ETV Bharat / bharat

ଶୈବଭକ୍ତଙ୍କ ପାଇଁ ଖୁିସି ଖବର, ଜୁନ୍ 30ରୁ ଅମରନାଥ ଯାତ୍ରା ଆରମ୍ଭ

author img

By

Published : Mar 27, 2022, 5:46 PM IST

ଜୁନ ୩୦ରୁ ଆରମ୍ଭ ହେବ ଚଳିତବର୍ଷର ଅମରନାଥ ଯାତ୍ରା । କୋଭିଡ ସଂକ୍ରମଣ କାରଣରୁ ଗତ ଦୁଇ ବର୍ଷ ହେଲା ଯାତ୍ରାରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ଜୁନ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ରା
ଜୁନ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ଶ୍ରୀନଗର: କୋଭିଡ ସଂକ୍ରମଣ କାରଣରୁ ଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ପ୍ରସିଦ୍ଧ ଅମରନାଥ ଯାତ୍ରା ଚଳିତ ବର୍ଷ ଆୟୋଜିତ ହେବାକୁ ଯାଉଛି । ଜୁନ ୩୦ ତାରିଖରୁ ଏହି ପ୍ରସିଦ୍ଧ ଯାତ୍ରା ଆରମ୍ଭ ହେବା ନେଇ ସୂଚନା ମିଳିଛି । ରାଜଭବନ ପକ୍ଷରୁ ମିଳିଥିବା ସଦ୍ୟତମ ସୂଚନା ଅନୁସାରେ, ଚଳିତ ବର୍ଷ ଏହି ଯାତ୍ରା ୪୩ ଦିନ ଯାଏଁ ଜାରି ରହିବ । ପ୍ରଚଳିତ ପ୍ରଥା ଅନୁସାରେ ଏହି ଯାତ୍ରା ରାକ୍ଷୀ ପୂର୍ଣ୍ଣିମାରେ ଶେଷ ହେବାର ପରମ୍ପରା ରହିଛି ।

ରାଜଭବନର ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷର ଯାତ୍ରା ସମ୍ପୂର୍ଣ୍ଣ କୋଭିଡ ପ୍ରୋଟୋକଲ ଅନୁପାଳନ କରାଯାଇ ଅନୁଷ୍ଠିତ ହେବ । ଯାତ୍ରାକୁ ଶୃଙ୍ଖଳିତ ତଥା ବ୍ୟବସ୍ଥିତ ଭାବେ ଶେଷ କରିବା ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ । ତେବେ ଏହି ପ୍ରସିଦ୍ଧ ଯାତ୍ରାରେ ଦେଶବ୍ୟାପୀ ଶ୍ରଦ୍ଧାଳୁ ଅଂଶଗ୍ରହଣ କରୁଥିବା ବେଳେ କୋଭିଡ ସଂକ୍ରମଣ ପାଇଁ ବର୍ଷ ୨୦୨୦ ଓ ୨୧ ରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଚଳିତ ଥର ଯାତ୍ରା ହେବା ନେଇ ସୂଚନା ମିଳିବା ପରେ ଗତ ଦୁଇବର୍ଷ ଧରି ଯାତ୍ରାରୁ ବାଦ ପଡିଥିବା ଶ୍ରଦ୍ଧାଳୁ ଖୁସି ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.