ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ବସିବ କ୍ବାଡ଼ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ କ୍ବାଡର ଅନଲାଇନ୍ ବୈଠକରେ ଯୋଗ ଦେବେ। ଏହି ବୈଠକରେ ୪ଟି ରାଷ୍ଟ୍ରର ନେତା ଭାରତ-ପ୍ରଶାନ୍ତ ମହାସାଗରର ବିକାଶ ଉପରେ ଆଲୋଚନା କରିବେ।
ଏ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ମାର୍ଚ୍ଚ ୩ ତାରିଖରେ ଆମେରିକାର ରାଷ୍ଟ୍ରପତି ବାଇଡେନ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବେ। ଗତ ବର୍ଷ ସେପ୍ଟେମ୍ବରରେ ୱାଶିଂଟନରେ ଏକ ସଭାରେ କ୍ବାଡ ନେତାମାନେ ଯୋଗ ଦେଇଥିଲେ। ରାଷ୍ଟ୍ର ନେତାମାନେ ୱାଶିଂଟନରେ ସେପ୍ଟେମ୍ବର 2021 ରେ ଅନୁଷ୍ଠିତ ସଭାର ଆଲୋଚନାକୁ ଆଗକୁ ନେବା ପାଇଁ ସୁଯୋଗ ପାଇଛନ୍ତି ।
ସେମାନେ ଭାରତ-ପ୍ରଶାନ୍ତ ମହାସାଗରରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବିକାଶ ବିଷୟରେ ଆଲୋଚନା କରିବେ । ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ, କ୍ବାଡର ନେତାମାନେ ମଧ୍ୟ କ୍ବାଡର ସମସାମୟିକ ତଥା ସକରାତ୍ମକ ଏଜେଣ୍ଡାକୁ ଆଗକୁ ନେବା ପାଇଁ ପ୍ରୟାସକୁ ସମୀକ୍ଷା କରିବେ।
କ୍ବାଡ୍ କଣ ?
ଭାରତ ମହାସାଗରରେ ସୁନାମି ପରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଏବଂ ଆମେରିକା ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ଔନପଚାରିକ ମିଳିତ ମଞ୍ଚ ଗଠନ କରିଥିଲେ। ସାଧାରଣତଃ କ୍ବାଡ୍ ୪ଟି ଦେଶର ଏକ ସଂଗଠନ । ଏଥିରେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଅନ୍ତର୍ଭୁକ୍ତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ