ETV Bharat / bharat

କୋରୋନା ମୁକାବିଲାରେ ସମସ୍ତ ରାଜ୍ୟକୁ ସହାୟତା କରିବ କେନ୍ଦ୍ର: ଡ.ହର୍ଷବର୍ଦ୍ଧନ

author img

By

Published : Apr 18, 2021, 3:00 PM IST

କୋରୋନା ମୁକାବିଲା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ସହଯୋଗ କରିବ କେନ୍ଦ୍ର ସରକାର । ଆଜି ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରତିଶୃତି ଦେଇଛନ୍ତି । ସାରା ଭାରତରେ କୋରୋନା ଭାଇରସର ଦ୍ବିତୀୟ ଲହରୀ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

Harsh Vardhan
କୋରୋନା ମୁକାବିଲାରେ ସମସ୍ତ ରାଜ୍ୟକୁ ସହାୟତ କରିବ କେନ୍ଦ୍ର : ଡ. ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ସହଯୋଗ କରିବ କେନ୍ଦ୍ର ସରକାର । ଆଜି ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ପ୍ରତିଶୃତି ଦେଇଛନ୍ତି । ସାରା ଭାରତରେ କୋରୋନା ଭାଇରସର ଦ୍ବିତୀୟ ଲହରୀ ଆରମ୍ଭ ହୋଇଯାଇଛି । ଦିନକୁ ଦିନ କୋରୋନା ବିସ୍ଫୋରକ ରୂପ ଧାରଣ କରୁଥିବା ନଜରରେ ରଖି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାରର ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ପରିମାଣରେ ଥିବା ରାଜ୍ୟ ଗୁଡିକ ରେମଡିସିଭର ଇଞ୍ଜେକସନ ସହ ଅକ୍ସିଜେନ ଯୋଗାଇ ଦେଉଛି । ଏହା ସହ ରେମଡେସିଭର ଓ ଅକ୍ସିଜେନର ଉତ୍ପାଦନ ବୃଦ୍ଧି ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ରାଜ୍ୟଗୁଡିକୁ ନିରନ୍ତର ଭାବରେ କୋରୋନା ଟିକାକରଣ ପ୍ରକ୍ରିୟା ଜାରି ରହିବା ସହ ସ୍ବାସ୍ଥ୍ୟ ସେବାର ଭିତ୍ତିଭୂମି ଉପରେ ନଜର ଦିଆଯିବ ବୋଲି କହିଛନ୍ତି । ଲୋକଙ୍କୁ କୋରୋନା ଭ୍ୟାକ୍ସିନ ନେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ଟୀକାକରଣ ପ୍ରକ୍ରିୟାକୁ ଅଧିକ ଦୃଢ କରିବା ସହ ଅଧିକ ପରିମାଣରେ କାର୍ଯ୍ୟ କରିବା ପାଇଁ ନଷ୍ପତ୍ତି ନେଇଛନ୍ତି । ସେପ୍ଟେମ୍ବର 2021 ସୁଦ୍ଧା କୋଭାକ୍ସିନ ଉତ୍ପାଦନ 10 ଗୁଣ ବୃଦ୍ଧି ପାଇବ।

ଜାନୁଆରୀ 16 ରେ ଭାରତରେ ଟୀକାକରଣ ଡ୍ରାଇଭ ଆରମ୍ଭ ହୋଇଥିଲା। COVID-19 ରୋଗୀଙ୍କ ପାଇଁ ହସ୍ପିଟାଲର ଶଯ୍ୟା କ୍ଷମତା ବୃଦ୍ଧି କରିବାକୁ ସରକାର ଅସ୍ଥାୟୀ ଡାକ୍ତରଖାନା ସ୍ଥାପନ କରିବେ ଏବଂ କେନ୍ଦ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ଡାକ୍ତରଖାନା ଗୁଡ଼ିକରେ ୱାର୍ଡ ଉତ୍ସର୍ଗ କରିବେ ବୋଲି ସେ କହିଛନ୍ତି । ଅମ୍ଳଜାନ ଯୋଗାଣ ପ୍ରସଙ୍ଗରେ ସରକାର କିପରି କାର୍ଯ୍ୟ କରୁଛନ୍ତି ତାହା ମଧ୍ୟ କହିଛନ୍ତି । ଅମ୍ଳଜାନ ଉତ୍ପାଦନକୁ ସର୍ବାଧିକ ବ୍ୟବହାର କରାଯାଇ ଶିଳ୍ପରୁ ଚିକିତ୍ସା ବ୍ୟବହାରକୁ ସ୍ଥାନାନ୍ତରିତ କରାଯାଇଛି । ସାରା ଦେଶରେ 162 PSA ପ୍ଲାଣ୍ଟ ସ୍ଥାପନକୁ ତ୍ବରାନ୍ବିତ କରାଯାଇଛି । 24x7 କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା କରି ସହାୟତା କରାଯାଉଛି । ରେମଡେସିଭିରର ଆବଶ୍ୟକତା ପୂରଣ କରିବା ପାଇଁ ଭାରତ ସରକାର ପଦକ୍ଷେପ ନେଉଛନ୍ତି । ରେମଡେସିଭିର 20 ଉତ୍ପାଦନ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.