ETV Bharat / bharat

ଆଜି ସର୍ବଦଳୀୟ ବୈଠକ; ଦିଲ୍ଲୀ ଅଭିମୁଖେ ସମସ୍ତ ରାଜନୈତିକ ଦଳ

author img

By

Published : Jun 24, 2021, 7:55 AM IST

ଆଜି ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଜାମ୍ମୁ କାଶ୍ମୀରର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

ଆଜି ସର୍ବଦଳୀୟ ବୈଠକ
ଆଜି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଜାମ୍ମୁ କାଶ୍ମୀରର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କଣ ରହିବ ସର୍ବଦଳୀୟ ବୈଠକରେ ଆଲୋଚନା ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ବୈଠକରେ ଜାମ୍ମୁ କାଶ୍ମୀରର 14ଟି ବିଶିଷ୍ଟ ରାଜନୈତିକ ଯୋଗ ଦେବେ । ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ରଦ୍ଦ ହେବାର ପ୍ରାୟ ଦୁଇ ବର୍ଷ ପରେ ଆଜି ଏବି ବୈଠକ ବସିବାକୁ ଯାଉଛି । ଅଗଷ୍ଟ 2019ରେ ଜାମ୍ମୁ କାଶ୍ମୀରରୁ ଧାରା 370 ଓ 35 (କ) ଉଚ୍ଛେଦର ପାଖାପାଖି 2 ବର୍ଷ ପରେ କେନ୍ଦ୍ର ସରକାରଙ୍କ ଏହା ହେଉଛି ସବୁଠାରୁ ଆଉ ଏକ ବଡ ପଦକ୍ଷେପ । କାରଣ ଧାରା 370 ଉଚ୍ଛେଦ ପରଠାରୁ ଏଭଳି କୌଣସି ବୈଠକ ହୋଇନଥିଲା । ଯଦିଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ବିଭିନ୍ନ ସମୟରେ ଆସି ଗୃହମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି, କିନ୍ତୁ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହେବାକୁ ଯାଉଛି ।

ବୈଠକ ନେଇ ଦିଲ୍ଲୀ ଅଭିମୁଖେ ବାହାରି ସାରିଛନ୍ତି ଜାମ୍ମୁ କାଶ୍ମରର ସମସ୍ତ ରାଜନୈତିକ ଦଳ । ସମୟ 3ଟାରେ ବୈଠକ ବସିବ । ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିର ସଭାପତି ମେହବୁବା ମୁଫତି, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ନେତା ୟୁସୁଫ୍ ତରିଗାମି, ସାଜାଦ ଲୋନ, ଅଲତାଫ ବୁଖାରୀ, ରେଭେଣ୍ଡର ରାଇନା, କବିନ୍ଦର ଗୁପ୍ତା ଏବଂ ବିଜେପିର ନିର୍ମଳ ସିଂ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ଜାତୀୟ ସମ୍ମିଳନୀ ସଭାପତି ତଥା ସାଂସଦ ଫାରୁକ୍ ଅବଦୁଲ୍ଲା ଆଜି ସକାଳେ ଏହି ବିରାଟ ସଭାରେ ଯୋଗଦେବେ ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୈଠକ ପାଇଁ ଏନସି,ପିଡିପି, ଜାମ୍ମୁ କାଶ୍ମୀର ଅପନୀପାର୍ଟି, କଂଗ୍ରେସ, ବିଜେପି ନେତା ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ବୈଠକରେ ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ସହ ନିର୍ବାଚନ ନେଇ ପାଇଁ ଆଲୋଚନା ହେବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.