ଶ୍ରୀନଗର: ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଗୁରୁବାର ଅମରନାଥର ପବିତ୍ର ଗୁମ୍ଫା ମନ୍ଦିରରେ ବୈଦିକ ମନ୍ତ୍ରଉଚ୍ଚାରଣ ସହ ପ୍ରଥମ ପୂଜା କରାଯାଇଛି । ଅମରନାଥ ଯାତ୍ରାର ପ୍ରଥମ ପୂଜା ଅମରନାଥ ସାଇନ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ନିତିଶ୍ବର କୁମାର କହିଛନ୍ତି । ଏଥିସହ ଏହି ପୂଜାରେ ଆଇଏଫଏସ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁପ କୁମାର ସୋନି ସମେତ ବୋର୍ଡର ଅଧିକ ଅଧିକାରୀ ଏବଂ ସଦସ୍ୟ ସାମିଲ ଥିଲେ ।
ଚଳିତ ବର୍ଷ ଅମରନାଥ ଯାତ୍ରା ଆୟୋଜନ କରାଯିବ ନାହିଁ ବୋଲି ଜୁନ 21 ରେ ଘୋଷଣା ହୋଇଥିଲା । କୋରୋନା ମହାମାରୀ ଯୋଗୁଁ ବାର୍ଷିକ ଅମରନାଥ ଯାତ୍ରାକୁ ରଦ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । କାଶ୍ମୀରରେ ଏ ବର୍ଷ ବାର୍ଷିକ ଅମରନାଥ ତୀର୍ଥଯାତ୍ରା ଜୁନ 28 ରେ ଆରମ୍ଭ ହେବାକୁ ଯାଉଛି ।
ପ୍ରକାଶ ଯେ, 56 ଦିବସୀୟ ଅମରନାଥ ଯାତ୍ରା ଜୁନ 28 ରୁ ଆରମ୍ଭ ହେଉଥିଲା ବେଳେ ଅଗଷ୍ଟ 22 ରେ ରକ୍ଷାବନ୍ଧନରେ ଶେଷ ହେବ । ଯାତ୍ରା ଆରମ୍ଭ ପରେ ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ଆରତୀ ହେବ । ପବିତ୍ର ଗୁମ୍ଫାରୁ ବାବା ବରଫାନୀଙ୍କ ଆରତୀ ଅନଲାଇନରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।