ETV Bharat / bharat

କୋଭିଡ ମୁକାବିଲାରେ ଆଶାର କିରଣ ଖିଲାଡି, ଗୌତମ ଫାଉଣ୍ଡେସନକୁ ଦେଲେ 1 କୋଟିର ଦାନ - ଗୌତମ ଫାଉଣ୍ଡେସନ

କୋରୋନା ମହାମାରୀ ସମୟରେ ଅସହାୟ ଗରିବ ଲୋକଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ଦରିୟା ଦିଲ ବଲିଉଡ ଅଭିନେତା ଖିଲାଡି କୁମାର । ଅଧିକ ପଢନ୍ତୁ...

ଗୌତମ ଫାଉଣ୍ଡେସନକୁ ଦେଲେ 1 କୋଟିର ଦାନ
ଗୌତମ ଫାଉଣ୍ଡେସନକୁ ଦେଲେ 1 କୋଟିର ଦାନ
author img

By

Published : Apr 25, 2021, 11:30 AM IST

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ କୋରୋନା ମହାମାରୀ ଗମ୍ଭୀର ରୂପ ନେଲାଣି । ଏଭଳି ପରିସ୍ଥିତିରେ କେଉଁଠି ହସ୍ପିଟାଲରେ ବେଡ ମିଳୁନି ତ କେଉଁଠି ରୋଗୀକୁ ଅକ୍ସେଜନ ଅଭାବ ହେଲାଣି । ଏଭଳି ସ୍ଥିତିରେ ଅସହାୟ ଗରିବ ଲୋକଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ଦରିୟା ଦିଲ ବଲିଉଡ ଅଭିନେତା ଖିଲାଡି କୁମାର ।

କ୍ରିକେଟରରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀରଙ୍କ ସାଥ ଦେବାକୁ ଆଗେଇ ଆସିଛନ୍ତି ଖିଲାଡି କୁମାର । ପୂର୍ବ ଦିଲ୍ଲୀର ସାଂସଦ ଥିବା ଗୌତମ ଗମ୍ଭୀରଙ୍କ ଫାଉଣ୍ଡେସନକୁ 1 କୋଟି ଟଙ୍କା ଦାନ କରିଛନ୍ତି ଅଭିନେତା ଅକ୍ଷୟ କୁମାର । ଏହି ଟଙ୍କା ଗରିବ ଅସହାୟଙ୍କୁ ଖାଦ୍ୟ, ଔଷଧ ଏବଂ ଅକ୍ସିଜେନ ଯୋଗାଇବା ପାଇଁ ଖର୍ଚ୍ଚ କରାଯିବ ।

ଏନେଇ ଗତକାଲି(ଶନିବାର) ଗୌତମ ଗମ୍ଭୀର ଟ୍ବିଟ କରି ସୂଚନା ଦେବା ସହ ଏଭଳି ଘଡିସନ୍ଧି ସ୍ଥିତିରେ ପ୍ରତ୍ୟେକଟି ସାହାଯ୍ୟ ମନରେ ଆଶାର କିରଣ ଆଣେ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତମାନ ପୂର୍ବ ଦିଲ୍ଲୀରେ ଓୌଷଧ ବଣ୍ଟନ କାର୍ଯ୍ୟକ୍ରମ ଚାଲିଛି । ଖୁବଶୀଘ୍ର ଫାଉଣ୍ଡେସନ ପକ୍ଷରୁ ପୁସା ରୋଡ ସ୍ଥିତ କାର୍ଯ୍ୟାଳୟରୁ ଓୌଷଧ ବିତରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଯାହାଦ୍ବାରା ଅଧିକରୁ ଅଧିକ ଲୋକଙ୍କୁ ମେଡିସିନ ମିଳିପାରିବ । ଏହାବ୍ୟତୀତ ଅଭାବୀ ଅସହାୟଙ୍କୁ ଭୋଜନର ବ୍ୟବସ୍ଥା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.