ETV Bharat / bharat

ପୁଡୁଚେରୀରେ ଶାହାଙ୍କ ଦାବି, NDA ସରକାର ଆସିଲେ କମିବ ବେକାରୀ ହାର - rally in karaikal puducherry

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଡୁଚେରୀର କରାଇକାଲରେ ଏକ ସାଧାରଣ ସଭା କରିଛନ୍ତି । ଶାହା କରାଇକାଲରେ ଭଗବାନ ଶିବଙ୍କୁ ପ୍ରଣାମ କରି ଅଭିଭାଷଣ ଆରମ୍ଭ କରିଥିଲେ । ଅଧିକ ପଢନ୍ତୁ...

ପୁଡୁଚେରୀରେ ଶାହାଙ୍କ ଦାବି, NDA ସରକାର ଆସିଲେ କମିବ ବେକାରୀ ହାର

author img

By

Published : Feb 28, 2021, 2:46 PM IST

ପୁଡୁଚେରୀ:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଡୁଚେରୀର କରାଇକାଲରେ ଏକ ସାଧାରଣ ସଭା କରିଛନ୍ତି । ଶାହା କରାଇକାଲରେ ଭଗବାନ ଶିବଙ୍କୁ ପ୍ରଣାମ କରି ଅଭିଭାଷଣ ଆରମ୍ଭ କରିଥିଲେ । ସେ କହିଥିଲେ, ମହାକବି ସୁବ୍ରମଣ୍ୟମ ଭାରତୀ ଏବଂ ଶ୍ରୀ ଅରୋବିନ୍ଦ ମଧ୍ୟ ପୁଡୁଚେରୀରୁ ସେମାନଙ୍କର ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ କେନ୍ଦ୍ର ସରକାର 114 ରୁ ଅଧିକ ଯୋଜନା ପଠାଇଛନ୍ତି। ସେ କହିଛନ୍ତି ଯେ, ରାଜନୈତିକ ସ୍ବାର୍ଥ କାରଣରୁ ନାରାୟଣସାମୀ ସରକାର କେନ୍ଦ୍ରର ଯୋଜନା କାର୍ଯ୍ୟକାରୀ କରିନାହାଁନ୍ତି। ଶାହା କହିଛନ୍ତି ଯେ ଲୋକେ ଥରେ ବିଜେପିକୁ ସୁଯୋଗ ଦେବା ପରେ ପୁଡୁଚେରୀକୁ ଭାରତର ଅଳଙ୍କାରରେ ପରିଣତ କରାଯାଇ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରାଯିବ।

ପୁଡୁଚେରୀରେ ଶାହାଙ୍କ ଦାବି, NDA ସରକାର ଆସିଲେ କମିବ ବେକାରୀ ହାର
ପୁଡୁଚେରୀରେ ଶାହାଙ୍କ ଦାବି, NDA ସରକାର ଆସିଲେ କମିବ ବେକାରୀ ହାର

ସେ କହିଛନ୍ତି ଯେ ପୁଡୁଚେରୀର ଭୂମି ଅତ୍ୟନ୍ତ ପବିତ୍ର ଦେଶ । ଅମିତ ଶାହା କହିଛନ୍ତି ଯେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ଆମେ ପୁରା ଦେଶରେ ପୁଡୁଚେରୀକୁ ଏକ ମଡେଲ କରିବାକୁ ଚେଷ୍ଟା କରୁଛୁ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଶାହା କହିଛନ୍ତି, ‘ମୁଁ ପୁଡୁଚେରୀର ଲୋକଙ୍କୁ ପଚାରିବାକୁ ଚାହୁଁଛି ଯେ ଯେଉଁ ଦଳର ନେତା 4 ଥର ଲୋକସଭାରେ ରହି ମଧ୍ୟ ଏହା ଜାଣନ୍ତିନି କି ଦେଶରେ ମତ୍ସ୍ୟ ବିଭାଗ 2 ବର୍ଷ ହେଲା ଆରମ୍ଭ ହେଲାଣି । ସେହି ଦଳ ପୁଡୁଚେରୀର କଲ୍ୟାଣ କରିପାରିବ କି ? ସେ କହିଛନ୍ତି ଯେ 2019 ରେ ମତ୍ସ୍ୟ ବିଭାଗ ଗଠନ କରାଯାଇଛି କିନ୍ତୁ ସେତେବେଳେ ରାହୁଲ ଗାନ୍ଧୀ ଛୁଟିରେ ଥିଲେ’ ।

ଶାହା ଏହା ମଧ୍ୟ କହିଛନ୍ତି ଯେ ପୁଡୁଚେରୀର 75 ପ୍ରତିଶତ ଯୁବକ ବେକାର । ଯଦି ଏନଡିଏ ସରକାର ଗଠନ କରନ୍ତି ତେବେ ଆମେ ବେକାରୀ ହାରକୁ 40 ପ୍ରତିଶତକୁ ହ୍ରାସ କରିବୁ। ଗଣତନ୍ତ୍ରରେ ସ୍ଥାନୀୟ ନିର୍ବାଚନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମାତ୍ର 14 ବର୍ଷ ଧରି ହାଇକୋର୍ଟ କହିବା ପରେ ମଧ୍ୟ ସ୍ଥାନୀୟ ନିର୍ବାଚନ ଅନୁଷ୍ଠିତ ହୋଇନଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.