ETV Bharat / bharat

AI ପାଇଁ ବଦଳିଯିବ ଏୟାର ଇଣ୍ଡିଆର ନକ୍ସା, ହେବ ଏହି ବଡ଼ ପରିବର୍ତ୍ତନ - ବିମାନ ସେବା

AI ଦ୍ବାରା ଡିଜିଟାଲ ସିଷ୍ଟମରେ ବଡ଼ ପରିବର୍ତ୍ତନ ଆଣୁଛି ଏୟାର ଇଣ୍ଡିଆ । ପୂର୍ବାପେକ୍ଷା ଅଧିକ ସୁବିଧା ପାଇବେ ଗ୍ରାହକ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 24, 2023, 10:29 PM IST

ନୂଆଦିଲ୍ଲୀ: ଡିଜିଟାଲ ସିଷ୍ଟମରେ ପରିବର୍ତ୍ତନ ଆଣିବାକୁ ଯାଉଛି ବିମାନ ସେବା ଯୋଗାଉଥିବା କମ୍ପାନୀ ଏୟାର ଇଣ୍ଡିଆ । ଫଳରେ ବଦଳିବାକୁ ଯାଉଛି ଏୟାର ଇଣ୍ଡିଆର ନକ୍ସା । ଏଥିଲାଗି କମ୍ପାନୀ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୨୦ କୋଟି ଡଲାର ନିବେଶ କରିଛି । ଏହାଦ୍ବାରା କମ୍ପାନୀ ଗ୍ରାହକଙ୍କ ସହିତ ପୂର୍ବାପେକ୍ଷା ଅଧିକ ଜଡ଼ିତ ହୋଇପାରିବ । କମ୍ପାନୀର ୱେବସାଇଟ ଓ ମୋବାଇଲ ଆପ୍‌ରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି ।

ଏୟାରଲାଇନ 'Vihaan.AI' ନାମରେ ଏକ ରୂପାନ୍ତରଣୀ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ କମ୍ପାନୀ ଡିଜିଟାଲ ସିଷ୍ଟମର ଆଧୁନିକୀକରଣ କରିଥିବା ଯୋଗୁଁ ଅନେକ ମହତ୍ତ୍ବପୂର୍ଣ୍ଣ ପ୍ରଗତି ହୋଇଛି । ଏହାର ଅନେକ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆଉ କିଛିର କାମ ଜାରି ରହିଛି । କମ୍ପାନୀ ପ୍ରଥମ ଥର ଲାଗି ଡିଜିଟାଲ ସିଷ୍ଟମ, ଡିଜିଟାଲ ଇଞ୍ଜିନିୟରିଂ ସେବା, ଡିଜିଟାଲ ୱାର୍କଫୋର୍ସ ଲାଗି ୨୦ କୋଟି ଡଲାର ଖର୍ଚ୍ଚ କରିଛି । କମ୍ପାନୀ ଆଶା କରିଛି ଯେ ଆସନ୍ତା ୫ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ହୋଇଥିବା ନିବେଶ ଦ୍ବିଗୁଣିତ ହେବ ।

ଏହା ବି ପଢନ୍ତୁ- PM Modi Kerala Visit: କୋଚିରେ ମୋଦିଙ୍କ ମେଗା ରୋଡ ଶୋ', ପାରମ୍ପରିକ ଧୋତିରେ ଆସିଲେ ନଜର

ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ପାରମ୍ପରିକ ଡିଜିଟାଲ ଟେକନିକ ସମେତ ଆଧୁନିକ AI, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯିବ । ଗ୍ରାହକଙ୍କ ସହିତ ଆହୁର ଭଲ ଭାବେ ଯୋଡ଼ି ହେବା ଲାଗି କମ୍ପାନୀ ଏହି ରୂପାନ୍ତରୀକରଣ ପ୍ରକ୍ରିୟା ଆରମ୍ଭ କରିଛି । ଏହାଦ୍ବାରା କମ୍ପାନୀ ଗ୍ରାହକଙ୍କ ସହିତ ପୂର୍ବାପେକ୍ଷା ଅଧିକ ଜଡ଼ିତ ହୋଇପାରିବ । କମ୍ପାନୀର ୱେବସାଇଟ ଓ ମୋବାଇଲ ଆପ୍‌ରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି । ଏହି ଆଧୁନିକୀକରଣରେ ଏୟାର ଇଣ୍ଡିଆ ChatGPT ଦ୍ବାରା ସଞ୍ଚାଳିତ ଚାଟବୋଟ୍‌ ଓ ଉଡ଼ାଣ ସମୟରେ ଗ୍ରାହକଙ୍କୁ ମନୋରଞ୍ଜନ ଯୋଗାଇବା ଉପରେ ମଧ୍ୟ କାର୍ଯ୍ୟ କରାଯାଉଛି ।

ପୂର୍ବାପେକ୍ଷା ଧୀରେ ଧୀରେ ଲୋକେ ଯାତାୟାତ ଲାଗି ବିମାନ ଉପରେ ନିର୍ଭର କଲେଣି । ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ପ୍ରତିଯୋଗିତାମୂଳକ ବଜାରରେ ନିଜ ଆଡକୁ ଯାତ୍ରୀଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଏୟାରଲାଇନ ଅତ୍ୟାଧୁନିକ ପନ୍ଥା ଆପଣାଉଛନ୍ତି । ଏୟାର ଇଣ୍ଡିଆ ମଧ୍ୟ ନିଜ ଯାତ୍ରୀଙ୍କୁ ସର୍ବୋତ୍କୃଷ୍ଟ ସେବା ଯୋଗାଇବା ଲାଗି ପ୍ରୟାସ କରିଛି । ଡିଜିଟାଲ ଯୁଗରେ ଡିଜିଟାଲ ମାଧ୍ୟମରେ ଯାତ୍ରୀଙ୍କୁ ସୁବିଧା ଯୋଗାଇବା ଲାଗି ପ୍ରୟାସ ଆରମ୍ଭ କରିଛି ଏହି ଏୟାରଲାଇନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.