ETV Bharat / bharat

Avalanche: ହିମସ୍ଖଳନରେ ଫଶିଥିବା ୩୦ ନାଗରିକଙ୍କୁ ଉଦ୍ଧାର କଲା ସେନା - ହିମସ୍ଖଳନରେ ଫଶିଥିବା ୩୦ ଜଣଙ୍କୁ ଉଦ୍ଧାର କଲା ସେନା

ଜମ୍ମୁକାଶ୍ମୀରର ତଙ୍ଗଧାର ସେକ୍ଟରରେ ପ୍ରବଳ ବରଫପାତ ଯୋଗୁଁ ହିମସ୍ଖଳନ ସୃଷ୍ଟି ହୋଇଛି । 30 ଜଣ ସାଧାରଣ ଲୋକଙ୍କୁ ଉଦ୍ଧାର କରିଛି ସେନାର ଉଦ୍ଧାରକାରୀ ଦଳ । ଅଧିକ ପଢନ୍ତୁ

ହିମସ୍ଖଳନରେ ଫଶିଥିବା ୩୦ ଜଣଙ୍କୁ ଉଦ୍ଧାର କଲା ସେନା

author img

By

Published : Jan 18, 2022, 5:28 PM IST

ଶ୍ରୀନଗର: 30 ଜଣ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ସେନା । ଜମ୍ମୁକାଶ୍ମୀରର ତଙ୍ଗଧାର ସେକ୍ଟରରେ ପ୍ରବଳ ବରଫପାତ ଯୋଗୁଁ ହିମସ୍ଖଳନ ହୋଇଥିଲା । ସୋମବାର ରାତ୍ରରେ ଚୌକିବାଲ ଓ ତଙ୍ଗଧାରର ଜାତୀୟ ରାଜପଥ ୭୦୧ ନିକଟରେ 30 ଜଣ ସାଧାରଣ ଲୋକଙ୍କୁ ଉଦ୍ଧାର କରିଛି ଭାରତୀୟ ସେନାର ଜେନରାଲ ରିଜର୍ଭ ଇଞ୍ଜିନିୟରିଂ ଫୋର୍ସ (GREE) ।

ସେନାର ଜନସମ୍ପର୍କ ଅଧିକାରୀ କହିଛନ୍ତ ଯେ ଜମ୍ମୁକାଶ୍ମୀରର ତଙ୍ଗଧାର ସେକ୍ଟରରେ ପ୍ରବଳ ବରଫପାତ ଯୋଗାଁ ହିମସ୍ଖଳନ ସୃଷ୍ଟି ହୋଇଥିଲା । ଏହା ପରେ ତୁରନ୍ତ ସେନାବାହିନୀର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା । ଏନସି ପାସ ନିକଟସ୍ଥ ଖୋନି ନାଲାଙ୍କ ନିକଟରେ ଅଟକି ରହିଥିବା ସୂଚନା ପାଇବା ମାତ୍ରେ ପହଞ୍ଚିଥିଲା ସେନାର ଉଦ୍ଧାରକାରୀ ଦଳ । ପ୍ରତିକୂଳ ପାଣିପାଗ ସତ୍ତ୍ବେ 14 ଜଣ ସାଧାରଣ ନାଗରିକଙ୍କୁ ଉଦ୍ଧାର କରାଯାଇ ନୀଲମ ଏବଂ 16 ଜଣ ସାଧାରଣ ନାଗରିକଙ୍କୁ ଏନସି ପାସକୁ ଅଣାଯାଇଥିଲା । ଉଦ୍ଧାର ହୋଇଥିବା ସମସ୍ତ ସାଧାରଣ ନାଗରିକଙ୍କୁ ରାତି ପାଇଁ ଖାଦ୍ୟ, ଚିକିତ୍ସା ସେବା ଏବଂ ଆଶ୍ରୟ ଦିଆଯାଇଥିଲା ବୋଲି ସେନା ସୂଚନା ଦେଇଛି।

ସେନା କହିଛି ପ୍ରବଳ ବରଫପାତ ସତ୍ତ୍ବେ ଯାନବାହାନ ଚଳାଚଳ ଏବଂ ରାସ୍ତାରୁ ବରଫ ସଫା କରାଯାଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.