ETV Bharat / bharat

ପୁଅ ପରେ ଅଡୁଆରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା, 22 ବର୍ଷ ପୁରୁଣା ହତ୍ୟା ମାମଲାର ହେବ ଶୁଣାଣି

author img

By

Published : May 9, 2022, 9:35 PM IST

22 ବର୍ଷ ପୁରୁଣା ହତ୍ୟାକାଣ୍ଡ ମାମଲା ନେଇ ଅଡୁଆରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନି । ଆସନ୍ତା 16 ତାରିଖରେ ଆହ୍ଲାବାଦ ହାଇକୋର୍ଟ କରିବେ ଶୁଣାଣି । ଅଧିକ ପଢନ୍ତୁ

ପୁଅ ପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବଢିଲା ଅଡୁଆ, 22 ବର୍ଷ ପୁରୁଣା ହତ୍ୟା ମାମଲାର ହେବ ଶୁଣାଣି

ଲକ୍ଷ୍ନୌ: ଲକ୍ଷୀମପୁର ଖେରୀ ମାମଲାରେ ପୁଅ ଜେଲରେ ଥିବାବେଳେ ଏବେ ବାପା ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଅଡୁଆ ମଧ୍ୟ ବଢିବାରେ ଲାଗିଛି । ମନ୍ତ୍ରୀ ଅଜୟ ମିଶ୍ରା ଅଭିଯୁକ୍ତ ଥିବା 22 ବର୍ଷ ପୁରୁଣା ପ୍ରଭାତ ଗୁପ୍ତା ହତ୍ୟା ମାମଲାର ପୁଣି ଶୁଣାଣି ହେବାକୁ ଯାଉଛି । ଆସନ୍ତା 16 ତାରିଖରେ ଆହ୍ଲାବାଦ ହାଇକୋର୍ଟରେ ଏହି ମାମଲାର ଅନ୍ତିମ ଶୁଣାଣି ହେବା ନେଇ ତାରିଖ ଧାର୍ଯ୍ୟ ହୋଇଛି ।

ଏହି ବହୁଚର୍ଚ୍ଚିତ ହତ୍ୟା ମାମଲା ଅଜୟ ମିଶ୍ରାଙ୍କ ସମେତ ମୋଟ 4ଜଣ ଅଭିଯୁକ୍ତ ରହିଛନ୍ତି । ଚାରି ବର୍ଷ ପୂର୍ବେ ମଧ୍ୟ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷଣ କରିଥିଲେ । ତେବେ ରାୟ ପ୍ରକାଶ ନପାଇବାରୁ ବର୍ତ୍ତମାନ ପୁଣି ଥରେ ଏହି ମାମଲାରେ ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ।

କ’ଣ ଥିଲା 22 ବର୍ଷ ପୁରୁଣା ମାମଲା:-

2000 ମସିହା ଜୁଲାଇ 8 ତାରିଖରେ ଉତ୍ତର ପ୍ରଦେଶ ଲକ୍ଷୀମପୁର କ୍ଷେତ୍ରରେ ଘଟିଥିଲା ବହୁଚର୍ଚ୍ଚିତ ପ୍ରଭାତ ଗୁପ୍ତା ହତ୍ୟାକାଣ୍ଡ । ଟିକୁନିୟା ପୋଲିସ ଷ୍ଟେସନ ଅଞ୍ଚଳର ବାନଭେରପୁର ଗ୍ରାମରେ ପ୍ରଭାତ ଗୁପ୍ତାଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳିକରି ହତ୍ୟା କରାଯାଇଥିଲା । ଏହି ମାମଲାରେ ମୃତ ପ୍ରଭାତଙ୍କ ପିତା ସନ୍ତୋଷ ଗୁପ୍ତାଙ୍କ ଅଜୟ ମିଶ୍ରାଙ୍କ ସମେତ ରାକେଶ ଦାଲୁ, ଶଶି ଭୂଷଣ ଏବଂ ସୁଭାଷ ମାମା ଏହି ହତ୍ୟାକାଣ୍ଡରେ ଘଟାଇଥିବା ଅଭିଯୋଗ କରି ଏତଲା ଦେଇଥିଲେ ।

ଅଜୟ ମିଶ୍ରା ନିଜ ସହଯୋଗୀଙ୍କ ସହ ନିଜେ ପ୍ରଭାତଙ୍କୁ ଗୁଳି କରି ହତ୍ୟା କରିଥିବା ଏତଲାରେ ଦର୍ଶାଇଥିଲେ ମୃତ ପ୍ରଭାତ ଗୁପ୍ତାଙ୍କ ବାପା । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଅଜୟ କିମ୍ବା ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିନଥିଲା । ତଦନ୍ତ ପାଇଁ SIT ଗଠନ ହୋଇଥିଲେ ସୁଦ୍ଧା ଅଜୟ ମିଶ୍ରା ଓ ଅନ୍ୟ ସହଯୋଗୀ କୋର୍ଟରୁ ଗିରଫଦାରୀ ଉପରେ ରହିତାଦେଶ ପାଇବାରେ ସଫଳ ହୋଇଥିଲେ ।

2004 ମସିହା 12 ମାର୍ଚ୍ଚରୁ 2018 ମସିହା ପର୍ଯ୍ୟନ୍ତ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏହି ମାମଲାର ଶୁଣାଣି ଜାରି ରହିିଥିଲା । ଦୀର୍ଘ 14 ବର୍ଷର ଶୁଣାଣି ପରେ ଜଷ୍ଟିସ୍ ଡି.କେ ଉପାଧ୍ୟାୟ ଏବଂ ଡି.କେ ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ଶେଷ କରିବା ସହ ରାୟ ସଂରକ୍ଷିତ ରଖିଥିଲେ । ତେବେ ରାୟ ସଂରକ୍ଷିତ ରହିବାର 6 ମାସ ମଧ୍ୟରେ ରାୟ ପ୍ରକାଶ ନକଲେ ଉକ୍ତ ରାୟ ମଧ୍ୟ ଅବୈଧ ହେବାର ପ୍ରାବଧାନ ଥିବା ଯୋଗୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମୃତକ ପ୍ରଭାତଙ୍କ ଭାଇ । ତେବେ ସେହି ଆବେଦନ ଆଧାରରେ ଏହି ମାମଲାର ଶୁଣାଣି ପୁଣି ଚଳିତ ମାସ 16 ତାରିଖରେ ଶେଷ କରିବାକୁ ତାରିଖ ଧାର୍ଯ୍ୟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.