ETV Bharat / bharat

Agartala-Akhaura Rail link: ‘ଭାରତ-ବାଂଲାଦେଶ ସମ୍ପର୍କ ନିରନ୍ତର ନୂଆ ଶିଖର ଛୁଇଁଛି’

author img

By ETV Bharat Odisha Team

Published : Nov 1, 2023, 2:52 PM IST

ବାଂଲାଦେଶ ଓ ଭାରତ ମଧ୍ୟରେ ଅଖାଉରା ଅଗରତାଲା ରେଳ ଲିଙ୍କର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

India Bangladesh relations
Akhaura Agartala rail link

ନୂଆଦିଲ୍ଲୀ: ଏହା ବହୁତ ଖୁସିର ବିଷୟ କି ଆମେ ପୁଣି ଥରେ ଭାରତ-ବାଂଲାଦେଶ ସହଯୋଗର ସଫଳତାକୁ ପାଳନ କରିବାକୁ ଏକଠି ଯୋଡି ହୋଇଛୁ । ଆମର ସମ୍ପର୍କ ନିରନ୍ତର ନୂଆ ଶିଖର ଛୁଇଁଛି । ଗତ 9 ବର୍ଷରେ ଆମେ ଯେତେ କାର୍ଯ୍ୟ କରିଛୁ ସେହିପରି କାର୍ଯ୍ୟ ଅନେକ ଦଶକ ମଧ୍ୟରେ ହୋଇନାହିଁ । ଭାରତ ବାଂଲାଦେଶ ଦ୍ବାରା 3ଟି ଯୋଜନାର ଉଦଘାଟନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆମେ ସୀମାରେ ଶାନ୍ତି, ସ୍ଥିରତା ଓ ସୁରକ୍ଷା ନେଇ ଦଶକରୁ ଲମ୍ବା ଲ୍ୟାଣ୍ଡ ବାଉଣ୍ଡ୍ରୀ ଏଗ୍ରିମେଣ୍ଟ କରିଛୁ । ଦୁଇ ଦେଶର ଲୋକଙ୍କ ଆଂକାକ୍ଷାକୁ ପୂରଣ କରିବାକୁ ଭିତ୍ତିଭୂମି-ଯୋଗାଯୋଗ ବିକାଶ ଉପରେ ଗୁରୁତ୍ବ ଦେଉଛୁ । ଗତ 9 ବର୍ଷରେ 3ଟି ନୂଆ ବସ ସେବା ଆରମ୍ଭ ହୋଇଛି । ଏଥିରେ ଢାକା, ଅଗରତାଲା, ଗୌହାଟୀ, ସିଲଂ ଓ କୋଲକାତା ଯୋଡି ହୋଇଛି । 9 ବର୍ଷ ଭିତରେ 3ଟି ରେଳ ସେବା ମଧ୍ୟ ଆରମ୍ଭ ହୋଇଛି । 2020ରୁ ଭାରତ ଓ ବାଂଲାଦେଶ ମଧ୍ୟରେ କଣ୍ଟେନର ଓ ପାର୍ସଲ ଟ୍ରେନ ମଧ୍ୟ ଚାଲୁଛି । ଗତ 9 ବର୍ଷରେ ଇନଲ୍ୟାଣ୍ଡ ୱାର୍ଟର ବେସକୁ ପାସେଞ୍ଜର ଓ ଗୁଡସ ଯାତାୟତ ନେଇ ବିକଶିତ କରାଯାଇଛି । ଏହି ରାସ୍ତାରେ ବାଂଲାଦେଶରୁ ତ୍ରିପୁରା ପାଇଁ ଏକ୍ସପୋର୍ଟ ବାଟ ଫିଟିଛି । ବିଶ୍ବର ସବୁଠୁ ବଡ କ୍ରୁଜ ଗଙ୍ଗା ଭିଲାସ ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବା ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଆଣିଛି । ଚିଟାଙ୍ଗଙ୍ଗ ଓ ମଙ୍ଗଲାପୋଟରୁ ଭାରତର ଉତ୍ତରପୂର୍ବ ରାଜ୍ୟକୁ ଯୋଡା ଯାଇଛି । ଆମର ଯୋଗାଯୋଗ ପଦକ୍ଷେପ କୋଭିଡ ମହାମାରୀରେ ଲାଇଫ ଲାଇନର କାମ କରିଛି । ଅକ୍ସିଜେନ ଏକ୍ସପ୍ରେସରେ 4 ହଜାର ଟନରୁ ଅଧିକ ଲିକ୍ୟୁଇଡ ମେଡିକାଲ ଅକ୍ସିଜେନ ଭାରତରୁ ବାଂଲାଦେଶ ପଠାଯାଇଛି ।''

ଏହା ବି ପଢନ୍ତୁ...ଅମୃତ କଳସ ଯାତ୍ରା ସମାପନ ଉତ୍ସବ, ଅନାଦିକାଳରୁ ଦେଶକୁ ରକ୍ଷା କରିଛି ମାଟି କହିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଗତ 9 ବର୍ଷରେ ଆମ ଦୁଇ ଦେଶ ମଧ୍ୟରେ ବ୍ୟବସାୟ ପାଖାପାଖି 3ଗୁଣା ହୋଇଛି । ଏହି ଅଖୋରା ଅଗରତାଲା ରେଳ ଲିଙ୍କର ଉଦଘାଟନ ଏକ ଐତିହାସିକ ପରିଣାମ । ଭାରତ ପୂର୍ବୋତ୍ତର ରାଜ୍ୟରୁ ବାଂଲାଦେଶର ଏହା ପ୍ରଥମ ରେଳ ଲିଙ୍କ । ଖୁରନା-ମୋଗଲା ପୋର୍ଟ ରେଳ ଲାଇନ ତିଆରି ହେବାରୁ ଏବେ ବାଂଲାଦେଶର ମୋଗଲା ପୋର୍ଟ ରେଳର ରାସ୍ତା ଢାକା ଏବଂ କୋଲକାତା ଟ୍ରେଡରେ ଯୋଡି ହୋଇଛି । ଆମେ ସବକା ସାଥ ବିକାଶକୁ ବାଂଲାଦେଶ ଭଳି ଆମେ ପଡୋଶୀ ମିତ୍ର ଦେଶ ପାଇଁ ପ୍ରାସଙ୍ଗିକ ମାନିଛୁ । ବାଂଲାଦେଶର ସବୁଠୁ ବଡ ବିକାଶିତ ପାର୍ଟନର ହୋଇଥିବାରୁ ଗର୍ବ ଅନୁଭବ କରୁଛୁ । ଆମେ ଦୁଇ ଦେଶ ଅଟକି ଥିବା ଅନେକ କାର୍ଯ୍ୟ କରିଛୁ । ଆଜି ଯେଉଁ 3ଟି ପ୍ରୋଜେକ୍ଟର ଉଦଘାଟନ ହୋଇଛି ତାହାର ନିର୍ଣ୍ଣୟ ଆମେ ନେଇଛୁ । ଆମ ସଂଯୁକ୍ତ ପ୍ରୟାସର ସଫଳତା ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.