ETV Bharat / bharat

Amarnath Yatra resumes: ପାଗରେ ସୁଧାର ଆସିବା ପରେ ପହଲଗାମ ରୁଟରେ ଯାତ୍ରା ଆରମ୍ଭ

author img

By

Published : Jul 9, 2023, 5:29 PM IST

ପାଗରେ ସୁଧାର ଆସିବା ପରେ ପହଲଗାମ ରୁଟରେ ଯାତ୍ରା ଆରମ୍ଭ । ବାଲତଲ ରୁଟ୍‌ରେ ପାଗରେ ପରିବର୍ତ୍ତନକୁ ଅପେକ୍ଷା । ଶୁକ୍ରବାରଠାରୁ ବନ୍ଦ ଥିଲା ଯାତ୍ରା । ଅଧିକ ପଢନ୍ତୁ

Amarnath Yatra resumes: ପାଗରେ ସୁଧାର ଆସିବା ପରେ ପହଲଗାମ ରୁଟରେ ଯାତ୍ରା ଆରମ୍ଭ
Amarnath Yatra resumes: ପାଗରେ ସୁଧାର ଆସିବା ପରେ ପହଲଗାମ ରୁଟରେ ଯାତ୍ରା ଆରମ୍ଭ

ଶ୍ରୀନଗର: ପାଗରେ ସୁଧାର ଆସିବା ପରେ ସାମୟିକ ବନ୍ଦ ରଖାଯାଇଥିବା ଅମରନାଥ ଯାତ୍ରା ପୁଣି ଥରେ ସ୍ବାଭାବିକ ହୋଇଛି । ପହଲଗାମ ମାର୍ଗରେ ଆଜି(ରବିବାର) ଅପରାହ୍ନରୁ ଯାତ୍ରାକୁ ଅନୁମତି ମିଳିବା ପରେ ଶ୍ରଦ୍ଧାଳୁମାନେ ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା କରୁଛନ୍ତି । ଅନ୍ୟତମ ରୁଟ୍‌ ବାଲତଲରେ ଏବେ ମଧ୍ୟ ଯାତ୍ରା ସ୍ଥଗିତ ରହିଛି । ହଜାର ହଜାର ଶ୍ରଦ୍ଧାଳୁ ପାଗରେ ପରିବର୍ତ୍ତନକୁ ଅପେକ୍ଷା କରିଛନ୍ତି । ପାଗ ଉପରେ ନଜର ରଖାଯାଇଛି ଓ ସେଥିରେ ପରିବର୍ତ୍ତନ ଆସିଲେ ତୁରନ୍ତ ଯାତ୍ରାକୁ ସ୍ଥଗିତ ରଖାଯିବା ନେଇ ସ୍ଥାନୀୟ ପ୍ରଶାସନ କହିଛି ।

କାଶ୍ମୀରରେ ପ୍ରବଳ ବର୍ଷା କାରଣରୁ ଶୁକ୍ରବାର ଏହି ଯାତ୍ରାକୁ ବନ୍ଦ ରଖାଯାଇଥିଲା । ଉଭୟ ବାଲତଲ ଓ ପହଲଗାମ ରୁଟ୍‌ରେ ଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବା ପରେ ହଜାର ହଜର ଯାତ୍ରୀ ଅଟକି ରହିଥିଲେ । ଆଜି ବର୍ଷା ବନ୍ଦ ହେବାପରେ ଗୋଟିଏ ରୁଟ୍‌ରେ ଯାତ୍ରା ପୁନଃ ଆରମ୍ଭ ହୋଇଛି । ଅନ୍ୟ ରୁଟ୍‌ଟି ମଧ୍ୟ ଖୁବଶୀଘ୍ର ଖୋଲିବା ନେଇ ଆଶା କରାଯାଉଛି । ଖରାପ ପାଗ କାରଣରୁ ରାମବାନରେ ପ୍ରାୟ 6 ହଜାରରୁ ଅଧିକ ଯାତ୍ରୀ ଅଟକି ରହିଥିବା ପ୍ରଶାସନ କହିଛି ।

ରାମବାନ ଉପ ଆୟୁକ୍ତ ମୁସରତ୍‌ ଇସଲାମ କହିଛନ୍ତି, ଯାତ୍ରା ସ୍ଥଗିତ ରଖାଯିବା ପରେ ଅଟକି ରହିଥିବା ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି । ପାଗରେ ସୁଧାର ନଆସିବା ଯାଏଁ, ସେମାନକୁ ଯାତ୍ରା ଅନୁମତି ମିଳିବ ନାହିଁ । ପ୍ରଶାସନ ସେମାନଙ୍କ ରହଣି ପାଇଁ ସମସ୍ତ ବ୍ୟବସ୍ଥା କରିଛି । ଏବେ ଗୋଟିଏ ମାର୍ଗରେ ଯାତ୍ରାକୁ ଅନୁମତି ମିଳିଛି । ପାଗରେ ସୁଧାର ଆସିବା ପରେ ଅନ୍ୟଟିରେ ମଧ୍ୟ ଯାତ୍ରା ସ୍ବାଭାବିକ ହେବ । ପାଗରେ ପରିବର୍ତ୍ତନ ହେବା ଯାଏଁ ଯାତ୍ରୀଙ୍କୁ ଅପେକ୍ଷା କରିବାକୁ ଓ ପ୍ରଶାସନକୁ ସହଯୋଗ କରିବାକୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:-Amarnath Yatra: ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରା ସ୍ଥଗିତ

ପ୍ରଶାସନର ସୂଚନା ଅନୁସାରେ, ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ଏହି ପ୍ରସିଦ୍ଧ ଯାତ୍ରାରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 67,566 ଯାତ୍ରୀ ଅଂଶଗ୍ରହଣ କରିସାରିଲେଣି । ଦୁଇଟି ମାର୍ଗରେ ଯାତ୍ରା ଜାରି ରହିଛି । ଏପର୍ଯ୍ୟନ୍ତ 18,354 ଶ୍ରଦ୍ଧାଳୁ ଦର୍ଶନ ଶେଷ କରି ଫେରି ସାରିଲେଣି । ଏହି କଷ୍ଟସାଧ୍ୟ ଯାତ୍ରାରେ ଦେଶର ବିଭିନ୍ନ ପ୍ରାନ୍ତର ଲୋକଙ୍କ ସମେତ, ନେପାଳ ଭୁଟାନ ପରି ଦେଶରୁ ମଧ୍ୟ ଲୋକେ ଅଂଶଗ୍ରହଣ କରନ୍ତି । ହେଲେ ପାଗରେ ପ୍ରତିକୂଳତା ଯୋଗୁ ଏହି ଯାତ୍ରା ଅଧିକାଂଶ ସମୟରେ ବାଧାପ୍ରାପ୍ତ ହୋଇଥାଏ । ଏହି 62 ଦିନ ଧରି ଚାଲିବାକୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଅଗଷ୍ଟ 31 ତାରିଖରେ ଶେଷ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.