ETV Bharat / bharat

‘ମୋଦି ସରକାରଙ୍କ ବିରୋଧରେ ଅମର୍ତ୍ତ୍ୟ ସେନଙ୍କ ଚିପ୍ପଣୀ ସମ୍ପୂର୍ଣ୍ଣ ରାଜନୈତିକ’ - ମୋଦି ସରକାର

ମୋଦି ସରକାରଙ୍କୁ ନେଇ ନୋବେଲ ବିଜେତା ଅମର୍ତ୍ତ୍ୟ ସେନଙ୍କ ଟିପ୍ପଣୀକୁ ନିନ୍ଦା କରିଛି ବିଜେପି । ଏହା ସମ୍ପୂର୍ଣ୍ଣ ରାଜନୈତିକ ବୋଲି କହିଛି ପଶ୍ଚିମବଙ୍ଗ ବିଜେପି । ଅଧିକ ପଢନ୍ତୁ...

ଅମୃତ୍ୟ ସେନ
ଅମୃତ୍ୟ ସେନ
author img

By

Published : Jun 6, 2021, 8:36 AM IST

କୋଲକାତା: ମୋଦି ସରକାରଙ୍କୁ ନେଇ ନୋବେଲ ବିଜେତା ଅମର୍ତ୍ତ୍ୟ ସେନଙ୍କ ଟିପ୍ପଣୀକୁ ନିନ୍ଦା କରିଛି ବିଜେପି । ଏହା ସମ୍ପୂର୍ଣ୍ଣ ରାଜନୈତିକ ବୋଲି କହିଛି ପଶ୍ଚିମବଙ୍ଗ ବିଜେପି । ମୋଦି ସରକାରଙ୍କ ସ୍କିଜୋଫ୍ରେନିଆ(ମାନସିକ ରୋଗ, ଯାହା ବୁଝିବା ଓ ବିଚାରଶକ୍ତିକୁ ନଷ୍ଟ କରିଦିଏ ) କୋଭିଡ-19କୁ ବଢିବାରେ ସାହାଯ୍ୟ କରିଥିବା ମତ ଦେଇଥିଲେ ଅମର୍ତ୍ତ୍ୟ ସେନ ।

ରାଜ୍ୟ ବିଜେପି ମୁଖପାତ୍ର ସମିକ ଭଟ୍ଟାଚାର୍ଯ୍ୟ ଏହା ମଧ୍ୟ କହିଛନ୍ତି ଯେ ସେ ସମଗ୍ର ବିଶ୍ବ ସାମ୍ନାରେ ସରକାରଙ୍କୁ ସମାଲୋଚନା କରି ପାରିବେ ନାହିଁ। ପ୍ରକାଶଥାଉକି, ଶୁକ୍ରବାର ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ସେନ୍ କହିଥିଲେ ଯେ ଭାରତର ଦ୍ବନ୍ଦ୍ବପୂର୍ଣ୍ଣ ସରକାର କୋଭିଡ-19 ର ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ନିଜ କାର୍ଯ୍ୟ ପାଇଁ ଶ୍ରେୟ ନେବାକୁ ଧ୍ୟାନ ଦେଇଥିଲେ, ଯାହାଫଳରେ ସ୍କିଜୋଫ୍ରେନିଆ ପରିସ୍ଥିତି ସୃଷ୍ଟି ହୋଇଥିଲା।

ସେନ୍ ଏହା ମଧ୍ୟ କହିଥିଲେ ଯେ, ମହାମାରୀ ସହ ଲଢିବାରେ ଭାରତ ଭଲ ପ୍ରଦର୍ଶନ କରିପାରିବ କାରଣ ଫାର୍ମା କମ୍ପାନୀ ଏଠାରେ ଅଧିକ ରହିଛି ଓ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଅଧିକ ଏଠାରେ ରହିଛି । ରାଷ୍ଟ୍ର ସେବା ଦଳ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି ମତ ଦେଇଥିଲେ ଅମର୍ତ୍ତ୍ୟ ସେନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.