ETV Bharat / bharat

ନିର୍ବାଚନୀ ଲୋଗୋ ପାଇଲା ପଞ୍ଜାବ ଲୋକ କଂଗ୍ରେସ, ହକି ଷ୍ଟିକ ଓ ବଲ ଚିହ୍ନରେ ପଞ୍ଜାବବାସୀ ଦେବେ ଭୋଟ

ପଞ୍ଜାବ ବିଧାନସଭା ପୂର୍ବରୁ ନିର୍ବାଚନୀ ଚିହ୍ନ ପାଇଲା ଅମରିନ୍ଦର ସିଂଙ୍କ ପଞ୍ଜାବ ଲୋକ କଂଗ୍ରେସ । ହକି ଷ୍ଟିକ ଓ ବଲ ଚିହ୍ନରେ ନିର୍ବାଚନୀ ମୈଦାନରେ ଦମ ଦେଖାଇବେ କ୍ୟାପଟେନଙ୍କ ଯୋଦ୍ଧା । ଅଧିକ ପଢନ୍ତୁ

Punjab polls: ଅମରିନ୍ଦର ସିଂଙ୍କ ଲୋକ କଂଗ୍ରେସକୁ ହକିଷ୍ଚିକ ଓ ବଲ ଚିହ୍ନ

author img

By

Published : Jan 10, 2022, 10:58 PM IST

ନୂଆଦିଲ୍ଲୀ: ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କ୍ୟାପଟେନ ଅମରିନ୍ଦର ସିଂଙ୍କ ନୂତନ ରାଜନୈତିକ ଦଳ ‘ପଞ୍ଜାବ ଲୋକ କଂଗ୍ରେସ’କୁ ନିର୍ବାଚନୀ ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ପ୍ରତୀକ ଭାବରେ ଏକ 'ହକି ଷ୍ଟିକ୍ ଏବଂ ବଲ୍' ରେ ନିର୍ବାଚନ ଲଢିବ କ୍ୟାପଟେନଙ୍କ ପଞ୍ଜାବ ଲୋକ କଂଗ୍ରେସ । ତେବେ ନିର୍ବାଚନୀ ଚିହ୍ନ ପାଇବା ପରେ ଦଳ ଖୁସି ବ୍ୟକ୍ତ କରି ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।

ଗତ ସପ୍ତାହରେ ନିର୍ବାଚନ ଆୟୋଗ ୫ଟି ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଏବଂ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଥିଲେ । ଫେବୃଆରୀ 10 ରୁ ମାର୍ଚ୍ଚ 7 ତାରିଖ ମଧ୍ୟରେ ମୋଟ 7 ଟି ପର୍ଯ୍ୟାୟରେ ଏହି ସମସ୍ତ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଜାରି ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ପଞ୍ଜାବରେ ଫେବୃଆରୀ 14 ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହେବ ।

ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଛାଡି ନୂତନ ରାଜନୈତିକ ଦଳ ମାଧ୍ୟମରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ଆଜି ନିର୍ବାଚନୀ ଚିହ୍ନ ପାଇବା ପରେ ଦଳ ଉତ୍ସାହ ପ୍ରକାଶ କରିବା ସହ ନିର୍ବାଚନୀ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିବାକୁ ସଙ୍କେତ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.