ETV Bharat / bharat

ନେପାଳ ପରିସ୍ଥିତି ଉପରେ ପୁଣି ନଜର

କେ.ପି ଶର୍ମା ଓଲିଙ୍କ ସରକାର ପାଇଁ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ସରକାର ପ୍ରତି ସୃଷ୍ଟି ହୋଇଛି ଅସ୍ତିତ୍ୱ ସଂକଟ । ନେପାଳ ସଂସଦର ନିମ୍ନ ସଦନ ବା ପ୍ରତିନିଧି ସଭା ଭଙ୍ଗ ପାଇଁ ଓଲି ସରକାରଙ୍କ ପଦକ୍ଷେପକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ କହିବା ପରେ ହିମାଳୟ ରାଷ୍ଟ୍ରରେ ଘନୀଭୂତ ହୋଇଛି ରାଜନୈତିକ ସଂକଟ । ନେପାଳର ସମ୍ବିଧାନ କାହାକୁ ବି ପ୍ରତିନିଧି ସଭା ଭଙ୍ଗ କରିବାକୁ ଅଧିକାର ଦେଇନାହିଁ ବୋଲି ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 26, 2021, 6:28 AM IST

ନେପାଳ ପରିସ୍ଥିତି ଉପରେ ପୁଣି ନଜର
ନେପାଳ ପରିସ୍ଥିତି ଉପରେ ପୁଣି ନଜର

ନେପାଳରେ ପରିବର୍ତ୍ତନଶୀଳ ରାଜନୈତିକ ଘଟଣାକ୍ରମ ଉପରେ ଉଭୟ ଭାରତ ଓ ଚୀନ ନଜର ରଖିଛନ୍ତି । କେ.ପି ଶର୍ମା ଓଲିଙ୍କ ସରକାର ପାଇଁ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ସରକାର ପ୍ରତି ସୃଷ୍ଟି ହୋଇଛି ଅସ୍ତିତ୍ୱ ସଂକଟ । ନେପାଳ ସଂସଦର ନିମ୍ନ ସଦନ ବା ପ୍ରତିନିଧି ସଭା ଭଙ୍ଗ ପାଇଁ ଓଲି ସରକାରଙ୍କ ପଦକ୍ଷେପକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ କହିବା ପରେ ହିମାଳୟ ରାଷ୍ଟ୍ରରେ ଘନୀଭୂତ ହୋଇଛି ରାଜନୈତିକ ସଂକଟ । ନେପାଳର ସମ୍ବିଧାନ କାହାକୁ ବି ପ୍ରତିନିଧି ସଭା ଭଙ୍ଗ କରିବାକୁ ଅଧିକାର ଦେଇନାହିଁ ବୋଲି ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ପ୍ରଧାନମନ୍ତ୍ରୀ ଓଲିଙ୍କ ପାଇଁ ଶକ୍ତ ଧକ୍କା ସାବ୍ୟସ୍ତ ହୋଇଛି । କାରଣ ପ୍ରତିନିଧି ସଭା ଭଙ୍ଗ ପାଇଁ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଅଧିକାର ରହିଛି । ଯେତେବେଳେ ସେ ଚାହିଁବେ,ସେ ପ୍ରତିନିଧି ସଭା ଭଙ୍ଗ କରିପାରିବେ ବୋଲି ଓଲି ଯୁକ୍ତି ଦର୍ଶାଇ ଆସୁଥିଲେ । କିନ୍ତୁ ଫେବ୍ରୁଆରୀ ୨୩ ତାରିଖରେ ନେପାଳ ସୁପ୍ରିମକୋର୍ଟ ଓଲିଙ୍କୁ ଭୁଲ୍ ସାବ୍ୟସ୍ତ କରିଛନ୍ତି । ଓଲିଙ୍କ ବିପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ତାଙ୍କର ପୂର୍ବତନ ନେପାଳ କମ୍ୟୁନିଷ୍ଟ ପାର୍ଟିର –ଏନସିପିର କମ୍ରେଡ, ବିରୋଧୀ ନେପାଳୀ କଂଗ୍ରେସ ଓ ନାଗରିକ ସମାଜ ନେତାଙ୍କୁ ଆନନ୍ଦିତ କରିଛି ।

ସମୟ ପୂର୍ବରୁ ସଂସଦର ପ୍ରତିନିଧି ସଭା ଭଙ୍ଗ ପାଇଁ ଓଲିଙ୍କ ନିଷ୍ପତ୍ତିକୁ ଜୋରଦାର ବିରୋଧ କରାଯାଇଥିଲା । ପ୍ରତିନିଧି ସଭାକୁ ପୁନଃଅବସ୍ଥାପିତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରାଯାଇଛି । ରାୟ ଅନୁସାରେ ପ୍ରତିନିଧି ସଭାର ଅଧିବେଶନ ୧୩ ଦିନ ମଧ୍ୟରେ ଅର୍ଥାତ୍ ମାର୍ଚ୍ଚ ୮ ସୁଦ୍ଧା ବସିବା ଜରୁରୀ। ଗୋଟିଏ କଥା ଏବେ ସ୍ପଷ୍ଟ ଯେ, ଯଦି ପ୍ରଧାନମନ୍ତ୍ରୀ ଓଲି ଇସ୍ତଫା ନ ଦିଅନ୍ତି, ତାହା ହେଲେ ସେ ତାଙ୍କ ପୂର୍ବତନ କମ୍ରେଡ ଓ ଅନ୍ୟ ବିରୋଧୀ ସଦସ୍ୟଙ୍କ ରୋଷର ସମ୍ମୁଖୀନ ହେବେ । ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିପାରେ ।

ନେପାଳ ସଂକଟ ଓ ଭାରତ

ଭାରତ ଓ ନେପାଳ ମଧ୍ୟରେ ୧ ହଜାର ୮ ଶହ କିଲୋମିଟର ବ୍ୟାପୀ ଲମ୍ବା ମୁକ୍ତ ସୀମା ରହିଛି । ଏହି ଦୀର୍ଘ ମୁକ୍ତ ସୀମା ତ୍ରୁଟିପୂର୍ଣ୍ଣ ବୋଲି ଭାରତରେ ଅନେକ ମନେ କରନ୍ତି । ଏହାଛଡା ଦୁଇ ଦେଶ ମଧ୍ୟରେ ଅଦ୍ୱିତୀୟ ସଭ୍ୟତାଗତ, ଐତିହାସିକ, ଭୌଗଳିକ, ସାଂସ୍କୃତିକ ଓ ଧାର୍ମିକ ସଂପର୍କ ରହିଆସିଥିବାରୁ ନେପାଳରେ ଯେ କୌଣସି ପ୍ରକାରରପ୍ରାକୃତିକ ଓ ରାଜନୈତିକ ସଂକଟ ଭାରତ ଫରରେ ପ୍ରଭାବ ପକାଇବା ସ୍ୱାଭାବିକ ବୋଲି ଅନେକ ଭାରତୀୟ ମନେ କରନ୍ତି । କେ.ପି ଓଲିଙ୍କୁ ପସନ୍ଦ କରେ ନାହିଁ ନୂଆଦିଲ୍ଲୀ । କାରଣ ଓଲିଙ୍କ ପ୍ରଧାନମନ୍ତ୍ରୀତ୍ୱରେ ହିଁ ଗତବର୍ଷ ଜୁନ ମାସରେ ନେପାଳ ଏକ ନୂଆ ରାଜନୈତିକ ମାନଚିତ୍ର ଜାରି କରିଥିଲା । ଏଥିରେ ଚୀନ-ଭାରତ-ନେପାଳ ସୀମାବର୍ତ୍ତୀ ବିବାଦୀୟ ଲିପୁଲେଖ-କାଲାପାନି-ଲିମ୍ପିୟାଧୁରା ବିବାଦୀୟ ଅଂଚଳକୁ ନେପାଳର ବୋଲି ଦର୍ଶାଯାଇଥିଲା । ପରେ ଏହି ମାନଚିତ୍ରକୁ ନେପାଳ ସଂସଦ ମଧ୍ୟ ସ୍ୱୀକୃତି ଦେବା ପରେ ଏହାକୁ ନେପାଳର ପ୍ରତୀକ ଓ ଅଫିସିଆଲ ବ୍ୟାଜରେ ମଧ୍ୟ ସ୍ଥାନ ଦିଆଯାଇଥିଲା । କାଲାପାନି ଅଂଚଳରୁ ଲିପୁଲେଖକୁ ଜିପ୍ ଟ୍ରାକ୍ ଖୋଲିବା ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପଦକ୍ଷେପ ପରେ ନେପାଳ ନିଜର ନୂଆ ମାନଚିତ୍ରରେ ବିବାଦୀୟ ଅଂଚଳଗୁଡିକୁ ସ୍ଥାନ ଦେଇଥିଲା ।

୧୮୧୬ ମସିହାର ବ୍ରିିଟିଶ ଇଣ୍ଡିଆ ଓ ନେପାଳ ମଧ୍ୟରେ ସ୍ୱାକ୍ଷରିତ ସୁଗାଉଲି ଚୁକ୍ତି ଅନୁସାରେ ଲିପୁଲେଖ ଲ୍ୟାଣ୍ଡ ଏରିଆ ଉପରେ ନେପାଳ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଉଦ୍ୟମ କରିଆସିଛି । ଏଭଳି ସୀମା ବିବାଦର ସମାଧାନ ପାଇଁ ନୂଆଦିଲ୍ଲୀ ଓ କାଠମାଣ୍ଡୁ ଏ ଯାଏଁ ଦ୍ୱିପାକ୍ଷିକ କଥାବାର୍ତ୍ତା ଆରମ୍ଭ କରି ନ ଥିବା ବେଳେ ନେପାଳର ରାଜନୈତିକ ଅସ୍ଥିରତା ଚିନ୍ତାର କାରଣ ପାଲଟିଛି । କାରଣ ଏହି ଅସ୍ଥିରତା ଦ୍ୱାରା ଭାରତ ଓ ଚୀନ ଅପେକ୍ଷା ନେପାଳର ଲୋକେ ହିଁ ଅଧିକ ଅସୁବିଧାର ସମ୍ମୁଖୀନ ହେବେ ।

୧୯୯୬ରୁ ୨୦୦୬ ଯାଏଁ ଦୀର୍ଘ ଏକ ଦଶକ ଧରି ରକ୍ତାକ୍ତ ମାଓବାଦୀ ସଂଗ୍ରାମର ସାମନା କରିଛି ନେପାଳ । ଏହି ସଂଘର୍ଷରେ ୧୭ ହଜାର ଲୋକଙ୍କ ଜୀବନ ଯାଇଥିଲା । ୨୦୧୫ ମସିହାର ସମ୍ବିଧାନକୁ ସଂପୂର୍ଣ୍ଣ କାର୍ଯ୍ୟକାରୀ କରିନାହିଁ ନେପାଳ । ନେପାଳ ସମ୍ବିଧାନ ପ୍ରଣୟନ ପାଇଁ ସମ୍ବିଧାନ ସଭାର ନିର୍ବାଚନ ଦୁଇ ଦୁଇ ଥର ହୋଇସାରିଛି । ନେପାଳର ଆର୍ଥିକ ସ୍ଥିତି ବି ଭଲ ନାହିଁ । ବେରୋଜଗାରୀ ହାର ଅଧିକ ରହିଛି । ନେପାଳର ଯୁବକ ଯୁବତୀମାନେ କର୍ମ ସଂସ୍ଥାନ ପାଇଁ ସୀମା ପାର ହୋଇ ଭାରତ ଓ ଅନ୍ୟ ଦେଶକୁ ଯିବାରେ ଲାଗିଛନ୍ତି ।

ନେପାଳ ସଂକଟ ଓ ଚୀନ

ନେପାଳରେ ରାଜନୈତିକ ହଟଚମଟ ଦ୍ୱାରା ଚୀନ୍ ବି କମ୍ ଚିନ୍ତିତ ନୁହେଁ । ହିମାଳୟ ଦ୍ୱାରା ଅଲଗା ହୋଇଥିଲେ ବି ଚୀନ ଓ ନେପାଳ ମଧ୍ୟରେ ୧ ହଜାର ୪ ଶହ କିଲୋମିଟର ବ୍ୟାପୀ ସୀମା ରହିଛି । ଏହି ସୀମା ନେଇ ଦୁଇ ଦେଶ ମଧ୍ୟରେ କୌମସି ବିବାଦ ନାହିଁ । ସୀମାଚଂଳ ଶାନ୍ତିପୂର୍ଣ୍ଣ ରହିଆସିଛି । ତେବେ, ନିଜର ମହତ୍ତ୍ୱାକାଂକ୍ଷୀ ବେଲ୍ଟ ଆଣ୍ଡ୍ ରୋଡ୍ଇ ନିସିଏଟିଭ –( ବିଆରଆଇ ) ଓ ପ୍ରାଚୀନ ସିଲ୍କ ରୁଟ୍ ପାଇଁ ଚୀନ୍ନେ ପାଳକୁ ବିଆରଆଇରେ ସାମିଲ ହେବାକୁ ମନାଇବାରେ ଲାଗିିଛି । ନେପାଳ ବି ଚୀନର ପ୍ରସ୍ତାବକୁ ପସନ୍ଦ କରିଛି । ଗତ କିଛିବର୍ଷ ମଧ୍ୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ସମେତ ବହୁ ଶୀଷସ୍ତରୀୟ ପଦାଧିକାରୀ ନେପାଳ ଗସ୍ତ କରିଛନ୍ତି । ଚୀନ କମ୍ୟୁନିଷ୍ଟ ପାର୍ଟି-ସିପିସିର ନେତା ଓ ଅନ୍ୟ ଅଧିକାରୀମାନେ ନିକଟ ଅତୀତରେ ନେପାଳ ଗସ୍ତ କରି ନେପାଳର କମ୍ୟୁନିଷ୍ଟ ନେତାଙ୍କୁ ଏକତ୍ର ରହିବା ପାଇଁ ବାରମ୍ବାର ନିବେଦନ କରିଛନ୍ତି ।

ନେପାଳର ଶାସକ ସିପିଏନ ଏବେ ବିଭାଜନ ମୁହାଁ । ୨୦୧୭ରେ ସଂଘୀୟ ଓ ଆଂଚଳିକ ନିର୍ବାଚନ ପୂର୍ବରୁ କେ.ପି ଓଲି ଓ ପୂର୍ବତନ ମାଓବାଦୀ ନେତା ପ୍ରଚଣ୍ଡଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ଦୁଇ କମ୍ୟୁନିଷ୍ଟ ନେତା ହାତ ମିଳାଇବା ବେଜିଂକୁ ସୁହାଇଥିଲ । କାରଣ ଏଭଳି ଏକ ଏକତା ରହୁ ବୋଲି ବେଜିଂ ଚାହୁଁଥିଲା । ପ୍ରଚଣ୍ଡ, ଓଲି ଓ ଅନ୍ୟ କମ୍ୟୁନିଷ୍ଟ ନେତାମାନଙ୍କ ମଧ୍ୟରେ ମତଭେଦ ଦୂର କରିବା ସହ ଏକତା ରଖିବା ପାଇଁ ଚୀନର ଲୋକପ୍ରିୟ ଦୂତ ହୋ ୟାଙ୍ଗଚି ସକ୍ରିୟ ଉଦ୍ୟମ କରିଥିଲେ । ଓଲି ଓ ପ୍ରଚଣ୍ଡ-ମାଧବ ନେପାଳ ଗୋଷ୍ଠୀ ମଧ୍ୟରେ ସମସ୍ୟା ସୃଷ୍ଟି ହେଲା ପରେ ଚୀନ୍ ଦୂତ ୟାଙ୍ଗଚି ସମାଧାନ ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ମତଭେଦ ଦୂର କରିବାରେ ୟାଙ୍ଗଚି ବିଫଳ ହୋଇଥିଲେ । କ୍ରମଶଃ ଓଲି ଏବଂ ପ୍ରଚଣ୍ଡ-ମାଧବ ନେପାଳ ଗୋଷ୍ଠୀ ମଧ୍ୟରେ କନ୍ଦଳ ଉଗ୍ର ରୂପ ଧାରଣ କରିଛି । ଆଉ ନେପାଳର ଏଭଳି ସ୍ଥିତି ଚୀନକୁ ବି ବ୍ୟଥିତ କରିଛି । କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ ସିପିଏନରେ ଏକତା ପାଇଁ ବେଜିଂର ଉଦ୍ୟମ ଫସର ପାଟିଛି ।

ଆଗକୁ କ’ଣ ହେବ ?

ସଂସଦର ପ୍ରତିନିଧି ସଭା ଭଙ୍ଗ ପାଇଁ ପ୍ରଧାନମନ୍ତ୍ରୀ ଓଲିଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କଲା ପରେ ସଭାର ଅଧିବେଶନ ମାର୍ଚ୍ଚ ୮ ତାରିଖରେ ପୁଣି ବସିବାକୁ ଯାଉଛି । ଏପଟେ କିନ୍ତୁ ଶାସକ ସିପିଏନ ଆନୁଷ୍ଠାନିକ ବିଭାଜନ ମୁଖେ ଗତି କରୁଛି । ପ୍ରଧାନମନ୍ତ୍ରୀ ପଦ ପାଇଁ ଦୁଇ ନୂଆ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଲଢେଇ ହେବ । କେ.ପି ଓଲି ଗୋଟିଏ ଗୋଷ୍ଠୀର ନେତୃତ୍ୱ ନେବେ । ଓଲିଙ୍କ ଗୋଷ୍ଠୀର ନେତାମାନେ ଏବେ ସରକାରରେ ଅଛନ୍ତି । ପ୍ରଚଣ୍ଡଙ୍କ ନେତୃତ୍ୱାଧିନ ପ୍ରତିଦ୍ୱନ୍ଦୀ ଗୋଷ୍ଠୀ ପୂର୍ବତନ ପ୍ରଧାନମନ୍ତ୍ରୀ ମାଧବ ନେପାଳ ଓ ଝାଲା ନାଥ ଖନାଲଙ୍କ ସହ ହାତ ମିଳାଇଛନ୍ତି । ପ୍ରଚଣ୍ଡ-ମାଧବ ନେପାଳ ଗୋଷ୍ଠୀ ସିପିଏନ ସେଂଟ୍ରାଲ କମିଟିର ୭୦ ପ୍ରତିଶତ ସଦସ୍ୟଙ୍କ ସମର୍ଥନ ଦାବି କରିଛନ୍ତି । କିନ୍ତୁ ଏହି ଦାବିକୁ ଓଲି ଗୋଷ୍ଠୀ ଖାରଜ କରିଦେଇଛି ।ତେବେ, ଏକ ସଂଖ୍ୟାଗରିଷ୍ଠ ସରକାର ଗଢିବା ପାଇଁ କୌଣସି ସିପିଏନ ଗୋଷ୍ଠ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ । ତେଣୁ ପ୍ରଚଣ୍ଡ-ମାଧବ

ଗୋଷ୍ଠୀ ନେପାଳୀ କଂଗ୍ରେସ ନେତା ଶେର ବାହାଦୂର ଦେଓବାଙ୍କୁ ମନାଇ ଏକ ମିଳିତ ସରକାର ଗଠନ ପାଇଁ ଉଦ୍ୟମ କରୁଛନ୍ତି । ଏକ ନିର୍ଭରଶୀଳ ସହଯୋଗୀ ଅଂଶୀଦାର ପାଇଁ ଅନ୍ୱେଷଣ ଜାରି ରହିଥିଲା ବେଳେ ପୂୂର୍ବତନ ମାଓବାଦୀ ନେତା ବାବୁରାମ ଭଟ୍ଟରାୟଙ୍କ ଜନତା ସମାଜବାଦୀ ପାର୍ଟି ଭଳି ରାଜନୈତିକ ଦଳର ଭୂମିକା କଣ ହେବ , ସେ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପରବର୍ତ୍ତୀ ସରକାରର ରୂପରେଖ ଜଣାପଡିବା ଆଗରୁ ଆସନ୍ତା ଦୁଇ ସପ୍ତାହ ନେପଳ ରାଜନୀତି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ନୂଆ ସରକାରର ନେତା ପ୍ରଚଣ୍ଡ ହୋଇପାରନ୍ତି । ନ ହେଲେ ଦେଓବା । କିଏ ଜାଣେ ପୁଣି ଓଲି ବି ବାଜିମାତ କରିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.