ETV Bharat / bharat

ପ୍ରଦୂଷଣ ରୋକିବାକୁ ‘ଗ୍ରୀନ୍ ଫଣ୍ଡ୍’ରେ ଦିଲ୍ଲୀକୁ ୧୮.୭୪ କୋଟି - ଏନସିଏପି

ବାୟୁ ପ୍ରଦୂଷଣ ରୋକିବାକୁ ଅଣ୍ଟା ଭିଡିଛନ୍ତି ଦିଲ୍ଲୀ ସରକାର । ଏଥିପାଇଁ କେନ୍ଦ୍ର ସରକାର ଗ୍ରୀନ ଫଣ୍ଡ ଅଧିନରେ ୧୮.୭୪ କୋଟି ସହାୟତା ଯୋଗାଇଛନ୍ତି । ୨୦୧୯ରୁ ଏହା ଆରମ୍ଭ ହୋଇଥିଲେ ମଧ୍ୟ ଏନସିଏପି ଫଣ୍ଡ ସଂଗ୍ରହ କରିବା ପ୍ରଥମ । ଅଧିକ ପଢନ୍ତୁ...

ପ୍ରଦୂଷଣ ରୋକିବାକୁ ‘ଗ୍ରୀନ୍ ଫଣ୍ଡ୍’ରେ ଦିଲ୍ଲୀକୁ ୧୮.୭୪ କୋଟି

author img

By

Published : Oct 4, 2021, 11:01 AM IST

ନୂଆଦିଲ୍ଲୀ: ପ୍ରଦୂଷଣ କବଳରେ ଜାତୀୟ ରାଜଧାନୀ ଦିଲ୍ଲୀ । ବର୍ତ୍ତମାନ ଏହି ବାୟୁ ପ୍ରଦୂଷଣ ରୋକିବାକୁ ଅଣ୍ଟା ଭିଡିଛନ୍ତି ଦିଲ୍ଲୀ ସରକାର । ଏଥିପାଇଁ କେନ୍ଦ୍ର ସରକାର ଗ୍ରୀନ ଫଣ୍ଡ ଅଧିନରେ ୧୮.୭୪ କୋଟି ସହାୟତା ଯୋଗାଇଛନ୍ତି । ୨୦୧୯ରୁ ଏହା ଆରମ୍ଭ ହୋଇଥିଲେ ମଧ୍ୟ ଏନସିଏପିରେ ଫଣ୍ଡ ସଂଗ୍ରହ କରିବା ପ୍ରଥମ ।

ଏନସିଏପିର ଏହି ଯୋଜନା ଅନୁଯାୟୀ ଦିଲ୍ଲୀରେ ୨୦୨୪ ସୁଦ୍ଧା ପିଏମ (ପାର୍ଟିକ୍ୟୁଲେଟ୍ ମ୍ୟାଟର)କୁ ୨୦%ରୁ ୩୦% ଯାଏଁ ହ୍ରାସ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପାର୍ଟିକ୍ୟୁଲେଟ୍ ମ୍ୟାଟର ହେଉଛି ବାୟୁରେ ଥିବା ଧୂଳିକଣା, କଣିକା, ଯାହା ପ୍ରଦୂଷଣର କାରଣ । ଏଥିରେ ଉଭୟ ଜୈବିକ ଓ ଅଣଜୈବିକ କଣିକା ରହିଥାଏ ।

ଦିଲ୍ଲୀ ନୁହେଁ ଦେଶର ମୋଟ ୧୩୨ଟି ସହରକୁ ପ୍ରଦୂଷଣ ମୁକ୍ତ କରିବାକୁ କେନ୍ଦ୍ର ସରକାର ଅର୍ଥ ଯୋଗାଇଦେଇଛନ୍ତି । ଚଳିତ ବର୍ଷ ୮୨ଟି ସହର ପାଇଁ ୨୯୦ କୋଟି ଟଙ୍କା ରଖାଯାଇଛି । ରାଜଧାନୀରେ ବାୟୁ ପ୍ରଦୂଷଣର ମୁକାବିଲା କରିବାକୁ ଦିଲ୍ଲୀ ସରକାର ‘ଶୀତକାଳୀନ କାର୍ଯ୍ୟ ଯୋଜନା’ ପ୍ରସ୍ତୁତ କରିଛନ୍ତି । ଏହା ଅଧିନରେ ମୁଖ୍ୟତଃ ସ୍ମୋଗ୍ ଟାୱାରକୁ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.