ETV Bharat / bharat

BBC Documentary: AMUରେ ଲାଗିଛି QR Code ପୋଷ୍ଟର, ସ୍କାମ କଲେ ଚାଲୁଛି ଡକ୍ୟୁମେଣ୍ଟାରୀ !

author img

By

Published : Feb 2, 2023, 9:55 PM IST

ଅଲିଗଡ ମୁସଲିମ୍‌ ବିଶ୍ବବିଦ୍ୟାଳୟରେ ଲାଗିଛି QR Code ପୋଷ୍ଟର । ସ୍ମାର୍ଟ ଫୋନ ପରି କୌଣସି ଇଲୋକ୍ଟ୍ରୋନିକ୍ସ ଡିଭାଇସ ଦ୍ବାରା ଏହାକୁ ସ୍କାନ କଲେ ଡକ୍ୟୁମେଣ୍ଚାରୀର ଭିଡିଓ ଦେଖି ହେଉଥିବା ଚର୍ଚ୍ଚା । ଅଧିକ ପଢନ୍ତୁ

ଅଲିଗଡ ମୁସଲିମ ବିଶ୍ବବିଦ୍ୟାଳୟରେ ଲାଗିଛି QR Code ପୋଷ୍ଟର

ହାଇଦ୍ରାବାଦ: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ପ୍ରସ୍ତୁତ ମୋଦି ଡକ୍ୟୁମେଣ୍ଚାରୀକୁ ନେଇ ଉତ୍ତେଜନା ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନକୁ ବ୍ୟାପିବାରେ ଲାଗିଛି । ଆଜି ଉତ୍ତର ପ୍ରଦେଶର ଅଲିଗଡ ମୁସଲିମ୍‌ ବିଶ୍ବବିଦ୍ୟାଳୟ (ଏଏମ୍‌ୟୁ) ପରିସର କାନ୍ଥରେ ଦେଖିବାକୁ ମିଳିଛି ସରକାରଙ୍କ ଦ୍ବାରା ନିଷେଧ ଘୋଷିତ ଏହି ବିବାଦୀୟ ଡକ୍ୟୁମେଣ୍ଟାରୀର ପୋଷ୍ଟର । ତେବେ ଏହା ଏକ ସାଧାରଣ ପେପର ପୋଷ୍ଟର ନୁହେଁ ବରଂ QR Code ଫର୍ମାଟରେ ଏହି ପୋଷ୍ଟରକୁ ଲଗାଯାଇଛି । ସ୍ମାର୍ଟ ଫୋନ ପରି କୌଣସି ଇଲୋକ୍ଟ୍ରୋନିକ୍ସ ଡିଭାଇସ ଦ୍ବାରା ଏହାକୁ ସ୍କାନ କଲେ ଡକ୍ୟୁମେଣ୍ଚାରୀର ଭିଡିଓ ଦେଖିବା ସମ୍ଭବ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏପରି ଏକାଧିକ ପୋଷ୍ଟର କ୍ୟାମ୍ପସରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ।

ତେବେ ଏସମ୍ପର୍କିତ ସୂଚନା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିବା ପରେ ସେଗୁଡିକୁ ହଟାଯାଇଛି । କେଉଁ ଛାତ୍ର ଗୋଷ୍ଠୀ ଏପରି କରିଛନ୍ତି, ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ମଧ୍ୟ ନାହିଁ । ତଦନ୍ତ ଜାରି ରହିଛି, ଏପରି କରିଥିବା ଛାତ୍ର କିମ୍ବା ଛାତ୍ର ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର।ଯିବା ନେଇ କର୍ତ୍ତୃପକ୍ଷ କହିଛନ୍ତି । ନିକଟରେ ଏହାକୁ ପ୍ରଦର୍ଶିତ କରାଯିବା ଦାବିରେ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହେବା ସହ ଉତ୍ତେଜନା ଦେଖିବାକୁ ମିଳିଛି ।

ଗୁଜୁରାଟ ଦଙ୍ଗା ଉପରେ ଏହି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯାଇଛି । ଯାହାକୁ କେନ୍ଦ୍ର ସରକାର ଦେଶରେ ପ୍ରସାରିତ ହେବା ଉପରେ ନିଷେଧ କରିଛନ୍ତି । କିନ୍ତୁ, ବିଶ୍ୱବିଦ୍ୟାଳୟର କେତେକେ ବାମପନ୍ଥୀ ଛାତ୍ର ଗୋଷ୍ଠୀ ଏହାକୁ ଦେଖାଇବାକୁ ପ୍ରୟାସ କରୁଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଜେଏନୟୁରେ ଏ ସମ୍ପର୍କରେ ବିବାଦ ଦେଖାଯାଇଥିଲା । ସେହିପରି କେରଳର ଏକାଧିକ ବିଶ୍ବବିଦ୍ୟାଳୟ ସ୍ତରୀୟ ଶିକ୍ଷାନୁଷ୍ଠାନରେ ଏହାକୁ ପ୍ରଦର୍ଶିତ ମଧ୍ୟ କରାଯାଇଥିଲା । ଏବେ ବିବାଦର ଏହି ଧାରା ଅଲିଗଡ ମୁସଲିମ୍‌ ବିଶ୍ବବିଦ୍ୟାଳୟରେ ପହଞ୍ଚିଛି ।

ବିବିସି ପ୍ରସ୍ତୁତ କରିଥିବା ଏହି ଡକ୍ୟୁମେଣ୍ଟାରୀର ନାମ ରହିଛି ‘‘ଦି ମୋଦି କୋଶ୍ଚିନ’’ । 2002 ରେ ସଂଗଠିତ ବହୁଚର୍ଚ୍ଚିତ ଗୁଜୁରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାକୁ ସାମ୍ପ୍ରଦାୟିକ କଠୋରତା ସହ ବର୍ଣ୍ଣନା କରାଯାଇଛି । ଏହାକୁ ପ୍ରୋପାଗଣ୍ଡା ଆଧାରିତ ଦର୍ଶାଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣଳୟ ଦେଶରେ ଏହାର ପ୍ରସାରଣ ବ୍ୟାନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.