ETV Bharat / bharat

ବୁଧବାର ନୂଆ ଦଳ ଲଞ୍ଚ କରିବେ ଅମରିନ୍ଦର !

author img

By

Published : Oct 26, 2021, 3:29 PM IST

ଆସନ୍ତାକାଲି(ବୁଧବାର) ନୂଆ ଦଳ ଲଞ୍ଚ କରିପାରନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ପ୍ରେସମିଟ କରି ସେ ନିଜ ନୂଆ ଦଳ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ମିଳିଛି ସୂଚନା । ଅଧିକ ପଢନ୍ତୁ...

ଆସନ୍ତାକାଲି ନୂଆ ଦଳ ଲଞ୍ଚ କରିବେ ଅମରିନ୍ଦର !
ଆସନ୍ତାକାଲି ନୂଆ ଦଳ ଲଞ୍ଚ କରିବେ ଅମରିନ୍ଦର !

ଚଣ୍ଡିଗଡ଼: କଂଗ୍ରେସର ତିକ୍ତ ରାଜନୀତିର ଅବସାନ ପରେ ନୂଆ ଦଳ ଲଞ୍ଚ କରିବାକୁ ଯାଉଛନ୍ତି ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ତେବେ ସେ ଆସନ୍ତାକାଲି(ବୁଧବାର) ନିଜର ରାଜନୈତିକ ଦଳ ଆରମ୍ଭ କରିବାକୁ ଯାଉଥିବା ଆଶା କରାଯାଉଛି । ବୁଧବାର ଚଣ୍ଡିଗଡ଼ରେ ଅମରିନ୍ଦର ସିଂଙ୍କ ସାମ୍ବାଦିକ ସମ୍ମିଳନୀ ପାଇଁ ଅମରିନ୍ଦରଙ୍କ ମିଡିଆ ପରାମର୍ଶଦାତା ରବୀନ ଥୁକ୍ରାଲ ଗଣମାଧ୍ୟମକୁ ନିମନ୍ତ୍ରଣ କରିଛନ୍ତି ।

କଂଗ୍ରେସରୁ ଅମରିନ୍ଦର ୨ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ୩ ଥର ରାଜ୍ୟ ସଭାପତି ହୋଇଥିଲେ । କିନ୍ତୁ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା କାରଣ ଦର୍ଶାଇ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଦୁଃଖିତ ଅମରିନ୍ଦର ଖୁବଶୀଘ୍ର ଏକ ନୂଆ ଦଳ ଲଞ୍ଚ କରିବାକୁ ଯାଉଛନ୍ତି ବୋଲି କହିଥିଲେ । ଏହି ଦଳ ଲୋକଙ୍କ ପାଇଁ କାମ କରିବା ସହିତ ଗତ ୧ ବର୍ଷ ଧରି ଆନ୍ଦୋଳନ କରୁଥିବା ଚାଷୀଙ୍କ ପାଇଁ ଲଢେଇ କରିବ ବୋଲି କହିଛନ୍ତି ଅମରିନ୍ଦର ।

ଏହାସହିତ ଅମରିନ୍ଦର କହିଛନ୍ତି ଯେ ଯଦି କୃଷକଙ୍କ ସମସ୍ୟା ସେମାନଙ୍କ ସ୍ବାର୍ଥରେ ସମାଧାନ ହୁଏ ତେବେ ଆସନ୍ତା ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ସହିତ ଆସନ ବଣ୍ଟନ ବ୍ୟବସ୍ଥା କରିବା ପାଇଁ ଆଶାବାଦୀ ରହିବ । ପଞ୍ଜାବ ରାଜନୀତି ସ୍ଥିରତା ସହିତ ବାହ୍ୟ ଓ ଆଭ୍ୟନ୍ତରୀଣ ଧମକରୁ ସୁରକ୍ଷା ଚାହେଁ । ପଞ୍ଜାବବାସୀଙ୍କୁ ସେ ସୁରକ୍ଷା ସହିତ ଶାନ୍ତି ପ୍ରଦାନ କରିବେ ବୋଲି ଅମରିନ୍ଦର ଟ୍ବିଟ ମାଧ୍ୟମରେ ପୂର୍ବରୁ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.