ ସରକାର ଭାଙ୍ଗିବା ପାଇଁ କରୁଛନ୍ତି ଷଡଯନ୍ତ୍ର । ପୁଲଓ୍ବାମା ଆକ୍ରମଣର ହେଉ ତଦନ୍ତ । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗରେ ସରକାର ଭାଙ୍ଗିବାକୁ ଶାହ କରୁଛନ୍ତି ଷଡଯନ୍ତ୍ର :ମମତା
ପଶ୍ଚିମବଙ୍ଗରେ ସରକାର ଭାଙ୍ଗିବାକୁ ଶାହ କରୁଛନ୍ତି ଷଡଯନ୍ତ୍ର :ମମତା

କୋଲକାତା: ପଶ୍ଚିମବଙ୍ଗରେ ସରକାର ଭାଙ୍ଗିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ । ଆଜି ରାଜ୍ୟ ସଚିବାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରିବା ସମୟରେ ଏହି ଅଭିଯୋଗ ଉଠାଇ ଶାହ ଓ ବିଜେପି ଉପରେ ବର୍ଷିଛନ୍ତି ମମତା । ଶାହ କେଉଁ ଅଧିନିୟମ ବଳରେ ପଶ୍ଚିମବଙ୍ଗରେ ସରକାର ହଟାଇବା କଥା କହୁଛନ୍ତି ବୋଲି ମମତା ପ୍ରଶ୍ନ କରିଥିଲେ ।

ପଶ୍ଚିମବଙ୍ଗରେ ସରକାର ଭାଙ୍ଗିବାକୁ ଶାହ କରୁଛନ୍ତି ଷଡଯନ୍ତ୍ର: ମମତା

ନିକଟରେ ଶାହ ପଶ୍ଚିମବଙ୍ଗ ଗସ୍ତ କରି ବୀରଭୂମରେ ଏକ ଦଳୀୟ ସମାବେଶକୁ ସମ୍ବୋଧିତ କିରଥିଲେ । ସମ୍ବୋଧନରେ ତୃଣମୂଳ କଂଗ୍ରେସ ସରକାରକୁ ଶାଣିତ ଆକ୍ରମଣ କରି ଶାହ କହିଥିଲେ, "2024 ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ରାଜ୍ୟରେ 35 ଲୋକସଭା ଆସନରେ ବିଜୟୀ ହେବାକୁ ଯାଉଛି । 2024 ଫଳାଫଳ ପରେ ମମତା ସରକାରର ପତନ ଆରମ୍ଭ ହୋଇଯିବ । ମମତା ସରକାର 5ବର୍ଷ ମଧ୍ୟ ପୂରଣ ମଧ୍ୟ କରିପାରିବ ନାହିଁ । 2025 ପୂର୍ବରୁ ବଙ୍ଗରେ ମମତା ସରକାରର ପତନ ଘଟି ସାରିଥିବ । ମମତା ବାନାର୍ଜୀ ଯେତେ ପ୍ରୟାସ କଲେ ମଧ୍ୟ 2025ରେ ପୁତୁରା ଅଭିଶେକ ବାନାର୍ଜୀଙ୍କୁ ପରବର୍ତ୍ତୀ ମୁଖ୍ଯମନ୍ତ୍ରୀ କରିପାରିବେ ନାହିଁ ।"

ତେବେ ଶାହଙ୍କ ଏପରି କଟାକ୍ଷପୂର୍ଣ୍ଣ ଚେତାବନୀ ପରେ ମମତା ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଛନ୍ତି । କହିଛନ୍ତି ଶାହ ସାମ୍ବିଧାନିକ ପରମ୍ପରାକୁ ଭାଙ୍ଗିଛନ୍ତି । ଯଦି ବିଜେପି ସାଧାରଣ ନିର୍ବାଚନରେ ବଙ୍ଗରେ 35 ଲୋକସଭା ଆସନରେ ବିଜୟୀ ହୁଏ ତଥାପି କିପରି ବଙ୍ଗରେ ସରକାର ଗଠନ କରିବ । ଶାହ ପଶ୍ଚିମବଙ୍ଗରେ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଥିବା ପାଲଟା ଅଭିଯୋଗ କରିଛନ୍ତି ମମତା । ଶାହ ଦେଶର ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗରେ କାର୍ଯ୍ୟ କରିବା ପରିବର୍ତ୍ତେ ରାଜନୈତିକ ଷଡ଼ଯନ୍ତ୍ର କରିବାରେ ଲାଗିଛନ୍ତି । ଏପରି ମନ୍ତବ୍ୟ ପରେ ସେ କେନ୍ଦ୍ର ଗୃହମନ୍ତ୍ରୀ ପଦରୁ ନୈତିକ ଇସ୍ତଫା ଦେଇଦେବା ଉଚିତ ବୋଲି ମମତା କହିଥିଲେ ।

ସେହିପରି ସେ ଶାହ ଓ ବିଜେପିକୁ ଟାର୍ଗେଟ କରିବାକୁ ଯାଇ 2019 ପୁଲଓ୍ବାମା ଆକ୍ରମଣ ପ୍ରସଙ୍ଗରେ ତଦନ୍ତ କଥା ଉଠାଇଥିଲେ । କହିଥିଲେ "ଆମେ ଭାରତୀୟ ସେନାକୁ ସମ୍ମାନ ଦେଉ, ସେମାନଙ୍କ ବଳୀଦାନ ପାଇଁ ଆମେ ଗର୍ବିତ । କିନ୍ତୁ ପୁଲଓ୍ବାମା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବାର ଆବଶ୍ୟକତା ରହିଛି ।" ସେ ଏହି ପ୍ରସଙ୍ଗ ଉଠାଇ 2019ର ଏହି ଆକ୍ରମଣ ବିଜେପି ଦ୍ବାରା କରାଯାଇଥିବା ଏକ ଷଡଯନ୍ତ୍ରର ଅଂଶ ବୋଲି ପରୋକ୍ଷରେ କହିଥିଲେ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସାରେ ମଧ୍ୟ ତାଙ୍କ ଦଳର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମିଛ ମାମଲା ରୁଜୁ କରାଗଲା ବୋଲି ମଧ୍ୟ ମମତା ଅଭିଯୋଗ କରିଛନ୍ତି ।

2020ରେ ହୋଇଥିବା ବିଧାନସଭା ନିର୍ବାଚନରେ ସମସ୍ତ ଶକ୍ତି ଖଟାଇବା ପରେ ମଧ୍ୟ ମମତାଙ୍କୁ କ୍ଷମତାରୁ ଦୂରରେ ରଖି ପାରିନଥିଲା ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଶାହ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତ କରି ମାରାଥନ ପ୍ରଚାର କରିଥିଲେ । ହେଲେ ଦଳ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କିରଥିଲେ ସୁଦ୍ଧା, କ୍ଷମତା ହାସଲ କରିବାରେ ସାମାନ୍ୟ ପଛରେ ରହିଥିଲା । ମମତା ନନ୍ଦିଗ୍ରାମ ଆସନରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାଜିତ ହୋଇଥିଲେ ମଧ୍ୟ ତାଙ୍କ ଦଳ ତୃଣମୂଳ କଂଗ୍ରେସ କିନ୍ତୁ ବହୁମତ ପାଇ ସରକାର ଗଠନ କରିଥିଲା । ମମତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଭବାନୀପୁର ଆସନରୁ ଉପନିର୍ବାଚନରେ ଲଢି ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.