ETV Bharat / bharat

ବଂଶବାଦ ରାଜନୀତି ମନ୍ତବ୍ୟର କାଉଣ୍ଟର କଲେ ଅଖିଳେଶ, କହିଲେ ପରିବାର ଥିବା ଲୋକ ଜାଣେ ଶ୍ରମିକର ଯନ୍ତ୍ରଣା - ବଂଶବାଦ ରାଜନୀତି ମନ୍ତବ୍ୟ

ପ୍ରଧାନମନ୍ତ୍ରୀଙ୍କ ବଂଶବାଦ ରାଜନୀତି ମନ୍ତବ୍ୟରେ କାଉଣ୍ଟର ଆଟାକ କରିଛନ୍ତି ଅଖିଳେଶ ଯାଦବ । କହିଲେ ମୋର ପରିବାର ଥିବାରୁ ଗର୍ବିତ । ପରିବାର ଛାଡି ଝୋଲା ଧରି ପଳାଇବି ନାହିଁ । ଅଧିକ ପଢନ୍ତୁ

ବଂଶବାଦ ରାଜନୀତି ମନ୍ତବ୍ୟର କାଉଣ୍ଟର କଲେ ଅଖିଳେଶ, କହିଲେ ପରିବାର ଥିବା ଲୋକ ଜାଣେ ଶ୍ରମିକଙ୍କ ଯନ୍ତ୍ରଣା

author img

By

Published : Feb 10, 2022, 9:18 PM IST

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀଙ୍କ ବଂଶବାଦ ରାଜନୀତି ମନ୍ତବ୍ୟରେ କାଉଣ୍ଟର ଆଟାକ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଅଖିଳେଶ ପ୍ରଧାନମନ୍ତ୍ରୀଙ୍କୁ ଇଙ୍ଗୀତ କରି କହିଛନ୍ତି, ଯେଉଁମାନଙ୍କର ପରିବାର ନାହିଁ ସେମାନେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଓ ଯନ୍ତ୍ରଣା ଅନୁଭବ କରିପାରିବେ ନାହିଁ । ତାଙ୍କର ପରିବାର ଥିବାରୁ ସେ ଗର୍ବିତ । ପିରବାର ଥିବାରୁ ସେ ପରିବାର ଛାଡି ଝୋଲା ଧରି ପଳାଇ ଯାଇପାରିବେ ନାହିଁ । ଆଜି ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ANI କୁ ପ୍ରତିକ୍ରିୟା ଦେଇ ଅଖିଳେଶ ଏପରି ଭାବେ ପ୍ରଧାନମନ୍ତ୍ରୀଙ୍କୁ ପରୋକ୍ଷ କଟାକ୍ଷ କରିଛନ୍ତି ।

ଅଖିଳେଶ କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀଙ୍କ ପରିବାର ଥାଆନ୍ତା, ତେବେ ସେ ପ୍ରଥମ ଲହର ସମୟରେ କେନ୍ଦ୍ର ସରକାର ଘୋଷଣା କରିଥିବା ଲକଡାଉନରେ ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା ଅନୁଭବ କରିପାରିଥାନ୍ତା । ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନେ ନିଜ ଘରେ ପହଞ୍ଚିବା ପାଇଁ ଶହଶହ ମାଇଲ ପାଦରେ ଚାଲିବାକୁ ବାଧ୍ୟ ହେଲେ । ଅନେକ ୟନ୍ତ୍ରଣା ସହିଲେ, କିନ୍ତୁ ପରିବାର ନଥିବା ଲୋକଙ୍କୁ ସେ ଯନ୍ତ୍ରଣା ଅନୁଭବ ହେଲା ନାହିଁ ।

ତେବେ ଚଳିତ ନିର୍ବାଚନରେ ବିଜେପି ଡବଲ ଇଞ୍ଜିନ ସରକାରର ବିକାଶ ଧାରା କଥା କହି ଭୋଟ ମାଗୁଥିବା ବେଳେ ଏହାକୁ ମଧ୍ୟ କଟାକ୍ଷ କରିଛନ୍ତି ଅଖିଳେଶ । ସପା ମୁଖ୍ୟ କହିଛନ୍ତି ନିର୍ବାଚନ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଗୋଟିଏ ପ୍ରକ୍ରିୟା । ବିଜେପି ବାରମ୍ବାର ଡବଲ ଇଞ୍ଜିନ ସରକାର କଥା କହୁଥିବା ବେଳେ ରାଜ୍ୟରେ ଯୋଗୀ ସରକାରଙ୍କ ଅମଳରେ ଦୂର୍ନୀତି କମିବା ବଦଳରେ ବଢିଛି । ଯାହାର ଅର୍ଥ ହେଉଛି କେନ୍ଦ୍ର ଓ ରାଜ୍ୟରେ ଡବଲ ବିଜେପି ସରକାର ମାନେ ଡବଲ ଦୁର୍ନୀତି ।

ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିବା ସମ୍ପର୍କିତ ପ୍ରଶ୍ନରେ ଅଖିଳେଶ କହିଛନ୍ତି, ସରକାର ଅପରାଧ ବିରୋଧରେ କଠୋର ଦଣ୍ଡ ନିଶ୍ଚିତ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି, କିନ୍ତୁ ସରକାର ଏଥିରେ ବିଫଳ ବୋଲି ଏହି ଘଟଣାରୁ ସ୍ପଷ୍ଚ ହୋଇଗଲା । ଲଖୀମପୁର କ୍ଷେରୀରେ ଯାହା ଘଟିଲା ତାହାର ସତ୍ୟ ପୁରା ଦୁନିଆକୁ ଜଣାଅଛି । ସେହିପରି ଚାଷୀ ଆନ୍ଦୋଳନ ଓ କୃଷକ ମୃତ୍ୟୁ ପାଇଁ ମଧ୍ୟ ବଜେପି ଦାୟୀ ବୋଲି ପୁରା ଦେଶ ଜାଣିଛି ବୋଲି ଅଖିଳେଶ କହିଛନ୍ତି ।

ଗତକାଲି ଖବର ସରବରାହ ସଂସ୍ଥା ANIକୁ ପ୍ରଧାନମନ୍ତ୍ରୀ ଦେଇଥିବା ସାକ୍ଷାତକାରରେ ବଂଶବାଦ ରାଜନୀତି ମନ୍ତବ୍ୟ ପରେ ଅଖିଳେଶଙ୍କ ଏପରି ତୀକ୍ଷ୍ଣ ଟିପ୍ପଣୀ ସାମ୍ନାକୁ ଆସିଛି । ଗତକାଲି ପ୍ରଧାନମନ୍ତ୍ରୀ କହିଥିଲେ, ବଂଶବାଦ ରାଜନୀତି ପରମ୍ପରା ଗଣତନ୍ତ୍ର ପ୍ରତି ସବୁଠୁ ବଡ ବିପଦ । ଏପରି କଦର୍ଥ ପରମ୍ପରା ପାଇଁ ଉଚିତ ଦକ୍ଷତା ଥାଇ ମଧ୍ୟ ପ୍ରତିଭାସମ୍ପନ୍ନ ଯୁବପିଢି ରାଜନୀତିରେ ପ୍ରବେଶ କରିପାରୁନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.