ଜୟପୁର: ରୋଗୀ ପାଇଁ ଭଗବାନଙ୍କ ଅବତାର ଭାବେ ଚିତ୍ରଣ ହେଉଥିବା ଡାକ୍ତରଙ୍କ ନାମରେ ଦୁଷ୍କର୍ମ ପରି ସଙ୍ଗୀନ ଅଭିଯୋଗ । ଚିକିତ୍ସା ପାଇଁ ଆସିଥିବା ମହିଳା ରୋଗୀଙ୍କୁ ଚିକିତ୍ସା ଆଳରେ ଡାକ୍ତର ଦୁଷ୍କର୍ମ (allegation of doctor raped woman patient) କରିଥିବା ନେଇ ସମ୍ପୃକ୍ତ ରୋଗୀଜଣଙ୍କ ଅଭିଯୋଗ କରିଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ରାଜଧାନୀ ଜୟପୁରର କରଧାନି ପୋଲିସ ଷ୍ଟେସନ ଅଞ୍ଚଳରେ । ଚିକିତ୍ସା ପାଇଁ ଆସିଥିବା ସମ୍ପୃକ୍ତ ମହିଳାଜଣଙ୍କ ଏପରି ଅଭିଯୋଗ ଆଣିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପୀଡିତା ମହିଳାଙ୍କ ଅଭିଯୋଗ ଅନୁସାରେ, ସେ କୌଣସି ଶାରିରୀକ ସମସ୍ୟା ନେଇ ସମ୍ପୃକ୍ତ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥିଲେ । ଚିକିତ୍ସା ଆଳରେ ସମ୍ପୃକ୍ତ ଡାକ୍ତର ତାଙ୍କୁ କିଛି ନିଶା ଔଷଧ ଦେଇ ଚେତାଶୂନ୍ୟ କରି ଦେଇଥିଲେ । ପରେ ତାଙ୍କୁ ଦୁଷ୍କର୍ମ କରିଥିଲେ (allegation of doctor raped woman patient)। ଚେତା ଫେରିପାଇବା ପରେ ସେ ଦୁଷ୍କର୍ମର ଶିକାର ହୋଇଥିବା ଜାଣିପାରି ପରିବାର ଲୋକଙ୍କୁ ଅବଗତ କରିଥିଲେ । ପରେ ସେ ଏନେଇ ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ଏହି ଘଟଣାଟି ଜୁନ୍ 27 ତାରିଖର ବୋଲି କୁହାଯାଉଛି ।
ତେବେ ହସ୍ପିଟାଲ ପରି ଏକ ସମ୍ବେଦନଶୀଳ ସ୍ଥାନରେ, ପୁଣି ଜଣେ ଡାକ୍ତରଙ୍କ ବିରୋଧରେ ରୋଗୀଙ୍କ ଏପରି ଦୁଷ୍କର୍ମ ଅଭିଯୋଗକୁ ଗମ୍ଭୀରତାର ସହ ନେଇଛି ପୋଲିସ ପ୍ରଶାସନ । ମହିଳାଙ୍କ ଏତଲା ଅନୁସାରେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ତଦନ୍ତର ଫଳାଫଳ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ