ETV Bharat / bharat

ବାରଣାସୀରେ ଅମିତ ଶାହା, ରାଜଭାଷା ସମ୍ମୀଳନୀରେ ଦେବେ ଯୋଗ - ଅମିତ ଶାହା

ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ଗୃହମନ୍ତ୍ରୀ ଅମିତ ଶାହ। ଏହି ଦୁଇଦିନିଆ ଗସ୍ତରେ ଗୃହମନ୍ତ୍ରୀ ଉତ୍ତରପ୍ରଦେଶର ବାରଣାସୀ ଓ ପୂର୍ବଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଅଧିକ ପଢନ୍ତୁ...

Amit Shah arrives in Varanasi to attend Akhil Bharatiya Rajbhasha Sammelan
ବାରଣାସୀରେ ଅମିତ ଶାହା, ଯୋଗଦେବେ ରାଜଭାଷା ସମ୍ମୀଳନୀ
author img

By

Published : Nov 12, 2021, 10:12 PM IST

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ଗୃହମନ୍ତ୍ରୀ ଅମିତ ଶାହ । ଆଜି ବାରଣାସୀ ବିମାନବନ୍ଦରରେ ଗୃହମନ୍ତ୍ରୀ ଅମିତ ଶାହ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଛନ୍ତି ଯୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ବିଜେପି ରାଜ୍ୟ ସଭାପତି ସ୍ବତନ୍ତ୍ର ଦେବ ସିଂ । ଏହି ଦୁଇଦିନିଆ ଗସ୍ତରେ ଗୃହମନ୍ତ୍ରୀ ଉତ୍ତରପ୍ରଦେଶର ବାରଣାସୀ ଓ ପୂର୍ବଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

ଦୁଇଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହ । ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମରେ ସେ ବାରଣାସୀ ଓ ପୂର୍ବାଞ୍ଚଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଆସନ୍ତାକାଲି ବାରଣାସୀରେ ଆୟୋଜିତ ହେବାକୁ ଥିବା ଅଖିଳ ଭାରତୀୟ ରାଜଭାଷା ସମ୍ମୀଳନୀରେ ଯୋଗଦେବେ । ଏହାପରେ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଏହା ସହ ଦଳର ପ୍ରସ୍ତୁତି, ସଂଗଠନ ଏବଂ ଦଳୀୟ କର୍ମୀଙ୍କୁ ନେଇ ବୈଠକ କରାଯିବ ।

ଆସନ୍ତାବର୍ଷ ଉତ୍ତରପ୍ରଦେଶରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଆଗାମୀ ୨୦୨୪ ନିର୍ବାଚନର ପାଇଁ ବାଟ ଫିଟାଇବ। ତେବେ ଉତ୍ତରପ୍ରଦେଶରେ ଯେଉଁ ଦଳ ସରକାର ଗଠନ କରିବ ଆଗାମୀ ଲୋକସଭା ନିର୍ବାଚନରେ ସେହି ଦଳ ଅଧିକ ଆସନ ପାଇବାର ସମ୍ଭାବନା ରହିଛି। ତେଣୁ ଉତ୍ତରପ୍ରଦେଶ ସରକାର ଗଠନ କରିବା ପାଇଁ ସମସ୍ତ ଦଳ ଜୋରଦାର କାର୍ଯ୍ୟକ୍ରମ କରୁଛନ୍ତି।

ବିଜେପିର ଚାଣକ୍ୟ ଭାବରେ ପରିଚିତ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ଉତ୍ତରପ୍ରଦେଶରେ ବିଜେପି ଏକତରଫା ବିଜୟ ହାସଲ କରିଥିଲା। ଅମିତ ଶାହ ୨୦୧୪ରେ ଉତ୍ତରପ୍ରଦେଶ ଦାୟିତ୍ବରେ ଥିବାବେଳେ ଦଳ ୮୦ ଲୋକସଭା ଆସନରୁ ୭୨ ଟି ବିଜୟ ହାସଲ କରିଥିଲା । ଏହା ପରେ ୨୦୧୭ରେ ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ହାସଲ କରି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ସରକାର ଗଠନ କରିଛି ।

ତେବେ ଆସନ୍ତାବର୍ଷ ହେବାକୁ ଥିବା ଉତ୍ତପ୍ରଦେଶର ୪୦୩ ବିଧାନସଭା ଆସନରେ ହେବ ନିର୍ବାଚନ । ଏହି ନିର୍ବାଚନକୁ ନେଇ ବିରୋଧୀ ରଣହୁଙ୍କାର ଦେଇଥିବାବେଳେ ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀଆଦିତ୍ୟ ନାଥ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ଆସନ୍ତା ବର୍ଷ ହେବାକୁଥିବା ଉତ୍ତପ୍ରଦେଶ ନିର୍ବାଚନ ବେଶ ରୋଚକ ହେବାର ସମ୍ଭାବନା ରହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.