ETV Bharat / bharat

ହିନ୍ଦୁ ଦେବତାଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ: ଆହ୍ଲାବାଦ ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କ ନାମରେ ମାମଲା

author img

By ETV Bharat Odisha Team

Published : Oct 22, 2023, 10:53 PM IST

ହିନ୍ଦୁ ଦେବତାଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇ ଅଡୁଆରେ ଆହ୍ଲାବାଦ ବିଶ୍ବବିଦ୍ୟାଳୟର ପ୍ରଫେସର । ଏକ୍ସରେ କରିଥିଲେ ଟ୍ବିଟ । ଏକାଧିକ ଆକ୍ଟରେ ମାମଲା ରୁଜୁ କଲା ପୋଲିସ । ଅଧିକ ପଢନ୍ତୁ

ହିନ୍ଦୁ ଦେବାଦେବୀଙ୍କୁ ନେଇ ବିବାଦୀୟ ଟିପ୍ପଣୀ: ଆହ୍ଲାବାଦ ବିଶ୍ବବିଦ୍ୟାଳୟର ଅଧ୍ୟାପକଙ୍କ ନାମରେ ମାମଲା

ଲକ୍ଷ୍ନୌ: ହିନ୍ଦୁ ଦେବତାଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇ ଅଡୁଆରେ ଆହ୍ଲାବାଦ ବିଶ୍ବବିଦ୍ୟାଳୟର ଜଣେ ପ୍ରଧ୍ୟାପକ । ଭଗବାନ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପ୍ରଫେସରଙ୍କ ମନ୍ତବ୍ୟକୁ କ୍ୟାମ୍ପସରେ ବିବାଦ ଦେଖାଯିବା ପରେ କିଛି ଛାତ୍ରଗୋଷ୍ଠୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଆଜି (ରବିବାର) ସନ୍ଧ୍ୟାରେ ବିଶ୍ୱ ହିନ୍ଦୁ ପରିଷଦ, ହିନ୍ଦୁ ଜଗଗଣ ମଞ୍ଚ ଓ ବଜରଙ୍ଗ ଦଳ ପକ୍ଷରୁ ମିଳିତ ଅଭିଯୋଗ ଉପରେ ସ୍ଥାନୀୟ ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ପୋଲିସ ଏବେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଆବଶ୍ୟକ ପଡିଲେ ପ୍ରଫେସରଙ୍କୁ ମଧ୍ୟ ଜେରା କରାଯିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ବିଶ୍ବବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସର ବିକ୍ରମ ହରିଜନ ‘ଏକ୍ସ’ ରେ ଏକ ପୋଷ୍ଟ କରିହିନ୍ଦୁ ଦେବତା ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଥିଲା । ଉଭୟ ଦେବତାଙ୍କ ପୂରାଣ ବର୍ଣ୍ଣିତ ଚରିତ୍ରକୁ ତଦର୍ଥ କରି ଏହି ଟ୍ବିଟ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହା ପରେ ଏହାକୁ ବିଭିନ୍ନ ଦକ୍ଷିଣପନ୍ଥୀ ଛାତ୍ର ସଂଗଠନ ପକ୍ଷରୁ ବିରୋଧ କରାଯିବା ସହ ସମ୍ପକ୍ତ ପ୍ରଫେସରଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ତେବେ ଏକାଧିକ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା ମିଳିତ ଭାବେ ସ୍ଥାନୀୟ ଥାନାରେ ପ୍ରଫେସର ବିକ୍ରମଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ:- India-US 2+2 meeting: ନଭେମ୍ବର ଦ୍ବିତୀୟ ସପ୍ତାହରେ ଆଲୋଚନା !

ପୋଲିସ ସୂଚନା ଅନୁସାରେ, ଆଇପିସି ବିଭାଗ 153-ଏ (ଧର୍ମ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା) 295-ଏ (ଧାର୍ମିକ ଭାବନାକୁ ଆଘାତ ଉଦ୍ଦେଶ୍ୟ) ଓ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଅଧିନୟମର ଧାରା 66 ଅନୁଯାୟୀ ପ୍ରଫେସର ବିକ୍ରମଙ୍କ ନାମରେ ମାମଲା କରାଯାଇଛି । ତେବେ ଏହି ଘଟଣା ପରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ମଧ୍ୟ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ସାମାନ୍ୟ ଉତ୍ତେଜନାତ୍ମକ ପରିସ୍ଥିତି ଦେଖିବାକୁ ମିଳିଥିଲା । ତେବେ ପୋଲିସ ମାମଲା ରୁଜୁ କରିବା ପରେ ସ୍ଥିତି ଶାନ୍ତ ହୋଇଛି । ଏସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରୁ କିଛି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.