ETV Bharat / bharat

Eastern Zonal Council Meeting: ଦେଶର ପୂର୍ବାଞ୍ଚଳ କ୍ଷେତ୍ର ପ୍ରାୟତଃ ମାଓବାଦୀ ମୁକ୍ତ କହିଲେ ଶାହ - ନରେନ୍ଦ୍ର ମୋଦି

କୋଲକାତାରେ ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦ (Eastern Zonal Council meeting) ର ୨୫ତମ ବୈଠକ ଅନୁଷ୍ଠିତ ହୋଇଛି । ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା (Union Home Minister Amit Shah ) ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦ (Eastern Zonal Council meeting) ର ୨୫ତମ ବୈଠକ

author img

By

Published : Dec 17, 2022, 8:10 PM IST

  • Chaired the 25th Eastern Zonal Council meeting today in Kolkata.

    In the last 8 years, under PM @narendramodi Ji’s leadership, more than 1,000 issues were discussed in the Zonal Councils meeting and 93% of them were resolved with mutual consent in a positive atmosphere. pic.twitter.com/nNgkopz6Kc

    — Amit Shah (@AmitShah) December 17, 2022 " class="align-text-top noRightClick twitterSection" data=" ">

ଭୁବନେଶ୍ବର: କୋଲକାତାରେ ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦ (Eastern Zonal Council meeting) ର ୨୫ତମ ବୈଠକ ଅନୁଷ୍ଠିତ ହୋଇଛି । ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା (Union Home Minister Amit Shah ) ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ, ବିହାରର ଉପମୁଖ୍ୟମନ୍ତ୍ରୀ, ଓଡିଶାର ମନ୍ତ୍ରୀମାନଙ୍କ ସହିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ପରିଷଦ ଅଧୀନରେ ଆସୁଥିବା ରାଜ୍ୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ବିଗତ ବର୍ଷ ଗୁଡ଼ିକ ମଧ୍ୟରେ ପୂର୍ବାଞ୍ଚଳ କ୍ଷେତ୍ରର ରାଜ୍ୟମାନଙ୍କରେ ଭିତ୍ତିଭୂମି ବିକଶିତ କରିବା ଲାଗି ଯଥେଷ୍ଟ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗତିଶକ୍ତି ଯୋଜନାର ପରିକଳ୍ପନାରେ ଏକ ବଡ଼ ଭାଗ ପୂର୍ବାଞ୍ଚଳର ରାଜ୍ୟମାନଙ୍କରେ ରହିଛି । କାରଣ ମୋଦି ସରକାର ସବୁବେଳେ ଏହି ଅଞ୍ଚଳର ବିକାଶ ଉପରେ ଗୁରୁତ୍ବାରୋପ କରି ଆସିଛନ୍ତି । ଆସନ୍ତା ୨୫ ବର୍ଷ ସ୍ବାଧୀନତାର ଅମୃତ କାଳ ସମୟରେ ଭାରତର ବିକାଶ ଯାତ୍ରାରେ ଦେଶର ପୂର୍ବାଞ୍ଚଳ କ୍ଷେତ୍ର ମହତ୍ବପୂର୍ଣ୍ଣ ଯୋଗଦାନ ଦେବ । ବୈଠକ ଭଲ ଓ ସକାରାତ୍ମକ ପରିବେଶରେ ଅନୁଷ୍ଠିତ ହୋଇଛି । ଅନେକ ପ୍ରସଙ୍ଗରେ ସହମତି ହୋଇଛି । ବାକି ପ୍ରସଙ୍ଗ ଉପରେ ମଧ୍ୟ ଆପୋସ ବିଚାରବିମର୍ଶରେ ସମାଧାନ କରାଯିବ । ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ପୂର୍ବାଞ୍ଚଳ କ୍ଷେତ୍ର ପ୍ରାୟତଃ ବାମପନ୍ଥୀ ଉଗ୍ରବାଦ ମୁକ୍ତ ହୋଇସାରିଛି ।

ଏହାବି ପଢନ୍ତୁ- ସମ୍ବଲପୁରରେ କ୍ରାଇମବ୍ରାଞ୍ଚ, ତତ୍କାଳୀନ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଅଭିଯୋଗର ଖୋଜୁଛି ଖିଅ

ଏହି ନିର୍ଣ୍ଣାୟକ ପ୍ରଭାବକୁ ବଜାୟ ରଖିବା ଲାଗି ପ୍ରୟାସ କରାଯିବା ଉଚିତ । ରାଜ୍ୟକୁ ବାମପନ୍ଥୀ ଉଗ୍ରବାଦ ମୁକ୍ତ ରଖିବା ଏବଂ ଦେଶର ଅନ୍ୟ ପ୍ରାନ୍ତ ଭଳି ସମାନ ବିକାଶ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବା ଉଚିତ । ନାର୍କୋଟିକ୍ସ ନିରାକରଣ ଲାଗି ଏନସିଓଆରଡି ପ୍ରଣାଳୀର ଜିଲ୍ଲାସ୍ତରୀୟ ଢାଞ୍ଚା ଓ ଏହାର ନିୟମିତ ବୈଠକ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଦେଶରେ ମାଦକ ଦ୍ରବ୍ୟ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଜାରି ରହିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ଡ୍ରଗ୍ସ ବିରୋଧରେ ଅଭିଯାନକୁ ଆହୁରି ତ୍ବରାନ୍ବିତ କରିବାର ଆବଶ୍ୟକତା ରହିଛି । ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ନିଜ ନିଜ ରାଜ୍ୟରେ ହେବାକୁ ଥିବା ବିଭିନ୍ନ ଜି-୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସମୟରେ ରାଜ୍ୟମାନଙ୍କର ସାଂସ୍କୃତିକ ବିବିଧତା ଓ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ବିଶ୍ବ ସମ୍ମୁଖରେ ଉପସ୍ଥାପିତ କରିବା ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅନୁରୋଧ କରିଛନ୍ତି । ଗୃହମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଗତ ୮ ବର୍ଷ ମଧ୍ୟରେ କ୍ଷେତ୍ରୀୟ ପରିଷଦର ବୈଠକରେ ୧୦୦୦ ରୁ ଅଧିକ ବିଷୟ ଉପରେ ଆଲୋଚନା ହୋଇଛି । ସେଥିମଧ୍ୟରୁ ୯୩ ପ୍ରତିଶତରୁ ଅଧିକ ପ୍ରସଙ୍ଗର ସମାଧାନ ହୋଇଛି । ଏହା ବହୁତ ବଡ଼ ସଫଳତା ।

୨୦୦୬ ରୁ ୨୦୧୩ ପର୍ଯ୍ୟନ୍ତ କ୍ଷେତ୍ର ପରିଷଦର ମୋଟ ୬ଟି ବୈଠକ ଅନୁଷ୍ଠିତ ହୋଇଥିଲା । କିନ୍ତୁ ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ୮ ବର୍ଷ ମଧ୍ୟରେ, କୋଭିଡ ମହାମାରୀ ସତ୍ତ୍ବେ, ମୋଟ ୨୩ଟି ବୈଠକ ଅନୁଷ୍ଠିତ ହୋଇସାରିଛି । କ୍ଷେତ୍ରୀୟ ପରିଷଦ ବୈଠକର ପୁନରାବୃତ୍ତିରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ଏହାର ପରିଣାମ ମଧ୍ୟ ମିଳିଛି । ଯାହାକୁ ସବୁ ରାଜ୍ୟ ସରକାର, କେନ୍ଦ୍ର ମନ୍ତ୍ରଣାଳୟ ଓ ବିଭାଗର ସହଯୋଗ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଛି । ଏଥିରେ ଆନ୍ତଃରାଜ୍ୟ ପରିଷଦ ସଚିବାଳୟ ସକ୍ରିୟ ଭୂମିକା ଗ୍ରହଣ କରୁଛି ।

ଏହାବି ପଢନ୍ତୁ- Sambalpur Lawyers Agitation: ଗିରଫ ଓକିଲଙ୍କୁ ଥାର୍ଡଡିଗ୍ରୀ ଦେଉଛି ପୋଲିସ: ବିରୋଧୀ ଦଳନେତା

ବୈଠକରେ ରାଜ୍ୟକୁ ଅବହେଳା ପ୍ରସଙ୍ଗ ଉଠାଇଛି ଓଡ଼ିଶା । ଆବାସ ଯୋଜନାରେ ରାଜ୍ୟ ପ୍ରତି ହେଉଥିବା ଅବହେଳାକୁ ଉଠାଇଛି ଓଡ଼ିଶା । ଏହା ସହ କୋଇଲା ରୟାଲଟି ବୃଦ୍ଧି ପ୍ରସଙ୍ଗ ଉଠାଇଛି ଓଡ଼ିଶା । ପ୍ରତି 3 ବର୍ଷରେ ଥରେ କୋଇଲା ରୟାଲଟି ବୃଦ୍ଧି ହେବା କଥା । କିନ୍ତୁ 2012 ମସିହା ପରେ ଏହା ବୃଦ୍ଧି କରାଯାଇନାହିଁ । ଏହା ସହିତ ଏସସି, ଏସଟି ପ୍ରି-ସ୍କଲାରସିପ ଓ ପୋଷ୍ଟ ମାଟ୍ରିକ ସ୍କଲାରସିପ ଠିକ ସମୟରେ କେନ୍ଦ୍ର ଦେଉନାହିଁ । ରାଜ୍ୟ ପ୍ରତି ଅନ୍ୟାନ୍ୟ ଅବହେଳା ପ୍ରସଙ୍ଗ ମଧ୍ୟ ଓଡ଼ିଶା ଉଠାଇଛି । ନକ୍ସଲ ସମସ୍ୟା, ବିଭିନ୍ନ ରାଜ୍ୟ ସହ ସୀମା ବିବାଦ ଆଦି ପ୍ରସଙ୍ଗ ଓଡ଼ିଶା ପକ୍ଷରୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଠାଇଛନ୍ତି ।

ଇଟିଭି ଭାରତ, କୋଲକାତା/ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.