ETV Bharat / bharat

ଧର୍ମ ପରିବର୍ତ୍ତନ ନକରି ବିବାହ କଲେ ସୁରକ୍ଷା ଦେବ ପୋଲିସ୍: ଆହ୍ଲାବାଦ ହାଇକୋର୍ଟ

author img

By

Published : Jun 13, 2021, 11:36 AM IST

ଏବେ ବିବାହ ପୂର୍ବରୁ ଏକାଠି ରହିପାରିବେ ପ୍ରେମୀଯୁଗଳ । ଏହା ସହ ଯଦି କେହି ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ନକରି ବିବାହ କରିଥାନ୍ତି, ତେବେ ପୋଲିସ ସେହି ବିବାହିତ ଦମ୍ପତିଙ୍କୁ ସୁରକ୍ଷା ଦେବାକୁ ବାଧ୍ୟ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରି ଆହ୍ଲାବାଦ ହାଇକୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି। ଅଧିକ ପଢନ୍ତୁ...

ବିବାହିତ କିମ୍ବା ଅବିବାହିତ ପ୍ରେମୀଯୁଗଳ ଏକାଠି ରହିପାରିବେ: ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ଏବେ ବିବାହ ପୂର୍ବରୁ ଏକାଠି ରହିପାରିବେ ପ୍ରେମୀଯୁଗଳ । ଏହା ସହ ଯଦି କେହି ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ନକରି ବିବାହ କରିଥାନ୍ତି, ତେବେ ପୋଲିସ ସେହି ବିବାହିତ ଦମ୍ପତିଙ୍କୁ ସୁରକ୍ଷା ଦେବାକୁ ବାଧ୍ୟ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରି ଆହ୍ଲାବାଦ ହାଇକୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ, ଯଦି ଜବରଦସ୍ତ ଧର୍ମ ରୂପାନ୍ତର ହେବାର କୌଣସି ଅଭିଯୋଗ ନାହିଁ, ତେବେ ଏପରି ଦମ୍ପତିଙ୍କୁ ସୁରକ୍ଷା ଯୋଗାଇବା ପୋଲିସ ଏବଂ ପ୍ରଶାସନର କର୍ତ୍ତବ୍ୟ। ଅଦାଲତ ଏହା ମଧ୍ୟ କହିଛନ୍ତି ଯେ, ଯଦିଓ ଦୁଇ ଯୁବକ ଯୁବତୀ ନିଜ ଇଚ୍ଛାରେ ବିବାହ କରୁଛନ୍ତି କିମ୍ବା ନ ବି କରନ୍ତି, ତେବେ ସେମାନଙ୍କୁ ଏକାଠି ରହିବାର ଅଧିକାର ଅଛି। ଏପରିକି, ସେମାନଙ୍କର ବିବାହର ଯଦି ପ୍ରମାଣ ପତ୍ର ବି ନାହିଁ, ତେବେ ପୋଲିସ ଅଧିକାରୀ ଏପରି ଦମ୍ପତିଙ୍କୁ ପ୍ରମାଣ ପାଇଁ ବାଧ୍ୟ କରିବା ଉଚିତ୍ ନୁହେଁ। ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ସଲିଲ କୁମାର ରାୟ ।

ମାମଲାର ତଥ୍ୟ ଅନୁଯାୟୀ, 20 ବର୍ଷୀୟ ଆବେଦନକାରୀ ଧର୍ମ ପରିବର୍ତ୍ତନ ପରେ 11 ଫେବୃଆରୀ 2021 ରେ ଜଣେ 40 ବର୍ଷିୟ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ଏହା ପରେ ତାଙ୍କୁ ପରିବାର ସଦସ୍ୟ ହଇରାଣ ଓ ଧମକ ଦେଉଥିବା ଅଭିଯୋଗ କରି ସେ ଏକ ପିଟିସନ ଦାଖଲ କରିଥିଲେ। କୋର୍ଟ କହିଛନ୍ତି ଯେ, ଏଭଳି ମାମଲାରେ ଆଇନଗତ ସ୍ଥିତି ସ୍ପଷ୍ଟ। ଜାତି କିମ୍ବା ଧର୍ମ ନିର୍ବିଶେଷରେ ଦୁଇଜଣ ନିଜ ଇଚ୍ଛାରେ ବିବାହ କରିପାରିବେ। ତେବେ ଆବେଦନକାରୀ ଲତା ସିଂ ମାମଲାରେ ସୁପ୍ରିମକୋର୍ଟ ଏକ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଅଲଗା ଧର୍ମ କିମ୍ବା ଅଲଗା ଜାତିରେ ବିବାହ କରୁଥିବା ଯୁବକ କିମ୍ବା ଯୁବତୀଙ୍କୁ କୌଣସି ପ୍ରକାରେ ହଇରାଣ କିମ୍ବା ଧମକ ଦିଆଯିବା ଉଚିତ ନୁହେଁ। ସେମାନଙ୍କ ସହିତ କୌଣସି ହିଂସାତ୍ମକ କାର୍ଯ୍ୟ କରାଯିବା ଉଚିତ୍ ନୁହେଁ। ଏଥିସହ ଯେଉଁମାନେ ଏପରି କରନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୋଲିସ ଏବଂ ପ୍ରଶାସନର ଦାୟିତ୍ବ ଅଟେ ବୋଲି କୋର୍ଟ କହିଛନ୍ତି ।

କୋର୍ଟ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପାଳନ କରିବା ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ପାଇଁ ବାଧ୍ୟତାମୂଳକ ଅଟେ। ଯଦି ଆବେଦନକାରୀଙ୍କ ଜୀବନ ଏବଂ ସ୍ୱାଧୀନତା ବିପଦରେ ଅଛି, ତେବେ ସେ ସମ୍ପୃକ୍ତ ଜିଲ୍ଲାର ବରିଷ୍ଠ ପୋଲିସ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରି ପାରିବେ ଏବଂ ପୋଲିସ ତାଙ୍କୁ ସୁରକ୍ଷା ଦେବା ଉଚିତ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବିବାହର ପ୍ରମାଣ ପତ୍ର ଥାଉ କି ନଥାଉ କିମ୍ବା ସେମାନେ ବିବାହ କରିଥାନ୍ତୁ କିମ୍ବା ନକରିଥାନ୍ତୁ, ସେମାନେ ଏକାଠି ରହିପାରିବେ । ସୁରକ୍ଷା ପ୍ରଦାନ କରୁଥିବା ପୋଲିସ୍ ଅଧିକାରୀମାନେ ବିବାହର ପ୍ରମାଣ ଦେଖାଇବାକୁ ଆବେଦନକାରୀଙ୍କୁ ବାଧ୍ୟ କରିପାରିବେ ନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.