ETV Bharat / bharat

ରାଜନୈତିକ ସଙ୍କଟ ମଧ୍ୟରେ ପୁଡୁଚେରୀରେ ପାଦ ଦେଲେ ରାହୁଲ

author img

By

Published : Feb 17, 2021, 3:56 PM IST

ରାଜନୈତିକ ସଙ୍କଟ ମଧ୍ୟରେ ରାହୁଲଙ୍କ ପୁଡୁଚେରୀ ଗସ୍ତ । ବୁଧବାର ପୁଡୁଚେରୀରରେ ପହଞ୍ଚିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଠାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କ ସହ ଆଲୋଚନା କରିବେ । ଅଧିକ ପଢନ୍ତୁ...

ରାଜନୈତିକ ସଙ୍କଟ ମଧ୍ୟରେ ପୁଡୁଚେରୀରେ ପାଦ ଦେଲେ ରାହୁଲ
ରାଜନୈତିକ ସଙ୍କଟ ମଧ୍ୟରେ ପୁଡୁଚେରୀରେ ପାଦ ଦେଲେ ରାହୁଲ

ପୁଡୁପଚେରୀ: ଆଗକୁ ପୁଡୁଚେରୀରେ ବିଧାନସଭା ନିର୍ବାଚନ । ଏହାରି ମଧ୍ୟରେ କେନ୍ଦ୍ରଶାସିତ ଅଞ୍ଚଳରେ ପହଞ୍ଚିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ରାହୁଲ ପୁଡୁଚେରୀରେ ପାଦ ଦେବା ପୂର୍ବରୁ ରାହୁଲଙ୍କୁ ଲାଗିଛି ଜବରଦସ୍ତ ଝଟକା । ଏଠାରେ ନେତୃତ୍ବାଧିନ କଂଗ୍ରେସ ସରକାର ସଂଖ୍ୟା ଗରିଷ୍ଠତା ହରାଇସାରିଛନ୍ତି ।

ବୁଧବାର ପୁଡୁଚେରୀରରେ ପହଞ୍ଚିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଠାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କ ସହ ଆଲୋଚନା କରିବେ । ସେହିପରି ସେ ଜନସଭାକୁ ସମ୍ବୋଧନ କରିବା ସହ କଲେଜ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ଜଣାପଡିଛି ।

ବିଧାନସଭା ନିର୍ବାଚନ ପୂର୍ବରୁ ମଙ୍ଗଳବାର ପୁଡୁଚେରୀ ସରକାରଙ୍କୁ ଲାଗିଥିଲା ବଡ ଝଟକା । କ୍ଷମତାସୀନ ସରକାରରୁ ଗୋଟିଏ ପରେ ଗୋଟିଏ ବିଧାୟକଙ୍କ ଇସ୍ତଫା ପରେ ଅଚାନକ ପୁଡୁଚେରୀ ରାଜନୀତି ଆକାଶରେ ଦେଖାଦେଇଥିଲା ସଙ୍କଟର କଳା ବାଦଲ । ମଙ୍ଗଳବାର ବିଧାୟକ ଜନ କୁମାର ନିଜ ପଦରୁ ଇସ୍ତଫା ଦେବା ପରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହରାଇଥିଲେ ପୁଡୁଚେରୀ ସରକାର । ଜନଙ୍କୁ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀଙ୍କ ଅତି ନିକଟତର ବୋଲି ବିବେଚନା କରାଯାଏ ।

କୁମାରଙ୍କ ଇସ୍ତଫା ସହିତ ପୁଡୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାର ଏବେ 10 ଜଣ ବିଧାୟକରେ ସୀମିତ ରହିଯାଇଛନ୍ତି । ତେବେ ବର୍ତ୍ତମାନ କଂଗ୍ରେସ ପାଖରେ 3 ଜଣ ଡିଏମକେ ବିଧାୟକ ଓ ଜଣେ ନିର୍ଦଳୀୟ ବିଧାୟକଙ୍କ ସମର୍ଥନ ରହିଛି । କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରରେ 30 ନିର୍ବାଚିତ ଆସନ ସହିତ 3ଟି ମନୋନୀତ ଆସନ ରହିଛି ।

ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ଏ ନମଶିବାୟମ ଓ ମଲାଡ୍ଡୀ କୃଷ୍ଣା ରାଓ ମନ୍ତ୍ରୀ ଥିଲେ । ସେହିପରି ଇସ୍ତଫା ଦେଇଥିବା 2 ବିଧାୟକ ହେଉଛନ୍ତି, ଇ ଥୀପ୍ପାଇନ୍ଥନ ଓ ଜନକୁମାର । ନମଶିବାୟମ ଓ ଥୀପ୍ପାଇନ୍ଥନ ଉଭୟ ବିଜେପିରେ ସାମିଲ ହୋଇଛନ୍ତି । ସେପଟେ କଂଗ୍ରେସ ବିଧାୟକ ଏନ ଧନଭେଲୁଙ୍କୁ ଦଳ ବିରୋଧୀ କାର୍ଯ୍ୟ ନେଇ ବହିଷ୍କାର କରାଯାଇଛି ।

ସେପଟେ କ୍ଷମତାସୀନ ସରକାରଙ୍କ ସହ ଦୀର୍ଘ ଦିନର ବିବାଦ ପରେ ଶେଷରେ ପୁଡୁଚେରୀ ଉପରାଜ୍ୟପାଳ ପଦରୁ କିରଣ ବେଦୀଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ପୁଡୁଚେରୀର ଉପରାଜ୍ୟପାଳ ଭାବରେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୌନ୍ଦରାରାଜନ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି ।

ପୁଡୁଚେରୀରେ ରାଜନୈନିତ ଅସ୍ଥିରତା ନେଇ ମୁଖ୍ୟ.ମନ୍ତ୍ରୀ ଭି ନାରାୟଣସ୍ବାମୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ 4 ବର୍ଷ ଆମ ସରକାର ପାଇଁ ଅଶାନ୍ତ ଥିଲା । ପ୍ରତିଦିନ ପ୍ରଶାସନରେ ଉପରାଜ୍ୟପାଳ କିରଣ ବେଜୀଙ୍କ ହସ୍ତକ୍ଷେପ ସମସ୍ୟା ସୃଷ୍ଟି କରୁଥିଲେ। ତାଙ୍କ କାର୍ଯ୍ୟକଳାପ ବିରୁଦ୍ଧରେ ଆମର ନିରନ୍ତର ପ୍ରୟାସ ଫଳପ୍ରଦ ହୋଇଛି | ଜନସାଧାରଣ ପୁଡୁଚେରୀରେ ଧର୍ମନିରପେକ୍ଷ ଦଳ ପସନ୍ଦ କରନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନାରାୟଣ ସ୍ବାମୀ ।

ତେବେ ପୁଡୁଚେରୀରେ ରାଜନୈତିକ ସଙ୍କଟ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ କୁହାଯାଇପାରେ । ଏଭଳି ସ୍ଥିତିରେ ଏଠାରେ ବୁଡୁଥିବା କଂଗ୍ରେସର ଡଙ୍ଗାକୁ ରାହୁଲ ବଞ୍ଚାଇବାକୁ ସକ୍ଷମ ହେବେ କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.