ETV Bharat / bharat

ମଦ ନମିଳିବାରୁ ଏସିଡ୍‌ ପିଇ ଦେଲେ ଯୁବକ, ଚାଲିଗଲା ଜୀବନ

author img

By

Published : Jan 19, 2023, 10:49 AM IST

ମଧ୍ୟପ୍ରଦେଶର ବାଣଗଙ୍ଗା ପୋଲିସ ଷ୍ଟେସନ ଅଞ୍ଚଳରେ ଏସିଡ୍‌ ପିଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

alcohol was not available young man drank acid

ଭୋପାଳ: ମହଙ୍ଗା ପଡିଲା ମଦ ନିଶା । ମଦ ବଦଳରେ ଏସିଡ ପିଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା । ମଧ୍ୟପ୍ରଦେଶର ବାଣଗଙ୍ଗା ପୋଲିସ ଷ୍ଟେସନ ଅଞ୍ଚଳରେ ଏପରି ଘଟଣା ଘଟିଥିବା ଜଣାପଡିଛି । ପ୍ରଥମେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଇନ୍ଦୋର ମାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

ମଦ ବଦଳରେ ପିଇଦେଲେ ଏସିଡ: ତେବେ ମୃତକଙ୍କ ନାମ ଜଣାପଡିନଥିବା ବେଳେ ସେ ମଦ୍ୟପାନରେ ଅଭ୍ୟସ୍ତ ଥିଲେ । ଗତକାଲି ମଦ୍ୟପାନ କରିବା ପାଇଁ ପାଗଳ ପ୍ରାୟ ହୋଇଥିଲେ । ଘରେ ମଦ ଖୋଜି ନପାଇବା ପରେ ସେ ବୋତଲରେ ଥିବା ଏସିଡକୁ ପିଇ ଦେଇଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଏହା ଦେଖି ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ପୋଲିସକୁ ଖବର ଦେଇଥିଲେ । ତେବେ ଡାକ୍ତରଖାନାରେ ଚିକିତ୍ସା ଚଲିଥିବା ସମୟରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ପାଣି ଭାବି ପିଇଦେଲେ ଏସିଡ୍‌: ତେବେ ଗତବର୍ଷ ଏହି ପରି ଏକ ଖବର ସାମ୍ନାକୁ ଆସିଥିଲା । ରାଜସ୍ଥାନ ଧୋଲପୁରରେ ଜଣେ ଯୁବକ ଏସିଡକୁ ପାଣି ଭାବି ପିଇ ଦେଇଥିଲେ। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯୁବକ ଜଣକ ହେଲେ ଲବକୁଶ, ବୟସ ୪୦ ବର୍ଷ । ଲବ କୁଶଙ୍କ ସ୍ତ୍ରୀ ରେଖା ଘର ସଫା କରୁଥିବା ବେଳେ ଗ୍ଲାସରେ ଏସିଡ ରଖିଥିଲେ । ତାଙ୍କ ସ୍ବାମୀ ଲବ କୁଶ ସେହି ସମୟରେ ଦୋକାନରୁ ଘରକୁ ଫେରିବା ସମୟରେ ଶୋଷ ଲାଗିବାରୁ ଗ୍ଲାସରେ ଥିବା ଏସିଡକୁ ପାଣି ଭାବି ପିଇ ଦେଇଥିଲେ । ଏହାପରେ ତାଙ୍କର ଅବସ୍ଥା ଖରାପ ହୋଇଯାଇଥିଲା ।

ମୋବାଇଲ ଚଢାଇ ନେଲେ ଦୁର୍ବୃତ୍ତ: ଇନ୍ଦୋରରେ ଦିନକୁ ଦିନ ଦୁର୍ବୃତ୍ତଙ୍କ ଆତଙ୍କରାଜ ବଢିଚାଲିଛି । ଗତକାଲି ଏକ ଡକାୟତି ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକଙ୍କ ମୋବାଇଲ ଚୋରି ହୋଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଥିଲା । ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କୁ ଗିରଫ କରାଯାଇନାହିଁ ।

ଯୁବକଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ: ଇନ୍ଦୋରର ଆଜାଦ ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ଜଣେ ଯୁବକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଯୁବକଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ଅଭିଳାଶ । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କଲେ ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.