ETV Bharat / bharat

Amarnath Yatra: ତୀର୍ଥଯାତ୍ରୀଙ୍କ ଅଗ୍ରୀମ ପଞ୍ଜୀକରଣ ଆସନ୍ତା ୧୧ରୁ ଆରମ୍ଭ - ଅମରନାଥ ଯାତ୍ରା ପଞ୍ଜୀକରଣ

ପ୍ରସିଦ୍ଧ ଅମରନାଥ ଯାତ୍ରା ପାଇଁ ଚଳିତମାସ 11 ତାରିଖରୁ ଆରମ୍ଭ ହେବ ପଞ୍ଜୀକରଣ । କିପରି ରହିଛି ପ୍ରକ୍ରିୟା ଅଧିକ ପଢନ୍ତୁ

Amarnath Yatra: 11ରୁ ଆରମ୍ଭ ହେବ ତୀର୍ଥଯାତ୍ରୀଙ୍କ ପାଇଁ ଆଗ୍ରୀମ ପଞ୍ଜୀକରଣ

author img

By

Published : Apr 6, 2022, 9:23 PM IST

ନୂଆଦିଲ୍ଲୀ: କୋଭିଡ ମହାମାରୀ କାରଣରୁ ଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ପ୍ରସିଦ୍ଧ ଅମରନାଥ ଯାତ୍ରା ଚଳିତବର୍ଷ ହେବାକୁ ଯାଉଥିବାବେଳେ ଆରମ୍ଭ ହେବାକୁ ଯାଉଛି ଯାତ୍ରୀଙ୍କ ପଞ୍ଜୀକରଣ । ଚଳିତମାସ (ଏପ୍ରିଲ) 11 ତାରଖରୁ ଏହି ଯାତ୍ରାରେ ଅଂଶଗ୍ରହଣ କରିବାକୁ ଥିବା ଯାତ୍ରୀଙ୍କ ପାଇଁ ପଞ୍ଜୀକରଣ ଆରମ୍ଭ ହେବ। ପଞ୍ଜୀକରଣ ଆରମ୍ଭ ହେବା ନେଇ Shri Amarnath Yatra Shrine Board (SASB) ବୋର୍ଡ ପକ୍ଷରୁ ସୂଚନା ଜାରି କରାଯାଇଛି ।

କିପରି କରିବେ ପଞ୍ଜୀକରଣ:-

ବିଭିନ୍ନ ପ୍ରକାର ଯାତ୍ରୀଙ୍କ ସୁବିଧାକୁ ବିଚାରକୁ ନେଇ ଏକାଧିକ ମୋଡରେ ପଞ୍ଜୀକରଣ ସେବା ଯୋଗାଇ ଦିଆଯିବ । ଅଗ୍ରୀମ ପଞ୍ଜୀକରଣ, ଅନଲାଇନ୍ ପଞ୍ଜୀକରଣ, ଗୋଷ୍ଠୀ ପଞ୍ଜିକରଣ, NRI ପଞ୍ଜିକରଣ, ଅନ-ସ୍ପଟ୍ ପଞ୍ଜୀକରଣ ଆଦି ବର୍ଗରେ ଶ୍ରଦ୍ଧାଳୁମାନେ ପଞ୍ଜୀକରଣ କରିପାରିବେ । https://jksasb.nic.in/register.aspx ଓ www.shriamarnathjishrine.com ଦୁଇ ଓ୍ବେବସାଇଟରେ ଶ୍ରଦ୍ଧାଳୁମାନେ ଯାତ୍ରା ସମ୍ପର୍କିତ ଶବିଶେଷ ସୂଚନା ସହ ପଞ୍ଜୀକରଣ ମଧ୍ୟ କରିପାରିବେ । ତେବେ ଦୁଇ ବର୍ଷ ପରେ ଏହି ବହୁ ପ୍ରତୀକ୍ଷିତ ଯାତ୍ରା ପୁଣି ଥରେ ହେବାକୁ ଯାଉଥିବାବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି ।

ଚଳିତ ବର୍ଷର ଏହି 43 ଦିନିଆ ତୀର୍ଥଯାତ୍ରା ଜୁନ୍ 30ରୁ ଆରମ୍ଭ ହୋଇ ଅଗଷ୍ଟ 11ରେ ଶେଷ ହେବ । ଦକ୍ଷିଣ କାଶ୍ମୀରର 3,880 ମିଟର ଉଚ୍ଚରେ ଅବସ୍ଥିତ ଗୁମ୍ଫାରେ ବର୍ଷର ନିର୍ଦ୍ଦିଷ୍ଟ ସମୟରେ ଆବିର୍ଭାବ ହେଉଥିବା ବାବା ଅମରନାଥଙ୍କ ଦର୍ଶନ କରିବା ପାଇଁ ଭାରତ ସମେତ ବିଶ୍ବବ୍ୟାପୀ ହିନ୍ଦୁ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥାନ୍ତି । ଗତ 2ବର୍ଷ ଧରି ଯାତ୍ରା ବନ୍ଦ ଥିବାବେଳେ ଚଳିତ ଥର କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣ ଆସିବା ପରେ ହେବା ନେଇ ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.