ଅମରାବତୀ: ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାରୁ ନୃତ୍ୟଶିଳ୍ପୀ ଆମେୟା ଲାଗୁଡୁ(12) କଳା ଓ ସଂସ୍କୃତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର 2021କୁ ଜିତିଛନ୍ତି । ଗଣତନ୍ତ୍ର ଦିବସ ଲାଗି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆମେୟାଙ୍କୁ ପ୍ରଶଂସା କରିବା ସହିତ ତାଙ୍କୁ ଆଶୀର୍ବାଦ ଦେଇଥିଲେ ।
ଆମେୟା ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ହୋଇଥିବା ବେଳେ ସେ 4 ବର୍ଷ ବୟସରୁ ଭାରତନାଟ୍ୟମ ଓ କୁଚିପୁଡି ନୃତ୍ୟକୁ ମଧ୍ୟ ଶିଖି ଆସୁଛନ୍ତି । ସେ 6 ବର୍ଷ ବୟସରେ ନିଜର ଆରଙ୍ଗ୍ରେଟାମ(ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ପ୍ରଥମ ଥର ଲାଗି ଷ୍ଟେଜରେ ନାଚିବା) ଦେଇଥିଲେ । ସେ ଦେଶ ଭିତରେ ଓ ବାହାରେ ଶତାଧିକ ନୃତ୍ୟ ପରିବେଷଣ କରି ଭାରତୀୟ ସଂସ୍କୃତିକୁ ବିଦେଶରେ ପହଞ୍ଚାଇଛନ୍ତି ।
ଆମେୟା ନିଜର ଏହି ପ୍ରତିଭା ଲାଗି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ସମ୍ମାନର ଅଧିକାରିଣୀ ହୋଇଛନ୍ତି । ସେ 8ଟି ଅନ୍ତର୍ଜାତୀୟ ପୁରସ୍କାର ପାଇଥିବା ବେଳେ 9ଟି ଜାତୀୟ ପାଇଛନ୍ତି । ଏହାସହିତ ଏସିଆ ବୁକରେ ଓ ଗିନିଜ ବୁକରେ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି । ନିଜର ଏହି ପ୍ରତିଭା ଲାଗି ଆମେୟା ପିତାମାତା ଓ ନୃତ୍ୟୁଗୁରୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ