ETV Bharat / bharat

ସବୁ ଭାରତୀୟଙ୍କ DNA ଗୋଟିଏ, ହିନ୍ଦୁ ହୁଅନ୍ତୁ ଅବା ମୁସଲିମ: ମୋହନ ଭାଗବତ - ଆରଏସଏସ ପ୍ରମୁଖ ମୋହନ ଭାଗବତ

ସବୁ ଭାରତୀୟଙ୍କ DNA ଏକ ବୋଲି କହିଛନ୍ତି ଆରଏସଏସ ପ୍ରମୁଖ ମୋହନ ଭାଗବତ । ସମସ୍ତ ଭାରତୀୟ ଏକ ସେ ହିନ୍ଦୁ ହୁଅନ୍ତୁ ଅବା ମୁସଲିମ। ଦେଶରେ ଏକତା ବିନା ବିକାଶ ଅସମ୍ଭବ ଏବଂ ଏକତାର ଆଧାର ରାଷ୍ଟ୍ରବାଦ ହେବା ଆବଶ୍ୟକ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

mohan bhagwat
ମୋହନ ଭାଗବତ
author img

By

Published : Jul 4, 2021, 10:42 PM IST

ନୂଆଦିଲ୍ଲୀ: ସବୁ ଭାରତୀୟଙ୍କ DNA ଏକ ବୋଲି କହିଛନ୍ତି ଆରଏସଏସ ପ୍ରମୁଖ ମୋହନ ଭାଗବତ । ସମସ୍ତ ଭାରତୀୟ ଏକ ସେ ହିନ୍ଦୁ ହୁଅନ୍ତୁ ଅବା ମୁସଲିମ। ଦେଶରେ ଏକତା ବିନା ବିକାଶ ଅସମ୍ଭବ ଏବଂ ଏକତାର ଆଧାର ରାଷ୍ଟ୍ରବାଦ ହେବା ଆବଶ୍ୟକ ବୋଲି କହିଛନ୍ତି ।

ଗାଜିଆବାଦରେ ମୁସଲିମ ରାଷ୍ଟ୍ରମଞ୍ଚର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗବତ କହିଛନ୍ତି ଯେ ହିନ୍ଦୁ ମୁସଲିମ ମଧ୍ୟରେ ଏକତା ରହିଛି ଏକତା ନାହିଁ ବୋଲି ଭ୍ରମ ସୃଷ୍ଟି କରାଯାଇଛି । ଆମେ ଏକ ଗଣତାନ୍ତ୍ରିକ ଦେଶରେ ରହିଛୁ । ହିନ୍ଦୁ ମୁସଲିମ ମଧ୍ୟରେ ଲଢେଇର ଆବଶ୍ୟକତା ନାହିଁ । ଭାରତୀୟ ଭାବରେ ଦବଦବା ହେବା ଆବଶ୍ୟକ । ଏହା ସହ ଲିଞ୍ଚିଂକୁ ନେଇ ମଧ୍ୟ ମତ ରଖିଛନ୍ତ ମୋହନ ଭାଗବତ । ଭିଡ ଭିତରେ ଲୋକଙ୍କୁ ପିଟି ପିଟି ହତ୍ୟା କରାଯାଉଥିବା ଲୋକ ହିନ୍ଦୁତ୍ବର ବିରୋଧ ବୋଲି କହିଛନ୍ତି । ଦେଶରେ ଏକତା ବିନା ବିକାଶ ଅସମ୍ଭବ ଏବଂ ଦେଶରେ ଏକତାର ଆଧାର ଭରତୀୟତା ହେବା ଜରୁରୀ ।

ଆରଏସଏସ ପ୍ରମୁଖ ଏହା ମଧ୍ୟ କହିଛନ୍ତି ଯେ ଆମେ ଗତ 40,000 ବର୍ଷରୁ ସମାନ ପୂର୍ବଜଙ୍କ ବଂଶଧର । ଭାରତର ଲୋକମାନଙ୍କର ସମାନ DNA ଅଛି । ହିନ୍ଦୁ ଏବଂ ମୁସିଲମ୍ ଦୁଇଟି ଗୋଷ୍ଠୀ ନୁହଁନ୍ତି, ଏକତ୍ର ହେବାର କିଛି ନାହିଁ, ସେମାନେ ପୂର୍ବରୁ ଏକାଠି ଅଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.