ETV Bharat / bharat

ଆଜି ଅମିତଙ୍କୁ ଭେଟିବେ ଅମରିନ୍ଦର - Amarinder Singh meet Amit Shah

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ । କୃଷି ଆନ୍ଦୋଳନ ବାବଦରେ କରିବେ ଆଲୋଚନା । ଅଧିକ ପଢନ୍ତୁ...

ଆଜି ଅମିତ ଶାହଙ୍କୁ ଭେଟିବେ ଅମରିନ୍ଦର ସିଂ
ଆଜି ଅମିତ ଶାହଙ୍କୁ ଭେଟିବେ ଅମରିନ୍ଦର ସିଂ
author img

By

Published : Oct 28, 2021, 1:11 PM IST

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ । ଦିଲ୍ଲୀରେ ଶାହଙ୍କ ଭେଟିବାର କାର୍ଯ୍ୟକ୍ରମ ରହିଛି । ଗତକାଲି(ବୁଧବାର) ଅମରିନ୍ଦର ନୂଆ ଦଳ ଗଠନ କରିବାକୁ ଘୋଷଣା କରିବା ପରେ ଆଜି ଅମିତ ଶାହଙ୍କୁ ଭେଟିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ କୃଷି ଆନ୍ଦୋଳନକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଅମରିନ୍ଦର କହିଛନ୍ତି । ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅମରିନ୍ଦର କହିଛନ୍ତି ଯେ, 'ମୁଁ ଆସନ୍ତାକାଲି ୨୫-୩୦ ସମର୍ଥକଙ୍କ ସହ ଅମିତ ଶାହଙ୍କୁ ଭେଟିବି । ସିଙ୍ଘୁ ସୀମାରେ କେନ୍ଦ୍ର ସରକାରଙ୍କ ୩ ନୂଆ ଆଇନକୁ ନେଇ ଲାଗି ରହିଥିବା ଆନ୍ଦୋଳନ ବାବଦରେ ଆଲୋଚନା କରିବ । ମୁଁ ମଧ୍ୟ ଜଣେ କୃଷି ପରିବାରର ବ୍ୟକ୍ତି । ତେଣୁ କୃଷକଙ୍କ ସମସ୍ୟା ବାବଦରେ ଆଲୋଚନା ନିଶ୍ଚିତ କରିବ ।'

ତେବେ ଗତକାଲି ଅମରିନ୍ଦର ନୂଆ ଦଳ ଘୋଷଣା କରିଛନ୍ତି । ଦଳର ନାମ ନ ରଖିଥିଲେ ମଧ୍ୟ ସେ ଆଗାମୀ ନିର୍ବାଚନରେ ସିଧାସଳଖ ପଞ୍ଜାବ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ଟାର୍ଗେଟ କରିବେ ବୋଲି କହିଛନ୍ତି । ଏହି ସମୟରେ ଶାହଙ୍କ ସହ ସାକ୍ଷାତକୁ ନେଇ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.