ETV Bharat / bharat

କାନାଡା ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟମୂଳକ: ବିଦେଶ ମନ୍ତ୍ରଣାଳୟ - କାନାଡା ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରଣାଳୟର ସୂଚନା

ଭାରତ ବିରୋଧରେ ପ୍ରମାଣ ଦେଇପାରୁନାହିଁ କାନାଡା । ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟମୂଳକ କହିଲା ବିଦେଶ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

କାନାଡା ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟମୂଳକ: ବିଦେଶ ମନ୍ତ୍ରଣାଳୟ
କାନାଡାର ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟମୂଳକ: ବିଦେଶ ମନ୍ତ୍ରଣାଳୟ
author img

By ETV Bharat Odisha Team

Published : Sep 21, 2023, 5:48 PM IST

ନୂଆଦିଲ୍ଲୀ: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜରକୁ ହତ୍ୟା ଘଟଣାରେ ଭାରତର ସମ୍ପୃକ୍ତି ନେଇ ସ୍ଥାନୀୟ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗ ଅଭିଯୋଗ କଲେ । ହେଲେ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଦ୍ବାରା ଭାରତ ବିରୋଧରେ କରାଯାଇଥିବା ଗମ୍ଭୀର ଅଭିଯୋଗରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଦେବାକୁ କାନାଡା ଅସମର୍ଥ । ତେଣୁ ଏହା ଏକ ରାଜନୈତିକ ଉଦ୍ଦେଶ୍ୟମୂଳକ ଅଭିଯୋଗ ବୋଲି କହିଛି ବିଦେଶ ମନ୍ତ୍ରଣାଳୟ । ଭାରତ କାନାଡା ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିବା ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

  • #WATCH | "We are willing to look at any specific information that is provided to us, but so far we have received no specific information from Canada. From our side, specific evidence about criminal activities by individuals based on the Canadian soil has been shared with Canada… pic.twitter.com/1rdHyXlLS7

    — ANI (@ANI) September 21, 2023 " class="align-text-top noRightClick twitterSection" data=" ">

ଆଜି (ଗୁରୁବାର) ନିୟମିତ ପ୍ରେସମିଟ୍‌ରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରନ୍ଦମ ବାଗଚି କହିଛନ୍ତି, ‘‘କାନାଡାରେ ଖଲିସ୍ତାନୀ ଆତଙ୍କବାଦୀକୁ ହତ୍ୟା ଘଟଣାରେ ଭାରତର ଭୂମିକା ଥିବା ନେଇ ସ୍ଥାନୀୟ ପ୍ରଧାନମନ୍ତ୍ରୀ ଟ୍ରୁଡୋ ଯେଉଁ ଅଭିଯୋଗ କରିଛନ୍ତି, ସେ ସମ୍ପର୍କରେ କାନାଡା ନିକଟରେ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ । ପ୍ରମାଣ ଥିଲେ ଭାରତକୁ ହସ୍ତାନ୍ତର କରିବା ପାଇଁ ମଧ୍ୟ ଟରାଣ୍ଟୋକୁ ନୂଆଦିଲ୍ଲୀ କହିସାରିଛି । ଯଦି ଏପରି କୌଣସି ପ୍ରମାଣ ଆସେ, ତେବେ ଭାରତ ତଦନ୍ତ ଆରମ୍ଭ ବୋଲି କୁହାଯାଇଥିଲା । ମାତ୍ର ସେମାନେ କୌଣସି ପ୍ରମାଣ ଦେବାରେ ଅସମର୍ଥ । ତେଣୁ ଏହା ସ୍ପଷ୍ଟ ଯେ, ଟ୍ରୁଡୋଙ୍କର ଭାରତ ବିରୋଧରେ ଏହି ଗମ୍ଭୀର ଅଭିଯୋଗ କେବଳ ରାଜନୈତିକ ଉଦ୍ଦେଶ୍ୟମୂଳକ ।’’

ଏହା ମଧ୍ୟ ପଢନ୍ତୁ:- କାନାଡା ନାଗରିକ ପାଇଁ ଭିସା ବାତିଲ କଲା ଭାରତ

ଏହା ସହ ବର୍ତ୍ତମାନର ସ୍ଥିତିକୁ ଦେଖି ଭାରତ କାନାଡା ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ କରିଛି । ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ ନହେବା ଯାଏ ଭିସା ବନ୍ଦ ନିଷ୍ପତ୍ତି ବଳବତ୍ତର ରହିବ । କାନାଡାରେ ଅବସ୍ଥାପିତ ଭାରତୀୟ ଦୂତାବାସରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସେବା ବନ୍ଦ ରଖାଯାଇଛି । ଜି20 ସମ୍ମିଳନୀରେ ଯୋଗ ଦେଇ ଭାରତରୁ ଫେରିବା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କର ଅଚାନକ ଏପରି ବୟାନ ଆସିଥିଲା । ଏହା ପରେ ଉଭୟ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା ବଢିବାରେ ଲାଗିଛି । ପୂର୍ବରୁ ଦୁଇ ଦେଶ ନିଜର ଜଣେ ଲେଖାଏଁ କୂଟନୈତିକ ଅଧିକାରୀଙ୍କୁ ବରଖାସ୍ତ କରିସାରିଛନ୍ତି । ଭାରତ ପକ୍ଷରୁ ଏବେ କାନାଡା ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ କରାଯାଇଛି । ଅନ୍ୟପଟେ ଆଜି କାନାଡାରେ ଭାରତରୁ ଫେରାର ଅନ୍ୟଜେଣେ ଗ୍ୟାଙ୍ଗଷ୍ଟାର ସୁଖଦୁଲ ସିଂକୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.