ETV Bharat / bharat

ସଫା କରୁଥିଲେ ଶୌଚାଳୟ, ହଠାତ୍ ମିଳିଲା 45 ଲକ୍ଷ ଟଙ୍କାର ସୁନା

author img

By

Published : Jan 2, 2023, 10:37 PM IST

ବିମାନବନ୍ଦର ଶୌଚାଳୟରୁ ପ୍ରାୟ ୮ଶହ ଗ୍ରାମରୁ ଅଧିକ ସୁନା । ଶୌଚାଳୟରୁ ସୁନାକୁ ପାଇ କଷ୍ଟମ ଅଫିସରେ ପ୍ରଦାନ କରିଛନ୍ତି ସଫେଇକର୍ମଚାରୀ । ଅଧିକ ପଢନ୍ତୁ

Airport worker hands over gold
Airport worker hands over gold

ଅହମ୍ମଦାବାଦ: ଆଜିକାଲିର ଦୁନିଆରେ ସଚ୍ଚୋଟ ଏବଂ କର୍ମନିଷ୍ଠ ବ୍ୟକ୍ତି ମିଳିବା ବିରଳ । ମାତ୍ର ଏହାର ଉଦାହରଣ ପାଲଟିଛନ୍ତି ଜଣେ ସଫେଇକର୍ମଚାରୀ । ତେବେ ସଫେଇକର୍ମଚାରୀ ଜଣକ ବିମାନବନ୍ଦର ଶୌଚାଳୟରୁ ପ୍ରାୟ ୮ଶହ ଗ୍ରାମରୁ ଅଧିକ ସୁନା ପାଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କା । ଏହି ସୁନାକୁ ସଫେଇକର୍ମଚାରୀ ଜଣକ ବିମାନବନ୍ଦର ଶୌଚାଳୟରୁ ପାଇଥିବା ବେଳେ ଏହାକୁ କଷ୍ଟମ ଅଫିସରେ ପ୍ରଦାନ କରିଛନ୍ତି । ତେବେ ଏପରି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟସ୍ଥିତ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ।

ସୂଚନା ମୁତାବକ, ବିମାନବନ୍ଦରରେ ସୁପରଭାଇଜର ଭାବରେ କାର୍ଯ୍ୟ କରନ୍ତି ହାର୍ବିନ୍ଦର ନାରୁକା । ସେ ଫ୍ଲାଶ୍ ଟ୍ୟାଙ୍କରର କଭର ଖୋଲା ଥିବା ଦେଖି ଶୌଚାଳୟ ଠିକ୍ ଭାବରେ ସଫା ହୋଇଛି କି ନାହିଁ ଯାଞ୍ଚ କରୁଥିଲେ। ଏନେଇ ଯାଞ୍ଚ କରୁଥିବା ସମୟରେ ଦୁଇଟି ପ୍ଲାଷ୍ଟିକ୍ ବ୍ୟାଗରେ ଦୁଇଟି ସୁନା ବ୍ରେସଲେଟ ଥିବାର ଦେଖିଥିଲେ । ଯାହାର ଓଜନ ପ୍ରାୟ 400 ଗ୍ରାମର ରହିଥିଲା।

ଅନ୍ୟପଟେ ହରବିନ୍ଦର ନାରୁକାଙ୍କ କହିବାନୁସାରେ , ସେ ଶୌଚାଳୟ ସଫା କରିବା ପୂର୍ବରୁ ଆବୁ ଧାବୀରୁ ବିମାନ ଆସିଥିଲା । ଏନେଇ ହୁଏତ ସେ ବିମାନର କୌଣସି ଯାତ୍ରୀ ସୁନା ରଖିଥିବା ନେଇ ସେ ସନ୍ଦେହ କରୁଛନ୍ତି। ତେବେ ସୁନା କିଏ ଆଣିଛି ଏବଂ କିଏ ଏହାକୁ ଶୌଚାଳୟରେ ରଖିଛି ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। କିନ୍ତୁ ତାଙ୍କର ସଚ୍ଚୋଟତାକୁ ପ୍ରଶଂସା କରି ବିମାନବନ୍ଦର ପରିଚାଳନା କର୍ତ୍ତୃପକ୍ଷ ହର୍ବିନ୍ଦରଙ୍କୁ ତାଙ୍କ କାର୍ଯ୍ୟ ପାଇଁ ସମ୍ମାନର ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.