ETV Bharat / bharat

Al-Qaida link: ଅବଦୁର ରେହେମାନକୁ ସାଢେ 7 ବର୍ଷ ଜେଲଦଣ୍ଡ - ଆତଙ୍କୀ ସଂଗଠନ ଅଲ କାଏଦା

ଆତଙ୍କବାଦୀ କାର୍ଯ୍ୟକଳାପ ମାମଲାରେ ଅବଦୁର ରେହେମାନ ସମେତ 4 ଜଣଙ୍କୁ ସାଢେ 7 ବର୍ଷ ଜେଲଦଣ୍ଡ । ରେହେମାନକୁ 2015 ରେ କଟକରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ସ୍ପେସାଲ ସେଲ । ପାକିସ୍ତାନରେ ଟପ ଆତଙ୍କବାଦୀଙ୍କ ସହ ସାକ୍ଷାତ କରିଥିଲା ଅବଦୁର । ଅଧିକ ପଢନ୍ତୁ

ଅବଦୁର ରେହେମାନକୁ ସାଢେ 7 ବର୍ଷ ଜେଲଦଣ୍ଡ
ଅବଦୁର ରେହେମାନକୁ ସାଢେ 7 ବର୍ଷ ଜେଲଦଣ୍ଡ
author img

By

Published : Feb 14, 2023, 6:54 PM IST

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କୀବାଦୀ ସଂଗଠନ ଅଲ-କାଏଦା ସହ ସମ୍ପୃକ୍ତି ଓ ଦେଶରେ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆତଙ୍କବାଦୀ ଅବଦୁର ରେହେମାନକୁ ସାଢେ ସାତ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଆଜି (ମଙ୍ଗଳବାର) ଦିଲ୍ଲୀ ପଟିଆଲା ହାଉସକୋର୍ଟ ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି । ପାକିସ୍ତାନ ଗସ୍ତ କରି ଆତଙ୍କବାଦୀଙ୍କୁ ସାକ୍ଷାତ କରିବା ଓ ଭାରତ ଫେରି ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ରହିବା ଅଭିଯୋଗରେ ରେହେମାନକୁ 2015 ଡିସେମ୍ବର 16 ତାରିଖରେ କଟକ ଜଗତପୁରରୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା ।

ଚଳିତମାସ (ଫେବୃଆରୀ) 10 ତାରିଖରେ ହୋଇଥିବା ଶୁଣାଣିରେ ଅବଦୁରକୁୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଆଜି ଦଣ୍ଡ ଘୋଷଣା ହୋଇଛି । ଆଇନ ବିରୋଧୀ କାର୍ଯ୍ୟକଳାପ ନିରୋଧୀ ଅଧିନିୟମ (UAPA) ରେ ଅବଦୁର ସମେତ 4 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ସାଢେ 7ବର୍ଷ ଜେଲ ଦଣ୍ଡାଦେଶ ସହ 25 ହଜାର ଫାଇନରେ ଦଣ୍ଡିତ କରିଛନ୍ତି କୋର୍ଟ । ଅନ୍ୟ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜାଫର ମସୁଦ, ମହମ୍ମଦ ଆସିଫ ଓ ଅବଦୁଲ ସାମି ରହିଛି ।

ଫେବୃଆରୀ 10 ରେ ଏହି ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟର ସ୍ବତନ୍ତ୍ର ବିଚାରପତି ଜଷ୍ଟିସ ସଞ୍ଜୟ ଖଙ୍ଗଓ୍ବାଲଙ୍କ ଦ୍ବାରା ହୋଇଥିଲା । ସାକ୍ଷ ପ୍ରମାଣ ଆଧାରରେ ଏହି ସମସ୍ତ 4 ଅଭିଯୁକ୍ତଙ୍କୁ ଆଇପିସି ଧାରା 18, 18-ବି ଓ (UAPA) ଅଧୀନରେ ଦୋଷୀ ସାବ୍ୟସ୍ତ କାରଯାଇଥିଲା । ଆଜି ସମସ୍ତଙ୍କୁ ସାଢେ 7 ବର୍ଷ ଦଣ୍ଡାଦେଶ ସହ ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ ।

2015 ମସିହା ଡିସେମ୍ବର 16 ତାରିଖରେ ଦିଲ୍ଲୀ ପୋଲିସର ସ୍ପୋସାଲ ସେଲ ଓ ଓଡିଶା ପୋଲିସର ମିଳିତ ଟିମର ଅପରେସନରେ ଅବଦୁର ରେହେମାନକୁ ଗିରଫ କରାଯାଇଥିଲା । କଟକ ଟାଙ୍ଗୀରେ ଅବଦୁର ଏକ ମଦ୍ରାସା ମଧ୍ୟ ଚଳାଉଥିଲା । ପୂର୍ବରୁ ସେ ପାକିସ୍ତାନ ଯାଇ ଆତଙ୍କବାଦୀ ସଂଗଠନ ଅଲ-କାଏଦାର ଟପ ନେତାଙ୍କ ସହ ସାମିଲ ହୋଇଥିଲା । 26-11 ମୁମ୍ବାଇ ଆକ୍ରମଣରେ ସାମିଲ ଥିବା ହାର୍ଡକୋର ଆତଙ୍କୀ ଜାକିର-ଉର-ରେହେମାନ ଲଖଭି, ସାଜିଦ ମିର ସହ ସାକ୍ଷାତ କରି ଭାରତ ଫେରିଥିବା ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିଥିଲା । ସୂଚନା ଆଧାରରେ ଦିଲ୍ଲୀ ପୋଲିସ ସ୍ପେସାଲ ସେଲ ଓଡିଶା ପୋଲିସ ସହାୟତାରେ କଟକରୁ ଅବଦୁରକୁ ଗିରଫ କରି ଦିଲ୍ଲୀ ନେଇଯାଇଥିଲା ।

ତାକୁ ଜେରା ପରେ ସାଙ୍ଘାତିକ ତଥ୍ୟ ମଧ୍ୟ ସାମ୍ନାକୁ ଆଣିଥିଲା ପୋଲିସ । 2018 ରେ ପ୍ରକାଶିତ ରିପୋର୍ଟରେ ସେ ପାକିସ୍ତାନ ଯାଇ ଟପ ଆତଙ୍କୀ କମାଣ୍ଡରଙ୍କ ସହ ସାକ୍ଷାତ କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲା । 1999 କାନ୍ଧାହାର ବିମାନ ଅପହରଣରେ ସାମିଲ ଆତଙ୍କୀ, 2002 ରେ କୋଲକାତାରେ ହୋଇଥିବା ଆମେରିକାନ ସେଣ୍ଟର ଆକ୍ରମଣରେ ସାମିଲ ଆତଙ୍କୀଙ୍କ ସହ ମଧ୍ୟ ତାର ସମ୍ପର୍କ ଥିବା ସେ ସ୍ବୀକାର କରିଥିବା ପୋଲିସ ସୂତ୍ରରୁ ଜଣାପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.