ETV Bharat / bharat

କୁହୁଡିରେ ଲୁଚି ଯାଇଛି ରାଜଧାନୀ ! ଯାତ୍ରୀଙ୍କୁ ଏପରି ପରାମର୍ଶ ଦେଲା ଏୟାରପୋର୍ଟ

author img

By ETV Bharat Odisha Team

Published : Jan 15, 2024, 8:25 AM IST

Delhi fog: ଯାତ୍ରୀମାନଙ୍କ ପାଇଁ ଦିଲ୍ଲୀ ଏୟାରପୋର୍ଟ ପକ୍ଷରୁ ସୂଚନା ଜାରି । ଘରୁ ବାହାରିବା ପୂର୍ବରୁ ଏୟାରଲାଇନ୍ସ ସହ କରନ୍ତୁ ଯୋଗାଯୋଗ । ଅନ୍ୟପଟେ ଆଜିଠୁ ଦିଲ୍ଲୀରେ ସ୍କୁଲଗୁଡିକ ଖୋଲା ଯାଇଛି । ଅଧିକ ପଢନ୍ତୁ

ଦିଲ୍ଲୀରେ କୁହୁଡିର କହର: ଯାତ୍ରୀମାନଙ୍କ ପାଇଁ ଆଲର୍ଟ ଜାରି କଲା ଏୟାରପୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଲଗାତର କିଛି ଦିନ ହେଲା ଶୀତ ଓ ଘନ କୁହୁଡିର ପ୍ରଭାବ ଦେଖିବାକୁ ମିଳୁଛି । ଘନ କୁହୁଡି ଯୋଗୁ ଦୃଶ୍ୟମାନ ଦୂରତା ଖୁବ କମ ରହିଥିବା ହେତୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ପ୍ରତିଦିନ ଏକାଧିକ ବିମାନ ଓ ଟ୍ରେନ ଚଳାଚଳରେ ବାଧାପ୍ରାପ୍ତ ହେଉଛି । ଏହାମଧ୍ୟରେ ଦିଲ୍ଲୀ ଏୟାରପୋର୍ଟ ପକ୍ଷରୁ ଯାତ୍ରୀଙ୍କ ପାଇଁ ସୂଚନା ଜାରି କରାଯାଇଛି । ବିମାନରେ ଯିବା ପାଇଁ ଟିକେଟ କରିଥିଲେ ଦୟାକରି ଘରୁ ବାହାରିବା ପୂର୍ବରୁ ଏୟାରଲାଇନ୍ସମାନଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦେଇଛି ଦିଲ୍ଲୀ ଏୟାରପୋର୍ଟ କର୍ତ୍ତୃପକ୍ଷ । କୁହୁଡି ପାଇଁ ବିମାନ ସେବାରେ ବାଧା ସୃଷ୍ଟି ହେଉଥିବା କୁହାଯାଇଛି ।

ଦିଲ୍ଲୀ ଏୟାପୋର୍ଟ ପକ୍ଷରୁ ଯାତ୍ରୀମାନଙ୍କୁ ଆଲର୍ଟ କରାଯାଇଛି । ସୋସିଆଲ ମିଡିଆରେ ଏନେଇ ସୂଚନା ଜାରି କରାଯାଇଛି । ଦିଲ୍ଲୀ ଏୟାରପୋର୍ଟ ପକ୍ଷରୁ ଏକ୍ସରେ ଏନେଇ ଟ୍ୱିଟ କରାଯାଇଛି । ଦିଲ୍ଲୀରେ କୁହୁଡି ପାଗ ଯୋଗୁଁ ଦିଲ୍ଲୀରେ ବିମାନ ସେବାରେ ବ୍ୟାହାତ ଘଟିପାରେ । ଯାତ୍ରାମାନଙ୍କୁ ଅନୁରୋଧ, ସେମାନେ ବିମାନ ଟିକେଟ କରିଥିଲେ ମଧ୍ୟ ଘରୁ ବାହାରିବା ପୂର୍ବରୁ ଏୟାରଲାଇନ୍ସ ସହ ଯୋଗାଯୋଗ କରି ବିମାନ ସମ୍ୱନ୍ଧରେ ଅପଡେଟ ତଥ୍ୟ ସଂଗ୍ରହ କରନ୍ତୁ ବୋଲି ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ କରିଛନ୍ତି ଦିଲ୍ଲୀ ଏୟାରପୋର୍ଟ କର୍ତ୍ତୃପକ୍ଷ । ଏଥିସହ ଏହି ଅସୁବିଧା ପାଇଁ ଏୟାରପୋର୍ଟ କର୍ତ୍ତୃପକ୍ଷ ଦୁଃଖିତ ଥିବା ନେଇ ମଧ୍ୟ ଦର୍ଶାଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଦିଲ୍ଲୀରେ ଘନ କୁହୁଡି ପ୍ରଭାବ, ଏକାଧିକ ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ

ରବିବାର ଦିନ ଦିନ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଘନ କୁହୁଡି ଓ ଦୃଶ୍ୟମାନ ଦୂରତା ଅତି କମ ଯୋଗୁ ଇଣ୍ଡିଗୋ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଯେଉଁଥିପାଇଁ ଯାତ୍ରୀମାନଙ୍କୁ ବହୁ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥିଲା । ଏନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଜାରି ବିବୃତ୍ତି ଜାରି କରାଯାଇଛି । 'ଉତ୍ତର ଭାରତରେ କୁହୁଡି ଯୋଗୁ ଦୃଶ୍ୟମାନ ଦୂରତା କମ ରହିଥିବାରୁ ଇଣ୍ଡିଗୋ ବିମାନସେବାରେ ଜାନୁଆରୀ 14ତାରିଖ ଦିନ ବାଧା ସୃଷ୍ଟି ହୋଇଥିଲା । ଯେଉଁଥିପାଇଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏଭଳି ଅସୁବିଧା ଯୋଗୁ ଏୟାରଲାଇନ୍ସ ପକ୍ଷରୁ ଦୁଃଖ ପ୍ରକାଶ କରାଯାଉଛି ।'

ଅନ୍ୟପଟେ ଆଜି(ସୋମବାର)ଠୁ ଦିଲ୍ଲୀରେ ସ୍କୁଲ ଗୁଡିକ ଖୋଲାଯାଇଛି । ପ୍ରବଳ ଶୀତ କାରଣରୁ ଗତ ସପ୍ତାହରୁ ସ୍କୁଲଗୁଡିକ ବନ୍ଦ କରିବା ନେଇ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଘୋଷଣା କରିଥିଲେ । ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡିକ ବନ୍ଦ ରହିଥିଲା । ତେବେ ଆଜିଠୁ ସ୍କୁଲଗୁଡିକ ଖୋଲାଯାଇଥିଲେ ମଧ୍ୟ ସମୟରେ ପରିବର୍ତ୍ତନ କରାଯାଇଛି । ସକାଳ 9ଟା ପୂର୍ବରୁ ସ୍କୁଲ ଗୁଡିକୁ ଖୋଲିବା ପାଇଁ ବାରଣ କରାଯାଇଛି । ସକାଳ 9ଟା ପରଠୁ ସନ୍ଧ୍ୟା 5 ଟା ଯାଏ ସ୍କୁଲ ଖୋଲିବ ବୋଲି ଦିଲ୍ଲୀ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.