ETV Bharat / bharat

କମୁଛି କୋରୋନା ! ଆସନ୍ତା ୧୮ରୁ ବିମାନ ଯାତ୍ରା ଉପରୁ ହଟିବ କଟକଣା - Airlines

ଖୁବ ଶୀଘ୍ର ବିମାନ ଯାତ୍ରା ଉପରୁ ହଟିବ କଟକଣା । ଏଣିକି ୧୦୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଉଡାଣ ଭରିପାରିବ ଘରୋଇ ବିମାନ । ଅଧିକ ପଢନ୍ତୁ...

କମୁଛି କୋରୋନା ! ଅକ୍ଟୋବର ୧୮ରୁ ବିମାନ ଯାତ୍ରା ଉପରୁ ହଟିବ କଟକଣା

author img

By

Published : Oct 12, 2021, 5:10 PM IST

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସିଖବର । ଖୁବ ଶୀଘ୍ର ବିମାନ ଯାତ୍ରା ଉପରୁ ହଟିବ କଟକଣା । ଏଣିକି ୧୦୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଉଡାଣ ଭରିପାରିବ ଘରୋଇ ବିମାନ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଇଛି ମଞ୍ଜୁରୀ ।

ମହାମାରୀ କୋରୋନା ସଂକ୍ରମଣ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିମାନରେ ସମ୍ପୂର୍ଣ୍ଣ କ୍ଷମତାର ୮୫ ପ୍ରତିଶତ ଯାତ୍ରୀ ଯାତ୍ରା କରିପାରୁଥିଲେ । ହେଲେ ଏହି କଟକଣା ଉଠାଇଦିଆଯାଇଛି । କୋରୋନା ସଂକ୍ରମଣ ମାମଲା ହ୍ରାସ ପରେ ବିମାନ ଯାତ୍ରାରେ କ୍ୟାପାସିଟି କ୍ୟାପ୍ସ(Capacity caps) ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ସରକାରଙ୍କ ନିଷ୍ପତ୍ତି ଅନୁଯାଯୀ, ସମ୍ପୂର୍ଣ୍ଣ କ୍ଷମତା ସହ ଉଡିପାରିବ ବିମାନ । ୧୮ ଅକ୍ଟୋବରରୁ ଏହା କାର୍ଯ୍ୟକାରୀ ହେବ । ମହାମାରୀ କୋରୋନା କାରଣରୁ ୨୩ ମାର୍ଚ୍ଚ ୨୦୨୦ରୁ ଅନ୍ତରାଷ୍ଟ୍ରୀୟ ଉଡାଣ ଉପରେ ରୋକ ଲଗାଇ ଦିଆଯାଇଥିଲା ।

ହେଲେ ମେ ୨୦୨୦ରୁ ବନ୍ଦେ ଭାରତ ମିଶନ ଅଧିନରେ ବିଶେଷ ଅନ୍ତରାଷ୍ଟ୍ରୀୟ ଉଡାଣର ପରିଚାଳନା ହୋଇଆସୁଛି । ଅନ୍ୟପକ୍ଷେ କିଛି ନିର୍ଦ୍ଧିଷ୍ଟ ଦେଶ ସହ ଦ୍ବିପାକ୍ଷିକ ବ୍ୟବସ୍ଥା ଆଧାରରେ ୨୦୨୦ରୁ ବିମାନ ଉଡାଣ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.