ETV Bharat / bharat

ହାଉଥି ବିଦ୍ରୋହୀଙ୍କ କବଳରୁ ମୁକ୍ତ ହେଲେ 7 ଭାରତୀୟ ନାବିକ

author img

By

Published : Apr 25, 2022, 7:06 AM IST

ହାଉଥି ବିଦ୍ରୋହୀଙ୍କ କବଳରୁ ମୁକ୍ତ ହେଲେ 7 ଭାରତୀୟ ନାବିକ । ଜାନୁଆରୀରେ ୟେମେନ ଉପକୂଳରୁ ଅପହରଣ ହୋଇଥିଲା ୟୁଏଇ ଜାହାଜ । ଅଧିକ ପଢନ୍ତୁ

ୟେମେନରେ ହାଉଥିଙ୍କ କବଳରୁ ମୁକ୍ତ ହେଲେ ମସସ୍ତ 7 ଭାରତୀୟ ନାବିକ

ନୂଆଦିଲ୍ଲୀ: ୟେମାନରେ ହାଉଥି ବିଦ୍ରୋହୀଙ୍କ କବଳରୁ ମୁକ୍ତ ହେଲେ ପଣବନ୍ଦୀ ଥିବା 7 ଭାରତୀୟ ନାଗରିକ । ଗତ ଜାନୁଆରୀରେ ସଂଯୁକ୍ତ ଆରବ ଏମିରେଟ (UAE) ର ଏକ ପଣ୍ୟବାହୀ ଜାହାଜକୁ ୟେମାନ ଉପକୂଳରୁ ଅପହରଣ କରିନେଇଥିଲେ ହାଉଥି ବିଦ୍ରୋହୀ । ଏହି ଜାହାଜରେ 7ଜଣ ଭାରତୀୟ ନାବିକ ରହିଥିଲେ ।

7 ପଣବନ୍ଦୀ ଭାରତୀୟ ନାଗରିକଙ୍କ ମଧ୍ୟରେ 3 ଜଣ କେରଳରୁ ଥିଲେ । ତେବେ ପ୍ରାୟ ଦୀର୍ଘ 3 ମାସ ପରେ ରବିବାର ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ମୁକ୍ତ କରାଯାଇଥିବା ସୂଚନା ମିଳିଛି । ସେତେବେଳେ UAEର ଏହି ଜାହାଜରେ ଯୁଦ୍ଧାସ୍ତ୍ର ପରିବହନ କରାଯାଉଥିବା ଓ ଜାହାଜଟି ୟେମେନ ଜଳସୀମାରେ ଅନୁପ୍ରବେଶ କରିଥିବା ଅଭିଯୋଗରେ ଅପହରଣ କରି ନେଇଥିଲେ ହାଉଥି ବିଦ୍ରୋହୀ ଗୋଷ୍ଠୀ । ପରେ ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଭାରତ ସରକାର ମଧ୍ୟ ସେମାନଙ୍କ ମୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ତେବେ ରବିବାର ସମସ୍ତଙ୍କୁ ସୁରକ୍ଷିତ ମୁକ୍ତ କରିଛନ୍ତି ବିଦ୍ରୋହୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.