ETV Bharat / bharat

ଦେଶର ଆଗାମୀ ବାୟୁସେନା ମୁଖ୍ୟ ହେବେ ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀ - Air Marshal VR Chaudhari

ଭି.ଆର ଚୌଧୁରୀଙ୍କୁ ଆଗାମୀ ବାୟୁସେନା ମୁଖ୍ୟ କରାଇବା ନେଇ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ବର୍ତ୍ତମାନ ଚୌଧୁରୀ ବାୟୁସେନାର ଉପମୁଖ୍ୟ ଅଛନ୍ତି । ଅଧିକ ପଢନ୍ତୁ...

ଦେଶର ଆଗାମୀ ବାୟୁସେନା ମୁଖ୍ୟ ହେବେ ଏୟାର ମାର୍ଶାଲ ବିକେକ ରାମ ଚୌଧୁରୀ

author img

By

Published : Sep 21, 2021, 8:36 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଆଗାମୀ ମୁଖ୍ୟ ହେବାକୁ ଯାଉଛନ୍ତି ଏୟାର ମାର୍ଶାଲ ଭି.ଆର ଚୌଧୁରୀ(Air Marshal VR Chaudhari) । ଭି.ଆର ଚୌଧୁରୀଙ୍କୁ ଆଗାମୀ ବାୟୁସେନା ମୁଖ୍ୟ କରାଇବା ନେଇ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ବର୍ତ୍ତମାନ ଚୌଧୁରୀ ବାୟୁସେନାର ଉପମୁଖ୍ୟ ଅଛନ୍ତି ।

30 ସେପ୍ଟେମ୍ବର 2021ରେ ଅବସର ନେବେ ବର୍ତ୍ତମାନ ବାୟୁସେନା ମୁଖ୍ୟ ଥିବା ଏୟାର ମାର୍ଶାଲ ଆରକେଏସ ଭଦୋରିଆ । ତେବେ ତାଙ୍କ ସ୍ଥାନରେ ପରବର୍ତ୍ତୀ ବାୟୁସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିବେ ଭି.ଆର ଚୌଧୁରୀ ।

ଅତି ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ ହୋଇସାରିଛନ୍ତି ଏୟାର ମାର୍ଶାଲ ବିବେକ ଚୌଧୁରୀ । ଏହି ସମ୍ମାନ ଉତ୍ତମ ଯୁଦ୍ଧ ସେବା ମେଡାଲର ସମାନ । ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ ଭାବରେ ଏୟାର ମାର୍ଶଲ ବିବେକ ଚୌଧୁରୀଙ୍କ ପୋଷ୍ଟିଂ ଏପରି ସମୟରେ ହୋଇଥିଲା, ଯେତେବେଳେ ପୂର୍ବ ଲଦାଖର ଏଲଏସିରେ ଭାରତ ଏବଂ ଚୀନ୍ ସୀମାରେ ଦାନା ବାନ୍ଧୁଥିଲା ବିବାଦ । ସେପଟେ ପାକିସ୍ତାନ ମଧ୍ୟ ସୀମାରେ ଚଳାଇଥିଲା ନିଜର ଆତଙ୍କୀ କାର୍ଯ୍ୟକଳାପ ।

ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀ ଚଳିତ ବର୍ଷ ଜୁଲାଇ ପହିଲାରେ ବାୟୁସେନା ଉପମୁଖ୍ୟ ଦାୟିତ୍ବ ସମ୍ଭାଳିଥିଲେ । 29 ଡିସେମ୍ବର 1982ରେ ବାୟୁସେନାରେ ସାମିଲ ହୋଇଥିଲେ ବିବେକ । ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀର ଛାତ୍ର ଥିଲେ ।

ଏୟାର ମାର୍ଶାଲ ବିବେକ ଚୌଧୁରୀଙ୍କ ପାଖରେ ବାୟୁସେନା ଯୁଦ୍ଧ ବିମାନ ଉଡାଇବାର ବିଶାଳ ଅନୁଭବ ରହିଛି । ସେ 3800 ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ଓ ପ୍ରଶିକ୍ଷଣ ଏୟାରକ୍ରାଫ୍ଟ ଉଡାଇଛନ୍ତି । ଏହାସହିତ ସେ ଅପରେସନ ମେଘଦୂତ ଏବଂ ଅପରେସନ ସଫେଦ ସାଗର ସମୟରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବିମାନ ଉଡାଇ ନିଜ ପରାକ୍ରମ ଦେଖାଇସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.