ETV Bharat / bharat

ଆସନ୍ତା 16ରୁ ଖୋଲିବ ଦେଶର ସବୁ ଐତିହ୍ୟସ୍ଥଳୀ

author img

By

Published : Jun 14, 2021, 4:24 PM IST

କୋରୋନା କାରଣରୁ ବନ୍ଦ ସମସ୍ତ ଐତିହ୍ୟ ସ୍ମାରକକୁ ଏବେ ଖୋଲିବା ନେଇ ନିଆଯାଇଛି ନିଷ୍ପତ୍ତି । 16 ଜୁନରୁ ସମସ୍ତ ଐତିହ୍ୟସ୍ଥଳୀକୁ ପର୍ଯ୍ୟଟକଙ୍କୁ ଯିବାର ଅନୁମତି ମିଳିବ ।

ଆସନ୍ତା 16ରୁ ଖୋଲିବ ଦେଶର ସବୁ ଐତିହ୍ୟସ୍ଥଳୀ
ଆସନ୍ତା 16ରୁ ଖୋଲିବ ଦେଶର ସବୁ ଐତିହ୍ୟସ୍ଥଳୀ

ନୂଆଦିଲ୍ଲୀ: ମହାମାରୀ କୋରୋନାର ଦ୍ବିତୀୟ ଲହରୀରେ ଏବେ ଧିରେ ଧରି ହ୍ରାସ ପରିଲକ୍ଷିତ ହେଉଛି । ଏହାରି ସହିତ ହଟିବାରେ ଲାଗିଛି କଟକଣା । କୋରୋନା କାରଣରୁ ବନ୍ଦ ସମସ୍ତ ଐତିହ୍ୟ ସ୍ମାରକକୁ ଏବେ ଖୋଲିବା ନେଇ ନିଆଯାଇଛି ନିଷ୍ପତ୍ତି ।

ଦେଶର ସମସ୍ତ ଐତିହ୍ୟ ସ୍ମାରକକୁ ଜୁନ 16ରୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଅର୍ଥାତ 16 ଜୁନରୁ ସମସ୍ତ ଐତିହ୍ୟସ୍ଥଳୀକୁ ପର୍ଯ୍ୟଟକଙ୍କୁ ଯିବାର ଅନୁମତି ମିଳିବ ।

କୋରୋନାର ସଂକ୍ରମଣ ବୃଦ୍ଧି କାରଣରୁ 15 ଏପ୍ରିଲରୁ ସମସ୍ତ ଐତିହ୍ୟସ୍ଥଳୀ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର । ପୂର୍ବରୁ ଏହି କଟକଣା 15 ମେ ପର୍ଯ୍ୟନ୍ତ ରହିଥିଲା । ହେଲେ ପରେ ଏହାକୁ ବଢାଇ 31 ମେ ପର୍ଯ୍ୟନ୍ତ କରାଯାଇଥିଲା ।

କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ରାଜ୍ୟମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ଘୋଷଣା କରିଛନ୍ତି । ସେ ଟ୍ବିଟରରେ ଲେଖିଛନ୍ତି, ପର୍ଯ୍ୟଟନ ମନ୍ତ୍ରଣାଳୟ ସମସ୍ତ ସ୍ମାରକକୁ 16 ଜୁନ 2021ରୁ ବିଧିବଦ୍ଧ ଖୋଲାବାର ସ୍ବୀକୃତି ପ୍ରଦାନ କରାଯାଇଛି । ତେବେ ପର୍ଯ୍ୟଟକଙ୍କୁ କୋରୋନା ଗାଇଡଲାଇନ ପାଳନ କରି ଭ୍ରମଣ କରିବାକୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.