ETV Bharat / bharat

ଭାରତରେ ମ୍ୟାନୁଫ୍ୟାକ୍ଚରିଂ କରିବ ଆମାଜନ, ମିଳିବ ଲକ୍ଷାଧିକ ନିଯୁକ୍ତି

author img

By

Published : Feb 16, 2021, 7:08 PM IST

ଭାରତରେ ମ୍ୟାନୁଫ୍ୟାକ୍ଚରିଂ ଆରମ୍ଭ କରିବ ଇ-କମର୍ସ କମ୍ପାନୀ ଆମଜାନ । ଏହା ଦ୍ବାରା 2025 ସୁଦ୍ଧା 10 ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ..

ଭାରତରେ ମ୍ୟାନୁଫେକ୍ଚରିଂ କରିବ ଆମାଜନ, ମିଳିବ ଲକ୍ଷାଧିକ ନିଯୁକ୍ତି

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଅଭିଯାନରେ ଆମଜନ ରଖିବ ଯୋଗଦାନ । ଦେଶରେ ମ୍ୟାନୁଫ୍ୟାକ୍ଚରିଂ ଆରମ୍ଭ କରିବାକୁ ଯାଉଛି ଇ-କମର୍ସ କମ୍ପାନୀ ଆମଜନ । ଏ ବର୍ଷ ଶେଷ ସୁଦ୍ଧା କମ୍ପାନୀ ଚେନ୍ନାଇରେ Fire TV Stick ଭଳି ଡିଭାଇସର ନିର୍ମାଣ କରିବ । ଏଥିଲାଗି କମ୍ପାନୀ ଫକ୍ସକମ ସବସିଡିଆରୀ କ୍ଲାଉଡ ନେଟୱର୍କ ଟେକ୍ନୋଲୋଜି (Foxconns subsidiary, Cloud Network Technology) ସହ ସହଭାଗିତା କରିଛି ।

ଆମାଜନର ଏହା ପ୍ରଥମ ମ୍ୟାନୁଫ୍ୟାକ୍ଚରିଂ ଲାଇନ ହେବ । ଆମାଜନ ଏକ ବ୍ଲଗପୋଷ୍ଟ ଜରିଆରେ ଏ ଏ ନେଇ ସୂଚନା ଦେଇ କହିଛି କି, ଆତ୍ମନିର୍ଭର ଭାରତ ପାଇଁ କମ୍ପାନୀ ଭାରତ ସରକାରଙ୍କ ମେକ ଇନ ଇଣ୍ଡିଆ ପ୍ରତି ସେ ପ୍ରତିଶ୍ରୁତିବଦ୍ଧ । ଏହା ବ୍ୟତିତ ଭାରତୀୟ ଶିଳ୍ପୀକାର , ଆୟୁର୍ବେଦ ଔଷଧକୁ ଆମାଜନ ପ୍ଲାର୍ଟଫର୍ମ ଜରିଆରେ ବୈଶ୍ବିକ ବଜାରରେ ଉପଲବ୍ଧ କରାଯିବ । ତେବେ ଆମଜନର ଏହି ମ୍ୟାନୁଫେକ୍ଚରିଂ ନିଷ୍ପତ୍ତି ଦ୍ବାରା ଘରୋଇ ଉତ୍ପାଦନ କ୍ଷମତା ବଢିବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ଦ୍ବାରା ଏକ ଆତ୍ମନିର୍ଭର ଓ ଡିଜିଟାଲ ଭାରତ ଅଭିଯାନ ମଜବୁତ ହେବ ।

ଆମାଜନ ବ୍ଲଗପୋଷ୍ଟରେ କୁହାଯାଇଥିବା ଡିଭାଇସ ମ୍ୟାନୁଫ୍ୟାକ୍ଚରିଂ ପୋଗ୍ରାମ ଅଧିନରେ କମ୍ପାନୀ ଭିଡିଓ ଷ୍ଟ୍ରିମିଙ୍ଗ ପାଇଁ ଫାୟାର ଟିଭି ଷ୍ଟିକ ଡିଭାଇସେଜର ଉତ୍ପାଦନ କରିବ । ଯଦିଓ କମ୍ପାନୀ ପ୍ରୋଜେକ୍ଟର ନିବେଶ ବା ଉତ୍ପାଦନ କ୍ଷମତା ବିଷୟରେ ସୂଚନା ଦେଇ ନାହିଁ । କିନ୍ତୁ କମ୍ପାନୀ କହିଛି କି ଘରୋଇ ଚାହିଦା ଅନୁସାରେ ଉତ୍ପାଦନ କରାଯିବ ।

ଆମାଜନ ଇଣ୍ଡିଆର ଗ୍ଲୋବାଲ ସିନିଅର ଭାଇସ-ପ୍ରେସିଡେଣ୍ଟ ଓ କଣ୍ଟ୍ରି ହେବ ଅମିତ ଅଗ୍ରୱାଲ କେନ୍ଦ୍ରୀୟ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଅଗ୍ରୱାଲ କହିଛନ୍ତି ଯେ, ଏହି ପଦକ୍ଷେପ ମେକ ଇନ ଇଣ୍ଡିଆ ପାଇଁ ଆମ ପ୍ରତିବଦ୍ଧତାକୁ ଦୋହରାଇବ । ଏହା ଭାରତୀୟ ଅର୍ଥବ୍ୟବସ୍ଥାରେ ସିଧା ଯୋଗଦାନ ଦେଇଥାଏ । ଆଉ ରେଜଗାର ସୃଷ୍ଟି କରିବ । ଏ ନେଇ ପ୍ରସାଦ କହିଛନ୍ତି କି ଭାରତ ଏକ ଆକର୍ଷଣ ନିବେଶର ଗନ୍ତବ୍ୟସ୍ଥଳ । ଏଥିସହ ଇଲେକ୍ଟ୍ରୋନିକ୍ସ ଓ ଆଇଟି ଉତ୍ପାଦର ଉଦ୍ୟୋଗରେ ବୈଶ୍ବିକ ଯୋଗାଣ ଶୃଙ୍ଖଳାରେ ପ୍ରମୁଖ ଦେଶ ସହ ଆଗକୁ ବଢୁଛି । ଆମ ସରକାର ପ୍ରଡକ୍ସନ ଲିଙ୍କଡ ଇନିସେଟିଭ (PLI) ଯୋଜନା ଆରମ୍ଭର ନିଷ୍ପତ୍ତିକୁ ସମଗ୍ର ବିଶ୍ବର ଭଲ ପ୍ରତିକ୍ରିୟା ମିଳିଛି । ଭାରତୀୟ ଉତ୍ପାଦକୁ ନିଜ ପ୍ଲାର୍ଟଫର୍ମ ଜରିଆରେ ବୈଶ୍ବିକ ବଜାରରେ ଉପସ୍ଥାପନ ପାଇଁ ଆମଜାନ ସହ ଆଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ସେ କହିଛନ୍ତି କି , ଆମାଜନ ଦେଶର କିଛି ଗାଁକୁ ଚୟନ କରି ତାହାକୁ ସମ୍ପୁର୍ଣ୍ଣ ଭାବେ ଡିଜିଟାଲ ଭିଲେଜ କରିବା ପାଇଁ କୁହାଯାଇଛି । ଏହା ବାଦ ଆମାଜନ କ୍ଷୁଦ୍ର ସ୍ଥାନୀୟ ଦୋକାନୀଙ୍କ ସହ ମିଶି କାମ କରିବା ଦରକାର । ଆଉ ନିଜ କାରାବାର ବିସ୍ତାରରେ ସେମାନଙ୍କୁ ଭାଗୀଦାର କରିବା ଦରକାର ।

ଆମାଜନ ଏବେ ଦେଶରେ ବିଭିନ୍ନ ବିନିର୍ମାଣ ପାଇଁ କୋଟି କୋଟି ଡଲାରର ନିବେଶ କରିଛି । ଆମାଜନ ଭାରତରେ 100 କୋଟି ଡଲାର ନିବେସ ଜରିଆରେ 1 କୋଟି କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀ କାରାବାରୀଙ୍କୁ ଡିଜିଟାଇଜ କରିବାକୁ ଲକ୍ଷ୍ୟ ରଖିଛି । ଏଥିସହ 100 କୋଟି ଡଲାର ରପ୍ତାନୀ ଲକ୍ଷ୍ୟ ରଥିଛି । ଆମଜାନ ଏହି ନିବେଶ ଦ୍ବାରା 2025 ସୁଦ୍ଧା 10 ଲକ୍ଷ ରୋଜଗାର ସୃଷ୍ଟି କରିବ ।

ଆମାଜନ ଗତ ବର୍ଷ 2020 ରେ Local Shops on Amazon ନାମକ କାର୍ଯ୍ୟକ୍ରମର ଘୋଷଣା କରିଥିଲା । ଏହା ଅଧିନରେ ଆମାଜନ ପ୍ଲାର୍ଟଫର୍ମରେ ରିଟେଲର୍ସ ଓ ଲୋକାଲ ଦୋକାନୀଙ୍କ ପ୍ରଡକ୍ଟ ବିକ୍ରି ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.