ଡେରାଡୁନ: ପଞ୍ଜାବ ଓ ଦିଲ୍ଲୀରେ କ୍ଷମତାରେ ଥିବା ଆମ୍ ଆଦମି ପାର୍ଟିକୁ ଉତ୍ତରାଖଣ୍ଡରୁ ଝଟକା ଲାଗିଛି । ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚେହେରା ଥିବା ଅଜୟ କୋଠିୟାଲ ଆପକୁ ଅଲବିଦା କହିଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଠାଇଛନ୍ତି ।
-
त्यागपत्र
— Col Ajay Kothiyal, KC, SC, VSM (R.) (@ColAjayKothiyal) May 18, 2022 " class="align-text-top noRightClick twitterSection" data="
पूर्व सैनिकों, पूर्व अर्धसैनिकों, बुजुर्गों, महिलाओं, युवाओं तथा बुद्धिजीवियों की भावनाओं को ध्यान में रखते हुए, मैं आज दिनांक 18 मई 2022 को, आम आदमी पार्टी की सदस्यता से अपना त्यागपत्र दे रहा हूँ । pic.twitter.com/5IMeVRu4sb
">त्यागपत्र
— Col Ajay Kothiyal, KC, SC, VSM (R.) (@ColAjayKothiyal) May 18, 2022
पूर्व सैनिकों, पूर्व अर्धसैनिकों, बुजुर्गों, महिलाओं, युवाओं तथा बुद्धिजीवियों की भावनाओं को ध्यान में रखते हुए, मैं आज दिनांक 18 मई 2022 को, आम आदमी पार्टी की सदस्यता से अपना त्यागपत्र दे रहा हूँ । pic.twitter.com/5IMeVRu4sbत्यागपत्र
— Col Ajay Kothiyal, KC, SC, VSM (R.) (@ColAjayKothiyal) May 18, 2022
पूर्व सैनिकों, पूर्व अर्धसैनिकों, बुजुर्गों, महिलाओं, युवाओं तथा बुद्धिजीवियों की भावनाओं को ध्यान में रखते हुए, मैं आज दिनांक 18 मई 2022 को, आम आदमी पार्टी की सदस्यता से अपना त्यागपत्र दे रहा हूँ । pic.twitter.com/5IMeVRu4sb
ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ଏପ୍ରିଲ 19 , 2021ରେ ମୁଁ ଦଳରେ ସାମିଲ ହୋଇଥିଲି । ଆଜି ମେ 18, 2022ରେ ଦଳ ଛାଡୁଛି । ପାଖାପାଖି 13 ମାସ ଧରି ଦଳରେ ରହିଛି । ଏବେ ପୂର୍ବତନ ସୈନିକ, ପୂର୍ବତନ ଅର୍ଦ୍ଧସୈନିକ, ବୃଦ୍ଧବୃଦ୍ଧା, ମହିଳା, ଯୁବଗୋଷ୍ଠୀ ଏବଂ ବୁଦ୍ଧିଜୀବୀଙ୍କ ଭାବନାକୁ ଧ୍ୟାନରେ ରଖି ଦଳ ଛାଡୁଥିବା କହିଛନ୍ତି ଅଜୟ କୋଠିୟାଲ ।
ପ୍ରକାଶ ଥାଉ କି, ଅଜୟ କୋଠିୟାଲ ବିଧାନସଭା ନିର୍ବାଚନରେ ଗଙ୍ଗୋତ୍ରୀ ଆସନରୁ ନିର୍ବାଚନ ଲଢି ହାରିଥିଲେ । ସେଠାରୁ ଭାଜପାର ସୁରେଶ ଚୌହାନ ଜିତିଥିଲେ । ଅଜୟଙ୍କୁ ମାତ୍ର 5 ହଜାର ଭୋଟ ମିଳିଥିଲା । ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ ରହିଛନ୍ତି ଅଜୟ । 26 ବର୍ଷ ଦେଶ ସେବାରେ ବିତାଇଛନ୍ତି । ଦେଶ ସେବା ପାଇଁ ତାଙ୍କୁ କୀର୍ତ୍ତି ଚକ୍ର, ସୌର୍ଯ୍ୟ ଚକ୍ର ଏବଂ ବିଶିଷ୍ଠ ସେବା ମଡେଲରେ ସମ୍ମାନିତ କରାଯାଇଛି । ତାଙ୍କର ୟୁଥ ଫାଉଣ୍ଡେସନ ଟ୍ରଷ୍ଟ ସେନାରେ ଯୁବକ ଯୁବତୀଙ୍କୁ ଭର୍ତ୍ତି ହେବାକୁ ତାଲିମ ଦେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ