ETV Bharat / bharat

Gujarat poll: AAPରେ ନାମାଙ୍କନ ପ୍ରତ୍ୟାହାର ଭୟ ! ଅଜ୍ଞାତ ସ୍ଥାନରେ ସମସ୍ତ ଦଳୀୟ ପ୍ରାର୍ଥୀ

author img

By

Published : Nov 17, 2022, 11:01 PM IST

ଗୁଜୁରାଟରେ ଆମ ଆଦମୀ ପାର୍ଟିକୁ ଘାରିଛି ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ଭୟ । ସମସ୍ତ ପ୍ରାର୍ଥୀଙ୍କୁ ଅଜ୍ଞାତ ସ୍ଥାନରେ ରଖାଯାଇଥିବା ଚର୍ଚ୍ଚା (Aam Admi party candidate in Gujarat)। ଗତକାଲି ନାଟକୀୟ ଢଙ୍ଗରେ ନାମାଙ୍କନ ପ୍ରତ୍ୟାହାର କରିଥିଲେ କଞ୍ଚନ ଜରିଓ୍ବାଲା । ଅଧିକ ପଢନ୍ତୁ

Gujarat Assembly Election: ଅଜଣାସ୍ଥାନରେ AAP ର ସମସ୍ତ ପ୍ରାର୍ଥୀ

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly poll)ରେ ବିଜେପିର ବିକଳ୍ପ ହେବାକୁ ଅଣ୍ଟା ଭିଡିଛି ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି (AAP) । କିନ୍ତୁ ଗତକାଲି ସରୁଟ-ପୂର୍ବ ଆସନରୁ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବା କଞ୍ଚନ ଜରିଓ୍ବାଲାଙ୍କ ଅପ୍ରତ୍ୟାଶିତ ଭାବେ ନିଜ ନାମାଙ୍କନ ପ୍ରତ୍ୟାହାର କରିବା ଘଟଣା ପାର୍ଟିରେ ଭୟ ସୃଷ୍ଟି କରିଛି । ତେଣୁ ନିର୍ବାଚନ ପୂର୍ବରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା କୌଣସି ଦଳୀୟ ପ୍ରାର୍ଥୀ ଯେପରି କୌଣସି ପରିସ୍ଥିତିରେ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର ନକରିପାରିବେ ସେ ନେଇ ଦଳ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ଦଳ ନିଜର ସମସ୍ତ ପ୍ରାର୍ଥୀଙ୍କୁ ଏକାଠି କରି ଏକ ଅଜ୍ଞାତ ସ୍ଥାନରେ ରଖିଥିବାର ଚର୍ଚ୍ଚା ହେଉଛି । କୌଣସି ଦଳୀୟ ନେତା ଯେପରି ଅନ୍ୟ ପାର୍ଟିର ନେତାଙ୍କ ଦ୍ବାରା ଚାପଗ୍ରସ୍ତ କିମ୍ବା ଧମକର ଶିକାର ହୋଇ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନ ନିଅନ୍ତି ସେଥିପାଇଁ ଦଳ ଏପରି କରିଥିବା ସୂଚନା ମିଳିଛି ।

ତେବେ ରାଜ୍ୟରେ ଏପରି ଚର୍ଚ୍ଚା ଲାଗି ରହିଥିବା ବେଳେ ଏହାକୁ ଆମ ଆଦମୀ ପାର୍ଟିର ମୁଖପାତ୍ର କିନ୍ତୁ ଖଣ୍ଡନ କରିଛନ୍ତି । ପ୍ରାର୍ଥୀଙ୍କୁ କେଉଁଠାକୁ ନିଆଯାଇନି ବରଂ ସେମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରଚାରରେ ବ୍ୟସ୍ତ ରହିଥିବା କହିଛନ୍ତି ଦଳର ମୁଖପାତ୍ର ଯୋଗେଶ ଜାଡବାନୀ । ତେବେ ଗୁଜୁରାଟ ନିର୍ବାଚନ ପାଇଁ ଆଜି ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ଥିଲା । ଗତକାଲି ନାଟକୀୟ ଢଙ୍ଗରେ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଥିଲେ ଆପ ପ୍ରାର୍ଥୀ କଞ୍ଚନ ଜରିଓ୍ବାଲା ।

ଆପ କିନ୍ତୁ ଏହାକୁ ବିଜେପିର ଷଡଯନ୍ତ୍ର ବୋଲି ଦର୍ଶାଇବା ସହ ବଳ ପ୍ରୟୋଗ କରି ଆପର ପ୍ରାର୍ଥୀଙ୍କୁ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରାଯାଉଥିବା ଦଳ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲା । ଅନ୍ୟପଟେ କଞ୍ଚନ ଜରିଓ୍ବାଲା କିନ୍ତୁ ଆପର ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ଅପହରଣ କରାଯାଇ ନଥିବା ଓ ସ୍ବଇଚ୍ଛାରେ ନାମାଙ୍କନ ପ୍ରତ୍ୟାହାର କରିଥିବା ନେଇ ମତ ରଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.