ETV Bharat / bharat

ୟୁପି ନିର୍ବାଚନ ପ୍ରସ୍ତୁତି; ଅଯୋଧ୍ୟାରେ ଯୋଗୀ, ଗୋରଖପୁରରେ ପ୍ରିୟଙ୍କା

author img

By

Published : Oct 31, 2021, 12:06 PM IST

ଆସନ୍ତା ବର୍ଷ ହେବାକୁ ଯାଉଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଅଧିକ ପଢନ୍ତୁ...

ୟୁିପି ନିର୍ବାଚନ; ଅଯୋଧ୍ୟାରେ ଯୋଗୀଙ୍କ ସଭା,ଗୋରଖପୁରରେ ପ୍ରତିଜ୍ଞା ରାଲିକୁ ସମ୍ଭୋଧିତ କରିବେ ପ୍ରିୟଙ୍କା

ଲକ୍ଷ୍ନୌ: ଆସନ୍ତା ବର୍ଷ ହେବାକୁ ଯାଉଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଆଜି ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ଦୀପୋତ୍ସୋବ କାର୍ଯ୍ୟକ୍ରମର ପ୍ରସ୍ତୁତି ପର୍ବ ନେଇ ସ୍ଥିତି ପରଖିବେ । ଗଡ ରକ୍ଷା ପାଇଁ ଏବେଠୁ ରଣନୀତି ବିଜେପି ଆରମ୍ଭ କରିଥିବା ବେଳେ ଏଥିରେ ପଛରେ ପଡିନି ସମାଜବାଦୀ ପାର୍ଟ । ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ହରଦୋଇ ଗସ୍ତର କାର୍ଯ୍ୟକ୍ରମ ଥିବା ବେଳେ ପ୍ରିୟଙ୍କା ଗାନ୍ଧୀ ଗୋରଖପୁରରେ ପ୍ରତିଜ୍ଞା ରାଲିକୁ ସମ୍ବୋଧିତ କରିବେ । ଯାହା ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏ ରାଲି କରୁଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଗସ୍ତ କରିବେ। ସେଠାରେ ସେ ରାମଲାଲା ଏବଂ ହନୁମାନଗରୀ ପରିଦର୍ଶନ କରିବା ପରେ ନଭେମ୍ବର ୩ରେ ଆୟୋଜିତ ହେବାକୁ ଥିବା ଦୀପୋତ୍ସଭ ପାଇଁ ପ୍ରସ୍ତୁତିର ତଦାରଖ କରିବେ । ସେଠାରେ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସରକାରଙ୍କ ବହୁ ଲୋକାଭିମୁଖି ଯୋଜନାକୁ ନେଇ ସେ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା ମଧ୍ୟ କରିବେ । ଅନ୍ୟପକ୍ଷରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ହରଦୋଇ ଯିବେ। ସେଠାରେ ସମାଜବାଦୀ ବିଜୟ ରଥଙ୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହାସହ ଏକତା ଦିବସ ଅବସରରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚନ କରିବେ।

ସେପଟେ, କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଗୋରଖପୁରକୁ ଆସୁଛନ୍ତି। ଏଥି ସହିତ ପ୍ରିୟଙ୍କା ଚମ୍ପା ଦେବୀ ପାର୍କରେ ଏକ ରାଲିକୁ ସମ୍ବୋଧିତ କରିବେ । ୟୁପିରେ କଂଗ୍ରେସ ପ୍ରତି ଲୋକଙ୍କ ବିଶ୍ବାସକୁ ଫେରାଇ ଆଣିବା ପାଇଁ ସେ ପ୍ରୟାସ ଆରମ୍ଭ କରିଛନ୍ତି । ଏହି କ୍ରମରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହରର ଗୋରଖପୁରରେ ଏକ ପ୍ରତିଜ୍ଞା ସମାବେଶକୁ ସମ୍ବୋଧିତ କରିବେ।

ରାଷ୍ଟ୍ରୀୟ ଲୋକ ଦଳର ରାଷ୍ଟ୍ରୀୟ ସଭାପତି ଚୌଧୁରୀ ଜୟନ୍ତ ସିଂ ଜନ ଆର୍ଶୀବାଦ ଯାତ୍ରା ଶେଷ କରିବା ପରେ ରବିବାର ଲକ୍ଷ୍ନୌରେ ପହଞ୍ଚିବେ। ବିଭିନ୍ନ ଜିଲ୍ଲାରୁ ଜୟନ୍ତଙ୍କ ଯାତ୍ରା ଆରମ୍ଭ ହୋଇଥିଲା । ରବିବାର ଲକ୍ଷ୍ନୌରେ ପହଞ୍ଚିବା ପରେ ଦଳର ମନିଫେଷ୍ଟୋ ପ୍ରକାଶ କରିବେ। ଏହି ଅବସରରେ ରବୀନ୍ଦ୍ରଲାଇରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେପଟେ, ଆଜି ଏଆଇଏମ୍ଆଇଏମ୍ (AIMIM) ସଭାପତି ଅସଦୁଦ୍ଦିନ ୱାଇସି ସାହାରନପୁର ଗସ୍ତ କରିବେ। ସେଠାରେ ସେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.