ETV Bharat / bharat

2024 ରେ BJP-JDS ମେଣ୍ଟ ଘୋଷଣା କଲେ ଦେବେଗୌଡା, କହିଲେ ଆଞ୍ଚଳିକ ଦଳର ସୁରକ୍ଷା ପାଇଁ ମେଣ୍ଟ ଜରୁରୀ

2024 ସାଧାରଣ ନିର୍ବାଚନରେ ମେଣ୍ଟରେ ନିର୍ବାଚନ ଲଢିବେ BJP-JDS । ଦେବେଗୌଡା କହିଲେ ଆଞ୍ଚଳିକ ଦଳର ସୁରକ୍ଷା ପାଇଁ ମେଣ୍ଟ ଜରୁରୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 10, 2023, 8:21 PM IST

2024 ରେ BJP- JDS ମେଣ୍ଟ, ଦେବେଗୌଡା କହିଲେ ଆଞ୍ଚଳିକ ଦଳର ସୁରକ୍ଷା ପାଇଁ ମେଣ୍ଟ ଜରୁରୀ

ବେଙ୍ଗାଲୁରୁ: 2024 ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ବିରୋଧୀ ମିଳିତ ଲଢେଇ ପାଇଁ ମେଳି ବାନ୍ଧିଥିବା ବେଳେ ବିଜେପି ସହ ମେଣ୍ଟରେ ସାଧାରଣ ନିର୍ବାଚନ ମୈଦାକୁ ଓହ୍ଲାଇବ JDS । ଆଜି ଦଳ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡା ମେଣ୍ଟ ନେଇ ସ୍ପଷ୍ଟ ଘୋଷଣା କରିଛନ୍ତି । ଆଞ୍ଚଳିକ ଦଳକୁ ବଞ୍ଚାଇବାକୁ ହେଲେ ମେଣ୍ଟ ଜରୁରୀ ବୋଲି କହିଛନ୍ତି ଦେବେଗୌଡା ।

ଆଜି(ରବିବାର) ଦେବେଗୌଡା ବେଙ୍ଗାଲୁରୁ ପ୍ୟାଲେସ ଗ୍ରାଉଣ୍ଡରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଘୋଷଣା କରିଛନ୍ତି ଯେ, 2024ରେ ବିଜେପି ସହ ମେଣ୍ଟରେ JDS ନିର୍ବାଚନ ଲଢିବ । କହିଛନ୍ତି, ‘‘ଦୀର୍ଘ 40 ବର୍ଷ ହେଲା ସେ JD(S) ପାଇଁ କାର୍ଯ୍ୟ କରି ଆସିଛନ୍ତି । ହେଲେ କ୍ଷତ୍ରୀୟ ଦଳର ସୁରକ୍ଷା ପାଇଁ ବିଜେପି ସହ ମେଣ୍ଟ ଜରୁରୀ ।’’ କର୍ଣ୍ଣାଟକ ବିଜେପିର ଭେଟେରାନ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୟାଦ୍ଦିରପ୍ପା ପୂର୍ବରୁ ଏହି ସଙ୍କେତ ଦେଇ ସାରିଛନ୍ତି । କହିଥିଲେ, 2024ରେ ଉଭୟ ଦଳ ଏକାଠି ନିର୍ବାଚନ ଲଢିବେ । ହେଲେ ଜେଡିଏସ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ସାମ୍ନାକୁ ଆସିନଥିବା ବେଳେ ଆଜି ନିଜେ ଦଳ ମୁଖ୍ୟ ଦେବେଗୌଡା ଏହି ସ୍ପଷ୍ଟ ଘୋଷଣା ମାଧ୍ୟମରେ ମେଣ୍ଟ ନେଇ ଖୁଲାସା କରିଛନ୍ତି ।

ଦେବେଗୌଡା କହିଛନ୍ତି, ‘‘ମୁଁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଦିଲ୍ଲୀରେ ଆଲୋଚନା କରିଥିଲି । ସାଧାରଣ ନିର୍ବାଚନରେ କ୍ୟାମ୍ପେନ ପାଇଁ ନିଜେ ହ୍ବିଇଲ ଚେୟାରରେ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତ କରିବି । ମୁଁ କାହାକୁ ଘୃଣା କରେ ନାହିଁ । ରାଜ୍ୟବାସୀଙ୍କ ଜନାଦେଶ ଦ୍ବାରା କର୍ଣ୍ଣାଟକରେ ଆଞ୍ଚଳିକ ଦଳ ସୁରକ୍ଷିତ ରହିପାରିବ । ଗଠନ ହେବାକୁ ଥିବା ବିଜେପି-ଜେଡିଏସ ମେଣ୍ଟକୁ ଜନାଦେଶ ଦେବା ପାଇଁ ମୁଁ ରାଜ୍ୟବାସୀଙ୍କୁ ଅନୁରୋଧ କରିବି ।’’

ଏହା ମଧ୍ୟ ପଢନ୍ତୁ :-Corruption Case: ମିଳିଲାନି ବେଲ, ଚନ୍ଦ୍ରବାବୁ ନାଇଡୁଙ୍କୁ 14 ଦିନିଆ ରିମାଣ୍ଡରେ ନେଲା CID

ଅନ୍ୟ ଏକ ଖୁଲାସା ମଧ୍ୟ କରିଛନ୍ତି ଦେବେଗୌଡା । ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ତାଙ୍କ ଦଳକୁ ମେଣ୍ଟ ପାଇଁ ପ୍ରସ୍ତାବ ଆସିଥିଲା । ପ୍ରଧାନମନ୍ତ୍ରୀ ମୋଦି ନିଜେ କୁମାରାସ୍ବାମୀଙ୍କୁ ମେଣ୍ଟ କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ କୁମାରାସ୍ବାମୀ ଏଥିରେ ସହମତି ପ୍ରକାଶ କରିନଥିଲେ । କ୍ଷମତାକୁ ଆସିବା ଜେଡିଏସ କୌଣସି ବଡ କଥା ନୁହେଁ ବୋଲି ସେତେବେଳେ କୁମାରାସ୍ବାମୀ ଅନୁଭବ କରିଥିଲେ । ହେଲେ ଆଞ୍ଚଳିକ ଦଳକୁ ସୁରକ୍ଷିତ ରଖିବାକୁ ହେଲେ ଏବେ ବିଜେପି ସହ ମେଣ୍ଟ ନିଷ୍ପତ୍ତି ଜରୁରୀ । 2024ରେ ଦୁଇ ଦଳ ଏକାଠି ନିର୍ବାଚନ ଲଢିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.